କମ୍ୟୁନିଷ୍ଟ ନେତା ସ୍ବର୍ଗତ ଏନ. ଇରେଶୁ ଆଚାରୀଙ୍କ ଶ୍ରାଦ୍ଧ ଦିବସ
ଛତ୍ରପୁର (ଓ୍ବାଇଏନଏସ) : ବରିଷ୍ଠ କମ୍ୟୁନିଷ୍ଟ ନେତା ତଥା ପୂର୍ବତନ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏନ. ଇରେଶୁ ଆଚାରୀଙ୍କ ୬ଷ୍ଠ ଶ୍ରାଦ୍ଧ ବାର୍ଷିକୀ ଅଵସର ରେ ରବିବାର ସ୍ଥାନୀୟ ଲକ୍ଷ୍ମଣ ଭବନ ପରିସରରେ ଆଇନଜୀବି ଆଦିତ୍ୟ ନାରାୟଣ ମିଶ୍ର ଙ୍କ ପୌରହିତ୍ୟ ରେ ଏକ ସ୍ମୃତି ସଭା ଅନୁଷ୍ଠିତ ହୋଇଯାଇଛି, ଏହି ଅଵସର ରେ ବରିଷ୍ଠ କମ୍ୟୁନିଷ୍ଟ ନେତା ଗୋକୁଳ ଚନ୍ଦ୍ର ପଣ୍ଡା ଓ ଏସ. କ୍ରିଷ୍ଣା ରେଡ୍ଡୀ ,ପୂର୍ବତନ ବିଧାୟକ ଏନ. ନାରାୟଣ ରେଡ୍ଡୀ ଓ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ଜୋନାଲ ସିପିଆଇ ସମ୍ପାଦକ ଡ଼ି. ଆଦି ନାରାୟଣ ରେଡ୍ଡୀ, ସହ – ସମ୍ପାଦକ ଦୁର୍ଯ୍ୟୋଧନ ପରିଡା, ବିଜେଡି ନେତା ତଥା ଆଇନଜୀବି ମନୋଜ କୁମାର ପାଢ଼ୀ, କଂଗ୍ରେସ ନେତା ଭାଗିରଥି ବେହେରା, ପୂର୍ବତନ ସରପଞ୍ଚ ଡି. ରାମସ୍ୱାମୀ ରେଡ୍ଡୀ, ସିପିଆଇ ଜିଲ୍ଲା ନେତା ସିଏଚ. ଜନାର୍ଦନ ରେଡ୍ଡୀ, ଚମାଖଣ୍ଡି ଜୋନାଲ ସମ୍ପାଦକ ଏନ. ଗିରିଜା ପ୍ରସାଦ ରେଡ୍ଡୀ, ଏସ. ତ୍ରିନାଥ ରେଡ୍ଡୀ,ପ୍ରଫୁଲ୍ଲ କୁମାର ପାଣିଗ୍ରାହୀ,ସ୍ବର୍ଗତ ଅଚାରୀ ଙ୍କ ପୁଅ ଏନ. ସୁକାନ୍ତ ଆଚାରୀ ଙ୍କ ସମେତ ବିଭିନ୍ନ ରାଜନୈତିକଦଳର ବ୍ୟକ୍ତି ମାନେ ଯୋଗଦେଇ ସ୍ବର୍ଗତ ଏନ. ଇ ରେଶୁ ଆଚାରୀଙ୍କ ଗୁଣଗାନ କରିଥିଲେ l


