‘ମନା’ ପକ୍ଷରୁ ନିଶା ବିରୋଧୀ ସଚେତନତା କାର୍ଯ୍ୟକ୍ରମ

ବାଲେଶ୍ୱର (ସରାେଜ ପଣ୍ଡା): ଦେଶ ଓ ରାଜ୍ୟର ଯୁବକ ଯୁବତୀମାନଙ୍କୁ ନିଶାଠାରୁ ଦୂରେଇରଖିବା ପାଇଁ ମିଳିତ ନିଶା ନିବାରଣ ଅଭିଯାନ (ମନା) ପକ୍ଷରୁ ନିଶା ବିରୋଧି ସଚେତନତା ଶିବିର ବର୍ଷବ୍ୟାପୀ ଅନୁଷ୍ଠିତ ହେଉଛି। ବୁଧବାର ଦିନ ଅପରାହ୍ନରେ ସ୍ଥାନୀୟ ପୋଲିସ୍ ସରକାରୀ ହାଇସ୍କୁଲ୍ ପରିସରରେ ଭାରତୀୟ ଷ୍ଟେଟ୍‌ବ୍ୟାଙ୍କ୍ ମୁଖ୍ୟ ଶାଖା, ବାଲେଶ୍ୱରର ସହଯୋଗରେ ଏକ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ବିଦ୍ୟାଳୟର ଶତାଧିକ ଛାତ୍ରଛାତ୍ରୀ ଯୋଗ ଦେଇଥିଲେ। ମୁଖ୍ୟ ଅତିଥିଭାବେ ବାଲେଶ୍ୱର ଜିଲ୍ଲାର ଅତିରିକ୍ତ ଜିଲ୍ଲାପାଳ ତପନ କୁମାର ଖୁଣ୍ଟିଆ ଯୋଗଦେଇ ଏହିପରି କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ। ଅନ୍ୟତମ ଅତିଥିଭାବେ ଶିଶୁ ରୋଗ ବିଶେଷଜ୍ଞ ତଥା ପ୍ରାକ୍ତନ ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡା. ମିନାକ୍ଷୀ ରାୟ ବିଭିନ୍ନ ପ୍ରକାର ନିଶାସେବନର ଭୟାବହତା ଉପରେ ନିଜର ମତ ଦେଇଥିଲେ। ଆଗାମୀ ଦିନର ଯୁବପିଢ଼ି ତଥା ନାଗରିକମାନେ ନିଶା ବିରୋଧରେ ସଚେତନ ହେଲେ ନିଶା କବଳରୁ ସମସ୍ତ ପରିବାର, ରାଜ୍ୟ ଓ ଦେଶ ନିଶାମୁକ୍ତ ହୋଇପାରିବ ବୋଲି ଡା. ରାୟ ମତ ଦେଇଥିଲେ। ଏହି ସଚେତନତା କାର୍ଯ୍ୟକ୍ରମରେ ଅନୁଷ୍ଠାନର ସଭାପତି ତଥା ବରିଷ୍ଠ ଆଇନଜୀବୀ ପ୍ରଭାକର ସାହୁ ଅଧ୍ୟକ୍ଷତା କରିଥିଲେ। ମୁଖ୍ୟ ଉପଦେଷ୍ଟା ବରିଷ୍ଠ ରୋଟାରୀଆନ୍ ସୁବ୍ରତ କର, ସାଧାରଣ ସଂପାଦିକା ମମତା ମହାପାତ୍ର, କାର୍ଯ୍ୟକ୍ରମର ସଂଯୋଜକ ଡ. କ୍ଷିତୀଶ୍ୱର ଦାଶ ପ୍ରମୁଖ ନିଶା ବିରୋଧରେ ‘ମନା’ର ସଚେତନତା କାର୍ଯ୍ୟକ୍ରମ ସଂପର୍କରେ ସୂଚନା ଦେଇଥିଲେ। ବିଦ୍ୟାଳୟର ପ୍ରଧାନ ଶିକ୍ଷକ ରଞ୍ଜନ କୁମାର ଦାସ ସ୍ୱାଗତ ଭାଷଣ ଦେଇଥିବାବେଳେ ସହକାରୀ ଶିକ୍ଷକ ନଗେନ୍ କୁମାର ସିଂ ମଞ୍ଚ ଆହ୍ୱାନ କରି ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ। ବିଦ୍ୟାଳୟର ଛାତ୍ରଛାତ୍ରୀଙ୍କ ମଧ୍ୟରୁ ଶିବନାରାୟଣ ନାୟକ, ପ୍ରଭାତ ବାରିକ, ସେକ୍ ଆୟୁବ୍ ଓ ସନମ୍ ମହାନ୍ତି ଏହି ଶିବିରର ତାତ୍ପର୍ଯ୍ୟ ସଂପର୍କରେ ନିଜନିଜର ଅଭିମତ ରଖିଥିଲେ। ସେମାନଙ୍କୁ ଅନୁଷ୍ଠାନ ପକ୍ଷରୁ ମାନପତ୍ର ଦିଆଯାଇଥିଲା। ବିଦ୍ୟାଳୟର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ ଓ କର୍ମଚାରୀମାନଙ୍କ ସମେତ ‘ମନା’ ପକ୍ଷରୁ ପ୍ରଫୁଲ୍ଲ କୁମାର ଦାସ, ସୁଶ୍ରୀ ଅର୍ଚ୍ଚନା ନନ୍ଦୀ, କଲ୍ୟାଣୀ ନନ୍ଦ, ଗୀତାଞ୍ଜଳି ସିଂହ, ସରସ୍ୱତୀ ପଣ୍ଡା, କ୍ରିଷ୍ଣା ସାହା, ଭାସ୍କର ଚନ୍ଦ୍ର ମିଶ୍ର, ବାସନ୍ତୀ ଦେ, ଗୌରାଙ୍ଗ ପାଣିଗ୍ରାହୀ, ଦୟାନିଧି ମହାପାତ୍ର, ଲକ୍ଷ୍ମଣ ବିଶ୍ୱାଳ, ଗଙ୍ଗାଧର ପୃଷ୍ଟି, କବି ପ୍ରଭାକର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ। ଶିକ୍ଷୟିତ୍ରୀ ଇନ୍ଦୁମତୀ ପ୍ରଧାନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମ ଶେଷରେ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ