ମିଡିଆ କ୍ଳବ ତରଫରୁ ଥାନାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ
ନାଉଗାଁ,(ଓ୍ବାଇଏନଏସ):ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଳକ ମିଡିଆ କ୍ଳବ ତରଫରୁ ଗୁରୁବାର ନାଉଗାଁ ଥାନା ପରିସରରେ ଏକ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ପରିବେଶକୁ ସୁସ୍ଥ ,ସୁନ୍ଦର କରିବା ସହିତ ଆଗାମୀ ପିଢି ପାଇଁ ଏକ ସବୁଜ ସୁନ୍ଦର ପରିବେଶ ସୃଷ୍ଟି କରିବା ଏହି କାର୍ଯ୍ୟକ୍ରମର ମୂଳ ଲକ୍ଷ୍ୟ। ପରିବେଶରୁ ଦିନକୁ ଦିନ ଗଛ ସଂଖ୍ୟା କମିବାରେ ଲାଗିଛି। ଯାହାଫଳରେ ପାଣି ପାଗରେ ଅନିୟମିତତା ଦେଖାଦେଇଛି। ବୃକ୍ଷରୋପଣ ଏକ କାର୍ଯ୍ୟକ୍ରମ ନୁହେଁ ଏହା ପରିବେଶକୁ ସୁସ୍ଥ ରଖିବାରେ ସମସ୍ତଙ୍କର ଦାୟିତ୍ୱବୋଧତା ରହିବା ଉଚିତ। ଯାହାଫଳରେ ଆମେ ଏକ ସୁନ୍ଦର,ସୁସ୍ଥ ପରିବେଶ ପାଇ ପାରିବା। ଏହି କାର୍ଯ୍ୟକ୍ରମରେ ଥାନାଧିକାରୀ ଦେବାଶୀଷ ପଣ୍ଡା,ଏସଆଇ ଜାକସନ ମାଝୀ, ଏ. ରାଜେଶ, ସାଜିଦ ହୁସେନ ଖାନ, ପ୍ରଜାପିତା ବ୍ରହ୍ମା କୁମାରୀ ବିକେ ପ୍ରତିମା, ମିଡିଆ କ୍ଳବ ପକ୍ଷରୁ ଦେବଜ୍ୟୋତି ମହାନ୍ତି, ମନୋଜ ନାୟକ, ମାନସ ସ୍ୱାଇଁ, ସର୍ବେଶ୍ୱର ମହାରଣା, ଅଭିମନ୍ୟୁ ସାହୁ, ସୁଧା ବେହୁରା, ପ୍ରଦୋଷ ମହାନ୍ତି, ଅଜିତ ଓଝା, ସୁଶାନ୍ତ ପରିଡା ଆଦି ଉପସ୍ଥିତ ଥିଲେ। ଗଛ ଗୁଡିକ ମଧ୍ୟରେ ଅଁଳା, ବଉଳ, ଡାଲଚିନ ଆଦି ଔଷଧୀୟ ବୃକ୍ଷ ରହିଥିଲା। ଏହି ଚାରାରୋପଣ ପରେ ଗଛ ଗୁଡିକର କିପରି ଯତ୍ନ ନିଆଯିବ ସେବିଷୟରେ ପଦକ୍ଷେପ ଗ୍ରହଣ କରାଯାଇଥିଲା। ଆଗାମୀ ଦିନରେ ବିଭିନ୍ନ ସ୍ଥାନରେ ମିଡିଆ କ୍ଳବ ତରଫରୁ ବୃକ୍ଷରୋପଣ କାରଯିବା ସହ ଅନ୍ୟାନ୍ୟ ସାମାଜିକ ଉନ୍ନୟନମୂଳକ କାର୍ଯ୍ୟ ହାତକୁ ନିଆଯିବ ବୋଲି ଜଣାଯାଇଛି।


