କ୍ଷତିକାରକ କେଶରଙ୍ଗ
ଆଜିକାଲି କେଶକୁ ରଙ୍ଗ କରିବା ଏକ ସାଧାରଣ କଥା ହୋଇଗଲାଣି । ଝିଅ ହୁଅନ୍ତୁ ବା ପୁଅ ସମସ୍ତେ ନିଜ ନିଜ କେଶକୁ ଭିନ୍ନ ଭିନ୍ନ ରଙ୍ଗ କରିବାକୁ ପସନ୍ଦ କରିଥାନ୍ତି । କିଛି ଲୋକ ପାଚି ଯାଇଥିବା କେଶକୁ କଳା କରିବା ପାଇଁ ରଙ୍ଗ କରିଥାଆନ୍ତି । କେଶ ରଙ୍ଗ କରିବା ଦ୍ୱାରା ଲୋକମାନେ ଭଲ ଦେଖାଯାଆନ୍ତି । କିନ୍ତୁ ଏହା ଶରୀର ଉପରେ କ’ଣ ଖରାପ ପ୍ରଭାବ ପକାଇଥାଏ ତାହା ବୋଧହୁଏ ରଙ୍ଗ କରୁଥିବା ଲୋକଙ୍କୁ ଜଣାନଥିବ । ତେବେ ଆସନ୍ତୁ ଜାଣିବା ରଙ୍ଗ କରିବା ଦ୍ୱାରା ଶରୀର ଉପରେ କ’ଣ ଖରାପ ପ୍ରଭାବ ପକାଇଥାଏ ।
କେଶରେ ଥିବା ରଙ୍ଗରେ ଅଧିକ ହାନିକାରକ କେମିକାଲ ଥିବାରୁ ବେଳେବେଳେ ନିଃଶ୍ୱାସ ନେବାରେ ଅସୁବିଧା ହୋଇଥାଏ । ଯେଉଁ ଲୋକମାନଙ୍କୁ ଶ୍ୱାସ ରୋଗ ହୋଇଥିବ ସେମାନେ କେଶ ରଙ୍ଗ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନେବା ନିତାନ୍ତ ଆବଶ୍ୟକ ।
କେଶକୁ ରଙ୍ଗ କରିବା ପାଇଁ ବ୍ୟବହାର କରାଯାଉଥିବା ପଦାର୍ଥରେ କ୍ୟାନସର ସୃଷ୍ଟିକାରୀ କେମିକାଲ ଥାଏ । ଯଦି ଆପଣ କେଶ ରଙ୍ଗ କରୁଛନ୍ତି, ତେବେ ତାହା ଶରୀର ମଧ୍ୟକୁ ଯାଇ କ୍ୟାନସର ସୃଷ୍ଟି କରିଥାଏ । ।
ବେଳେବେଳେ ରଙ୍ଗ କରିବା ଦ୍ୱାରା ମୁହଁରେ ଦାଗ ହୋଇଯାଇଥାଏ । ଯଦି ଆପଣଙ୍କ ସହ ମଧ୍ୟ ଏପରି କିଛି ଘଟୁଛି ତେବେ ତୁରନ୍ତ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ । ବେଳେବେଳେ କେଶକୁ ରଙ୍ଗ କରିସାରିବା ପରେ ଶରୀରରେ ପୋଡ଼ାଜଳା ହେବା ସହ ଚର୍ମ କୁଣ୍ଡାଇ ହୁଏ । ଏହାର କାରଣ ହେଉଛି କେଶକୁ ରଙ୍ଗ କରିବା ପାଇଁ ବ୍ୟବହାର ହେଉଥିବା ରଙ୍ଗରେ ପାରାୟଫାୟାଲୋଏଡ ରହିଥାଏ । ଯାହାକି ଏପରି ହେବାର ମୁଖ୍ୟ କାରଣ ହୋଇଥାଏ ।
ଯଦି କେବେ କେଶ ରଙ୍ଗ କରିବା ସମୟରେ ତାହା ଆଖିକୁ ଚାଲିଯାଏ ତେବେ ଆଖି ଫୁଲି ଯିବା ସହ ନାଲି ପଡ଼ିଯାଏ ଓ ଆଖିରୁ ପାଣି ବାହାରିଥାଏ ।


