ବ୍ଲକ ସ୍ତରୀୟ ଅଙ୍ଗନୱାଡ଼ି କର୍ମୀ ସଂଘର ନୂତନ କର୍ମକର୍ତ୍ତା ଚୟନ

ଗୁଣପୁର,(ୱାଇଏନଏସ): ଗୁଣପୁର ବ୍ଲକ ସ୍ତରୀୟ ଅଙ୍ଗନୱାଡ଼ି କର୍ମୀ ସଂଘର ନୂତନ କର୍ମକର୍ତ୍ତା ଚୟନ ଓ ଧାରଣା ନିମନ୍ତେ ଆଲ ଓଡ଼ିଶା ଅଙ୍ଗନୱାଡ଼ି ଲେଡିଇଜ କର୍ମଚାରୀ ଓ ସହାୟିକା ସଂଘ ର ବୈଠକ ଗୁଣପୁର ଟାଉନ ହଲ ଠାରେ ଅନୁଷ୍ଠିତ ହୋଇଥିଲା । ଗୁଣପୁରର ପୂର୍ବତନ ସଭାନେତ୍ରୀ ଯଶଶ୍ଵିନି ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ପୂର୍ବ କାର୍ଯ୍ୟକାରୀ କମିଟିକୁ ରଦ୍ଦ କରାଯାଇ ନୂତନ କାର୍ଯ୍ୟକାରୀ କମିଟି ଗଠନ କରାଯାଇଥିଲା । ନବ ଗଠିତ କମିଟିର ଉପଦେଷ୍ଟା ଭାବରେ ସୁଷମା ଦ।ଶ, ପୁଷ୍ପାଞ୍ଜଳି ଦେବୀ, ଜେମେସ ଶବର ଓ ଶକ୍ତି ପ୍ରଦ ଦାସ ଙ୍କୁ ସର୍ବସମ୍ମତ ମନୋନୀତ କରିଥିବା ବେଳେ ଯଶଶ୍ୱିନି ମହାପାତ୍ର କାର୍ଯ୍ୟକାରୀ ସଭାପତି, ବୃନ୍ଦାବତି ଜେନା ସଭାପତି, ସୁବର୍ଣ୍ଣ ଜେନା, ଉପସଭାପତି, ସରସ୍ଵତୀ ସାହୁ ଉପସଭାପତି, ସୁଭାଷିନୀ ଶବର ସମ୍ପାଦକ,ବାସନ୍ତୀ ଚିଂଚନୀ ସହ ସମ୍ପାଦକ, କଲ୍ୟାଣୀ ବାଲା ପରିଛା ସହ ସଂପାଦକ, ଏ ଶ୍ରାବଣୀ, କୋଷାଧ୍ୟକ୍ଷ, ଏବଂ ସାତୋଟି ସେକ୍ଟର୍ ର ସେକ୍ଟର ଲିଡର ଭାବରେ ମଞ୍ଜୁଳା ରଙ୍ଗୁଲି, ମରାଠି ଗୁଡ଼ା, ଗୀତା ଶବର, ଚିନସ।ରି, ଶାନ୍ତିଲତା ପ୍ରଧାନ, ପୁଟ। ସିଙ୍ଗି, ଏସ୍ନତି ଶବର,ଜଳତାର, ଲକ୍ଷ୍ମୀ ଶବର, ଜଗନ୍ନାଥ ପୂର୍, ମିନବତି ଶବର, ଡମ୍ବସରା, ଆରକା ସୁଭାଷିନୀ, ଜଗନ୍ନାଥପୁର ଓ ବିଜୟ ଲକ୍ଷ୍ମୀ ପରିଛ।,ଚାଲକମ୍ବା ଙ୍କୁ ସର୍ବସମତ ଭାବରେ ଉପସ୍ଥିତ ସଭ୍ୟା ଆଗାମୀ ଦୁଇ ବର୍ଷ ନିମନ୍ତେ ରାଜ୍ୟ କମିଟି ର ନିର୍ଦ୍ଦେଶ କ୍ରମେ ମନୋନୀତ କରିଥିଲେ। ଆଜିର ବୈଠକରେ ଏହା ମଧ୍ୟ ନିଷ୍ପତି ନିଆଗଲା ଯେ ଗତ ଜୁଲାଇ ୨୮ ତାରିଖରେ ସିଡିପିଓ ଙ୍କ ବିରୁଦ୍ଧରେ ଦିଆ ଯାଇଥିବା ଅଭିଯୋଗ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବାରୁ ପୂର୍ବ ନିର୍ଦ୍ଧାରିତ ନିଷ୍ପତି ଅନୁଯାୟୀ ସି ଡି ପି ଓ ଙ୍କ ବିରୁଦ୍ଧରେ ତୁରନ୍ତ କାର୍ଯ୍ୟାନୁଷ୍ଠନ କିମ୍ବା ବଦଳି ନ ହେବା ଯାଏଁ ଆଗାମୀ ଅଗୁଷ୍ଟ ୨୫ତାରିଖରୁ ସ୍ଥାନୀୟ ସି ଡି ପି ଓ ଙ୍କ କାର୍ଯ୍ୟ।ଳୟ ସମ୍ମୁଖରେ କାର୍ଯ୍ଯ ବନ୍ଦ ସହ ଅଙ୍ଗନବାଡ଼ି କର୍ମୀ ଓ ସହାୟିକା ଧାରଣା ଓ ଅନଶନରେ ବସିବାକୁ ନିଷ୍ପତି ନିଆଯାଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ