ଲଘୁଚାପ ଜନିତ ଲଗାତାର ବର୍ଷାରେ ଗୁଣପୁର ଓ ରାମନାଗୁଡ଼ା ବ୍ଲକରେ ବ୍ୟାପକ କ୍ଷତି

ଗୁଣପୁର(ୱାଇଏନଏସ)  : ଲଘୁଚାପ ଜନିତ  ଲଗାତାର ବର୍ଷାରେ ଗୁଣପୁର ଓ   ରାମନାଗୁଡ଼ା ବ୍ଲକରେ ବ୍ୟାପକ ଘର କ୍ଷୟ  କ୍ଷତି ହୋଇଥିବା ଜଣାପଡିଛି। ମିଳିଥିବା ଖବର ଅନୁସାରେ ରାମନାଗୁଡା ତହସିଲ ଅନ୍ତର୍ଗତ ପେଣକାମ ଗ୍ରାମର ମାଲା ଶବର, ତାମିଙ୍ଗି ଗ୍ରାମର ଅଭିମନ୍ୟୁ ମଣ୍ଡାଙ୍ଗୀ, କୁରୁସୁଲି କଲୋନୀର ଶ୍ରୀମତୀ ଫୁଲ ଶବର, ଗୁଲୁମୁଣ୍ଡା ହରିଜନ ସାହିର ଲବ ଲିମା, ଗୋଗୁପଡ଼ୁ ଗ୍ରାମର ସୁକି ପାତିକା, ଓ ଚାକୁଣ୍ଡା ଗ୍ରାମର ସନ୍ତୋଷ ମୁଟୁକାଙ୍କ ଘର ଆଂଶିକ କ୍ଷୟକ୍ଷତି ଘଟିଥିବା ବେଳେ ଗୋଗୁପଡ଼ୁ ଅଞ୍ଚଳର ଆଉ କିଛି ଲୋକଙ୍କୁ ଅସ୍ଥାୟୀ ଭାବେ କୁଡୁମାଟି ଅଙ୍ଗନବାଡି କେନ୍ଦ୍ରରେ ଅସ୍ଥାୟୀ ରୂପେ ଥଇ ଥାନ କରାଯାଇଛି। ଏହି ସମ୍ପର୍କରେ  ରାମନାଗୁଡ଼ା ତହସିଲଦାର ପ୍ରାଣକୃଷ୍ଣ ପାଣିଗ୍ରାହୀ ଓ ଗୋଷ୍ଠୀ ଉନ୍ନୟନ ଅଧିକାରୀ  ପଦ୍ୟୁମନ କୁମାର ମଣ୍ଡଳ ଉପଜିଲ୍ଲାପାଳଙ୍କୁ ଅଵଗତ କରିଛନ୍ତି। ସେହିପରି ଗୁଣପୁର ବ୍ଲକର ମଲାପଦର ଗ୍ରାମର କୁନ୍ତଳା ଶବରଙ୍କ ଘର ଆଂଷିକ କ୍ଷତି ଘଟିଥିବା ବେଳେ ଗୁଣପୁର ବ୍ଲକ ଭୀମପୁର ରାସ୍ତା ଧସି ଯାତାୟତ ପ୍ରଭାବିତ ହୋଇଥିବା ଗୁଣପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସ୍ବସ୍ତିକ ଜମାଦାର ସୂଚନା ସୂଚନା ଦେଇଛନ୍ତି। ଲଗାଣ ବର୍ଷା ଯୋଗୁଁ କ୍ଷୟ କ୍ଷତି ସମ୍ପର୍କରେ ଗୁଣପୁର  ଉପଖଣ୍ଡର ସାତୋଟି ବ୍ଲକ , ତହସିଲ ଏବଂ ସମସ୍ତ ଅଧିକାରୀ, ଲାଇନ ବିଭାଗ ଅଧିକାରୀ ତଥା ଗ୍ରାମ୍ୟ ଉନ୍ନୟନ, ବିଦ୍ୟୁତ, ପାନୀୟ ଜଳ ଯୋଗାଣ, ଜଙ୍ଗଲ ବିଭାଗ ଅଧିକାରୀ ଓ ଜନ ପ୍ରତିନିଧିଙ୍କ ସହ ଗୁଣପୁର ଉପ ଜିଲ୍ଲାପାଳ ଦୁଧାଲ ଅଭିଷେକ ଦିଲୀପ ପ୍ରତ୍ୟକ୍ଷ ଭାବେ  ସମ୍ପର୍କ ରଖି ପରିସ୍ଥିତି ଉପରେ ନଜର ରଖିଥିବା ଜଣାପଡିଛି । ଅପର ପକ୍ଷରେ ବଂଶଧାରା ନଦୀ ଉପର ମୁଣ୍ଡରେ ଗତକାଲି ୫୯.୨ ମିମି ଏବଂ ଆଜି ମୋଟ ୧୨୯.୪ମିମି ବର୍ଷା ପଡିଥିବା ରେକର୍ଡ କରାଯାଇଛି। ସେହିପରି ବଂଶଧାରା ନଦୀର ଜଳ ପତ୍ତନ ଗତକାଲି ରାତି ୯ ଟା ବେଳେ ୮୦.୩୫ ମିଟର ରହିଥିବା ବେଳେ ରବିବାର ସନ୍ଧ୍ୟା ୬ ଟା ବେଳେ ୮୧.୨୭ ମିଟର ରହିଛି। ଉଲେଖଯୋଗ୍ୟଯେ ଗୁଣପୁର ଠାରେ ବଂଶଧାରା ନଦୀ ଜଳପତ୍ତନର ସତର୍କ ସଙ୍କେତ ୮୩ ମିଟର ରହିଥିବା ବେଳେ  ବିପଦ ସଂକେତ ୮୪ ମିଟର ଧାର୍ଯ୍ୟ କରାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ