ଲାୟନ୍ସ କ୍ଳବର ଅଧିଷ୍ଠାନ ଉତ୍ସବ ପାଳିତ
ଆସିକା (ୱାଇଏନ୍ଏସ୍): ସ୍ଥାନୀୟ ଲାୟନ୍ସ କମ୍ୟୁନିଟି ହଲ୍ ପରିସରରେ ଆସିକା ଲାୟନ୍ସ କ୍ଳବର ୪୫ତମ ଅଧିଷ୍ଠାନ ଉତ୍ସବ ସଭାପତି ଲାୟନ୍ସ ପି.ସୁଧାକର ପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଏମ୍ଜେଏଫ୍, ଭିଡିଜି-୨ ର ଲାୟନ୍ସ ସଙ୍ଗୀତା ବାବୁ ଯୋଗଦେଇ ଆସିକା ଲାୟନ୍ସ କ୍ଳବ ବର୍ଷତମାମ ପାଳନ କରୁଥିବା ବିଭିନ୍ନ ସେବାମୂଳକ କାର୍ଯ୍ୟ ଉପରେ ଗୁରୁତ୍ୱାରୋପ କରି ଏହି କାର୍ଯ୍ୟକ୍ରମକୁ ଆହୁରି ଅଧିକରୁ ଅଧିକ ବ୍ୟାପକ କରିବାକୁ ପରାମର୍ଶ ଦେବା ସହ ଆସିକା ଲାୟନ୍ସ କ୍ଳବର ପ୍ରତ୍ୟେକ ସଭ୍ୟ ସେବା ମନୋବୃତ୍ତି ନେଇ କାର୍ଯ୍ୟ କରିବା ସାଙ୍ଗକୁ ସମାଜସେବା କ୍ଷେତ୍ରରେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିପାରିଲେ ହିଁ ପ୍ରକୃତ ଉଦ୍ଦେଶ୍ୟ ସାଧିତ ହୋଇପାରିବ ବୋଲି ମତ ପ୍ରକାଶ କରିଥିଲେ । ଆସିକା ଲାୟନ୍ସ କ୍ଳବର ଏହି ୪୫ତମ ଅଧିଷ୍ଠାନ ଉତ୍ସବ ପାଳନ ଅବସରରେ ୨୦୨୬-୨୭ ମସିହା ପାଇଁ କ୍ରମାଗତ ଦ୍ୱିତୀୟ ଥର ଲାଗି ସଭାପତି ରୂପେ ଲାୟନ୍ସ ପି.ସୁଧାକର ପାତ୍ର, ସଂପାଦକ ଭାବେ ଲାୟନ୍ସ ପ୍ରିୟବ୍ରତ ମିଶ୍ର, କୋଷାଧ୍ୟକ୍ଷ ରୂପେ ଲାୟନ୍ସ ପି.ତ୍ରିପତିି ପାତ୍ରଙ୍କୁ ମନୋନୀତ କରାଯାଇଥିଲା ବେଳେ ଅଧିଷ୍ଠାନ ଅଧିକାରୀ ଲାୟନ୍ସ ସଙ୍ଗୀତା ବାବୁ ନବମନୋନୀତ ଆସିକା ଲାୟନସ କ୍ଳବର କାର୍ଯ୍ୟକର୍ତ୍ତା ମାନଙ୍କୁ ଶପଥପାଠ କରାଇଥିଲେ । ଏହି ଅବସରରେ ଆସିକା ଲାୟନ୍ସ କ୍ଳବର ନୂତନ ଭାବେ ସଭ୍ୟ ପଦ ଗ୍ରହଣ କରିଥିବା ବ୍ୟାଙ୍କ୍ ଅଫିସର ସୋମନାଥ ନାୟକ ଏବଂ ରାଜକୁମାର ପାତ୍ରଙ୍କୁ ଶପଥପାଠ କରାଯାଇଥିଲା । ଏହି କାର୍ଯ୍ୟକ୍ରମକୁ ଲାୟନ୍ସ ଇ. ଅରୁଣ କୁମାର ପାତ୍ର ଏବଂ କେ.କିଶୋର କୁମାର ସେନାପତି ସଂଯୋଜନା କରିଥିଲା ବେଳେ ଲାୟନ୍ସ କେ.ସନ୍ତୋଷ କୁମାର ସେନାପତି, ଲାୟନ୍ସ ପି.ପ୍ରଦୀପ କୁମାର ପାତ୍ର, ଲାୟନ୍ସ ଏ.ଲକ୍ଷ୍ମୀ ନାରାୟଣ ଗୁପ୍ତା, ଲାୟନ୍ସ ପି.ତ୍ରିପତି ପାତ୍ର, ଡି.ଅମରନାଥ ପାତ୍ର, ଡି.ମୋହନ ପାତ୍ର, ଏ.ନିଳାଞ୍ଚଳ ପାତ୍ର, ପଂଚାନନ ନାୟକ, ବିଶ୍ୱଜିତ୍ ଆଚାର୍ଯ୍ୟ, ଏସ୍.ଶିବଶଙ୍କର ପୃଷ୍ଟି, ବିଶ୍ୱଜିତ୍ ରାୟ, ସୁରେନ୍ଦ୍ରନାଥ ସୁବୁଦ୍ଧି, କେ.ତପନ କୁମାର ପାତ୍ର, କେ.ସୋମନାଥ ନାୟକ, ରାଜକୁମାର ପାତ୍ରଙ୍କ ସମେତ ବହୁ ସଭ୍ୟ ଏହି କାର୍ଯ୍ୟକ୍ରମରେ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଅବସରରେ ଆସିକା ଲାୟନ୍ସ କ୍ଳବର ଡିରେକ୍ଟୋରୀକୁ ଉନ୍ମୋଚନ କରାଯାଇଥିଲା । ଆସିକା ଲାୟନ୍ସ କ୍ଳବର ୪୫ ତମ ଅଧିଷ୍ଠାନ ଉତ୍ସବ ପାଳନ ଅବସରରେ ସମାଜସେବିକା ପି.ରାଧାରାଣୀ ପାତ୍ର ମୁଖ୍ୟ ଅତିଥି ରୂପେ ଯୋଗଦେଇଥିବା ଲାୟନ୍ସ ସଙ୍ଗୀତା ବାବୁଙ୍କୁ ପୁଷ୍ପଗୁଚ୍ଛ ଏବଂ ଉତ୍ତରୀୟ ପ୍ରଦାନ ପୂର୍ବକ ପରିଚୟ ପ୍ରଦାନ କରିଥିଲେ । ଏହି କାର୍ଯ୍ୟକ୍ରମରେ ସୋରଡା ଲାୟନ୍ସ କ୍ଳବର ସଭାପତି ଶିବଶଙ୍କର ପଣ୍ଡା, କବିସୂର୍ଯ୍ୟନଗର ଲାୟନ୍ସ କ୍ଳବର ସଭାନେତ୍ରୀ ପୁଷ୍ପାଞ୍ଜଳୀ ମହାପାତ୍ର, ପୂର୍ବତନ ସଭାନେତ୍ରୀ ଇ.ମାହେଶ୍ୱରୀ ଦୋରା, ଉପଦେଷ୍ଟା ଭାଗିରଥୀ ଶତପଥୀ, ଦିଲୀପ କୁମାର ଖଣ୍ଡୁଆଳ, ସମାଜସେବିକା ପି.ରାଧାରାଣୀ ପାତ୍ର, ଡି.ଅନୁରାଧା ପାତ୍ର, ନିଳିନୀ ଆଚାର୍ଯ୍ୟ, କେ.ନିବେଦିତା ପାତ୍ର, ଶୋଭାରାଣୀ ପାତ୍ର, କେ.ସୁନିତା କୁମାରୀ ପାତ୍ର, ସିଏଚ୍.ମମତା ସୁବୁଦ୍ଧି, ପି.ତନୁଶ୍ରୀ ପାତ୍ରଙ୍କ ସମେତ ବିଭିନ୍ନ ସଂଗଠନର ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଆସିକା ଲାୟନ୍ସ କ୍ଳବର ନୂତନ ସଭାପତି ରୂପେ କ୍ରମାଗତ ଦ୍ୱିତୀୟ ଥର ପାଇଁ ଦାୟିତ୍ୱ ଗ୍ରହଣ କରିଥିବା ସମାଜସେବୀ ଲାୟନ୍ସ ପି.ସୁଧାକର ପାତ୍ରଙ୍କୁ ବିଭିନ୍ନ ମହଲରୁ ଶୁଭେଚ୍ଛା ଓ ଅଭିନନ୍ଦନର ସୁଅ ଛୁଟୁଥିବା ଦେଖିବାକୁ ମିଳୁଛି । ଏହି କାର୍ଯ୍ୟକ୍ରମରେ ଆସିକା ଲାୟନ୍ସ କ୍ଳବର ପୂର୍ବତନ ସଭାପତି ଇ.ଅରୁଣ କୁମାର ପାତ୍ର ଏବଂ କେ.କିଶୋର କୁମାର ସେନାପତି ଯୋଗଦେଇ ୨୦୨୬-୨୭ ଲାୟନ୍ଷ୍ଟିକ୍ ବର୍ଷ ପାଇଁ ମନୋନୀତ ହୋଇଥିବା ନୂତନ କର୍ମକର୍ତ୍ତାଙ୍କୁ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇବା ସାଙ୍ଗକୁ ପ୍ରତ୍ୟେକ ପଦବୀର ଦାୟିତ୍ୱ ଓ ଲାୟନିଜମ୍ର ମୂଲ୍ୟବୋଧ ଉପରେ ଆଲୋକପାତ କରି ସଂଘର ବରିଷ୍ଠ ସଦସ୍ୟମାନଙ୍କୁ ଅଧିକରୁ ଅଧିକ ସଶକ୍ତ କରି ସେମାନଙ୍କ ପ୍ରେରଣା ଓ ଉପଦେଶ ଏବଂ ମାର୍ଗଦର୍ଶନରେ କାର୍ଯ୍ୟ କରିବାକୁ ପରାମର୍ଶ ଦେଇ ଅଧିକରୁ ଅଧିକ ନୂତନ ସଦସ୍ୟଙ୍କୁ ସାମିଲ୍ କରିବା ଏବଂ ଆସିକା ଲାୟନ୍ସ କ୍ଳବକୁ ଆହୁରି ଶକ୍ତିଶାଳୀ ଓ ସଶକ୍ତ କରି ସାମାଜିକ ସେବା ଏବଂ ସେବାମୂଳକ କାର୍ଯ୍ୟକୁ ପ୍ରାଧାନ୍ୟ ଦେବାକୁ ପରାମର୍ଶ ଦେଇଥିବା ଲକ୍ଷ୍ୟ କରାଯାଇଥିଲା ।


