ପୋଲିସର ଅନ୍ୟାୟ ଯୋଗୁଁ ମୋ ଜୀବନର ମୂଲ୍ୟବାନ ସମୟ ଜେଲରେ କଟିଲା ବୋଲି ଆଜାଦଙ୍କ ଅଭିଯୋଗ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା): ପାରଳାଖେମୁଣ୍ଡି ସ୍ୱତନ୍ତ୍ର ଅଦାଲତର ରାୟ ଅନୁଯାୟୀ ନିର୍ଦୋଷ ଘୋଷଣା ହେବା ପରେ ଟପ ମାଓନେତା କେଶବ ରାଓ ଓରଫ ଆଜାଦ ଭୁବନେଶ୍ୱର ଝାରପଡା ଜେଲରୁ 15 ବର୍ଷ ପରେ ମୁକ୍ତ ହୋଇ ଆନ୍ଧ୍ରରେ ଥିବା ତାଙ୍କ ଘରକୁ ଫେରିଛନ୍ତି. ଘରକୁ ଫେରିବା ପରେ ଆଜାଦଙ୍କ ପରିବାର ଓ ବନ୍ଧୁ ବାନ୍ଧବମାନେ ଅତ୍ୟନ୍ତ ଭାବବିହ୍ୱଳ ହୋଇ ଆଜାଦଙ୍କୁ ସ୍ୱାଗତ ଜଣାଇଛନ୍ତି. ନିଜ ଘରେ ପହଞ୍ଚିବା ପରେ ଆଜାଦ ମଧ୍ୟ ଅତ୍ୟନ୍ତ ଭାବବିହ୍ୱଳ ହୋଇ ପୋଲିସର ଅନ୍ୟାୟ ଯୋଗୁଁ ମୁଁ ୧୫ ବର୍ଷ ଜେଲରେ ରହି ଜୀବନର ବହୁ ମୂଲ୍ୟବାନ ସମୟ ହରାଇଲି ବୋଲି ଅତ୍ୟନ୍ତ ଦୁଃଖରେ ପ୍ରକାଶ କରିଛନ୍ତି. ୧୫ ବର୍ଷ ଜେଲରେ ରହିବା ପରେ ସମସ୍ତ ମାମଲାରୁ ମୁକ୍ତ ହୋଇ ଆନ୍ଧ୍ର ସ୍ଥିତ ମୋର ନିଜ ଘରକୁ ଫେରିଲି. ବର୍ତ୍ତମାନ ଘରକୁ ଫେରିବା ପରଠାରୁ ଆଜାଦ ଏବେ ପରିବାର ସହ ସମୟ ବିତାଇ ଖୁସି ଅନୁଭବ କରୁଥିବା ବେଳେ ‘ସମାଜ ସହ ଜଣେ ସାଧାରଣ ନାଗରିକ ହିସାବରେ ରହିବି. ସମାଜ କଲ୍ୟାଣ ଓ ଲୋକଙ୍କ ପାଇଁ କାମ କରିବି’ ବୋଲି କହିଛନ୍ତି ଆଜାଦ. ତେବେ, ତାଙ୍କ ପ୍ରତି ପୁଲିସ ଅନ୍ୟାୟ କରିଥିବାରୁ ଜୀବନର ବହୁ ମୂଲ୍ୟବାନ୍ ସମୟ କାରାଗାରରେ କଟାଇବାକୁ ପଡ଼ିଲା ବୋଲି ଆଜାଦ ଅଭିଯୋଗ କରିଛନ୍ତି । ଆନ୍ଧ୍ର ପୁଲିସ ନିକଟରେ ଆତ୍ମସମର୍ପଣ କରିବାର ଦୁଇ ଦିନ ପରେ ଓଡ଼ିଶା ପୁଲିସ ତାଙ୍କୁ ନେଇଯାଇଥିଲା। କେନ୍ଦୁଝରସ୍ଥିତ ଓଏମ୍‌ସି ଗେଷ୍ଟ୍ ହାଉସ୍‌ରେ ଓଡ଼ିଶା ପୁଲିସର ବରିଷ୍ଠ ଅଧିକାରୀ, କ୍ରାଇମବ୍ରାଞ୍ଚ ଓ ଏଆଇଟିର ସଦସ୍ୟମାନେ ତାଙ୍କୁ ପଚରାଉଚରା କରିଥିଲେ। ଦୁଇଦିନ ପରେ ଛାଡ଼ିଦେବାକୁ କୁହାଯାଇଥିଲେ ମଧ୍ୟ ପରେ ତାଙ୍କୁ ଗିରଫ କରାଯାଇ  ଝାରପଡ଼ା ଜେଲରେ ରଖା ଯାଇଥିଲା. ପରବର୍ତ୍ତୀ ସମୟରେ ବହୁ ମାମଲାରେ ତାଙ୍କ ନାମ ଯୋଡି ଦିଆଯିବା ଯୋଗୁଁ ଦୀର୍ଘ 15 ବର୍ଷ ଧରି ଜେଲ ଜୀବନ କଟାଇବାକୁ ପଡିଥିଲା. ତଥାପି ଜେଲ୍‌ରେ ରହି ପାଠପଡ଼ା ଜାରି ରଖି ଡିଗ୍ରୀ ହାସଲ କଲି. ଜେଲ ମଧ୍ୟରେ ଅନ୍ୟ ବିଦ୍ୟାର୍ଥୀଙ୍କୁ ପାଠପଢ଼ାରେ ସହଯୋଗ କରି ସମୟ ବିନିଯୋଗ କରୁଥିଲେ ବୋଲି ଆଜାଦ ପ୍ରକାଶ କରି କହିଛନ୍ତିଯେ, ଦୀର୍ଘ ବର୍ଷ ଜେଲ୍‌ରେ ରହିବା ପରେ ବାହାର ଦୁନିଆ ମୋତେ ନୂଆ ନୂଆ ଲାଗୁଛି.  ବର୍ତ୍ତମାନ ମୋ ଜୀବନର ବଳକା ସମୟ ମୋ ପରିବାର ସମେତ ମୋ ଅଞ୍ଚଳର ଲୋକଙ୍କ ସେବା କରି ଜୀବନ ବିତାଇବି.
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ