ସାପର ଗୋଡ଼ ଗଲା କୁଆଡ଼େ?

ଲୋକମାନଙ୍କର ମନରେ ପ୍ରାୟ ପ୍ରଶ୍ନ ଉଠେ ଯେ ସାପର କାହିଁକି ଗୋଡ଼ ନାହିଁ ବୋଲି, କିନ୍ତୁ କାହାକୁ ଏହି ପ୍ରଶ୍ନର ଉତ୍ତର ବୋଧହୁଏ ମାଲୁମ ନାହିଁ । ତେବେ ଏହାକୁ ନେଇ ବହୁତ ଗବେଷଣା ଓ ଅଧ୍ୟୟନ ପରେ ଏକ ନୂତନ ନିଷ୍କର୍ଷ ବାହାରିଛି । ସାପ ଜୀବାଶ୍ମର ଏକ ନୂତନ ଅଧ୍ୟୟନରେ ୯୦ ବର୍ଷ ପୁରୁଣା ସାପର ଅବଶେଷରୁ ଗୁରୁତ୍ୱପୂର୍ଣ୍ଣ ସୂଚନା ମିଳିଛି । ବୈଜ୍ଞାନିକମାନେ ଆଧୁନିକ ସାପ ଅବଶେଷର ସିଟିସ୍କାନ୍ ର ତୁଳନାତ୍ମକ ଅଧ୍ୟୟନ କରିଥିଲେ । ଏଥିରୁ ଜଣାଯାଇଛି ଯେ ବର୍ତ୍ତମାନର ସାପର ଗୋଡ଼ ନହେବା ପଛରେ ତାଙ୍କର ପୂର୍ବଜମାନେ ବହୁତ ଦାୟୀ ଅଟନ୍ତି । ଏଡ଼ିନ୍ବର୍ଗ ୟୁନିଭର୍ସିଟିର ମୁଖ୍ୟ ଗବେଷକ ହୋଙ୍ଗୁ ୟିଙ୍କ ଅନୁସାରେ ସାପ ନିଜର ଗୋଡ଼କୁ କିଭଳି ଭାବେ ହରାଇଲା ଏହା ଦୀର୍ଘଦିନ ଧରି ବୈଜ୍ଞାନିକମହଲରେ ରହସ୍ୟ ହୋଇରହିଛି । କିନ୍ତୁ ଏହି ଅଧ୍ୟୟନରୁ ଆମେ ଅନ୍ଦାଜା ଲଗାଇ ପାରିବାଯେ ଏହାର କାରଣ ସାପର ପୂର୍ବଜମାନେ ଗାତରେ ରହିବା । ଗାତରେ ରହିିବା କାରଣରୁ ସାପମାନ ପେଟେଇବା ଅଭ୍ୟାସରେ ପଡ଼ିଗଲେ । ଏହି କାରଣରୁ ଏହା ସାପରଙ୍କର ଅଭ୍ୟାସରେ ପଡ଼ିଗଲା । ତେଣୁ ସେମାନେ ଗୋଡ଼କୁ ବ୍ୟବହାର କରିବା ବନ୍ଦକରିଦେଲେ । ବୋଧହୁଏ ଏହି କାରଣରୁୁ ତାଙ୍କର ଗୋଡ଼ ପିଢ଼ି ପରେ ପିଢ଼ି ଧରି ଗାଏବ ହୋଇଯାଇଛି । ବୈଜ୍ଞାନିକମାନେ ୩ ମିଟର ଲମ୍ବା କ୍ରେଟେସିୟସ୍ ସାପର ବିଲୁପ୍ତ ପ୍ରଜାତି ଡ଼ିନିଲିସୟା ପେଟାଗୋନିକାର କାନ ଭିତର ହାଡ଼ର ସିଟି ସ୍କାନ୍ କରି ପରୀକ୍ଷଣ କରିବା ଦ୍ୱାରା ଜଣାଗଲା ଯେ ଆଧୁନିକ ସାପଙ୍କ ଭଳି ଡ଼ିନିଲିସୟା ପେଟାଗୋନିକାର କ୍ୟାଭିଟୀ ଓ ନଳୀ ସାପର ଶୁଣିବାର ଶକ୍ତିକୁ ନିୟନ୍ତ୍ରିତ କରିଥାଏ ।
ବୈଜ୍ଞାନିକମାନେ ଏକ ୩ଡ଼ି ମଡ଼େଲର ସହାୟତା ଦ୍ୱାରା ଜୀବାଶ୍ମର କାନର ଭିତର ଅଙ୍ଗର ତୁଳନା ଆଧୁନିକ ସାପ ଅଙ୍ଗ ସହିତ କରିଥିଲେ । ଏହାପରେ ସେମାନେ କାନ ଅବଶେଷର ଏକ ବିଶେଷ ସଂରଚନାକୁ ପାଇଥିଲେ, ଯାହାକି ଏମାନେ ଶିକାର ଓ ଶିକାରୀଙ୍କର ସନ୍ଧାନ କରିବାରେ ଲଗାଉଥିଲେ । ଏହି ସଂରଚନା ପାଣି ଓ ଭୂଇଁରେ ରହୁଥିବା ଆଧୁନିକ ସାପଠାରେ ମହଜୁଦ୍ ନାହିଁ । ଏହି ନିଷ୍କର୍ଷରୁ ବୈଜ୍ଞାନିକଙ୍କୁ ସାପଙ୍କର ବିକାଶ ସମ୍ବନ୍ଧରେ ସୂଚନା ମିଳିଥିଲା ଏହା ସହିତ ଏହି କଥାଟି ଜଣାପଡ଼ିଲାଯେ ଡ଼ିନିଲିସୟା ପେଟାଗୋନିକା ହେଉଛି ଗାତରେ ରହୁଥିବା ସବୁଠୁ ଲମ୍ବା ସାପ ଥିଲା । ଏହି ଗବେଷଣା ସାଇନ୍ସ ଆଡ଼୍ଭାନ୍ସେସ୍ ନାମକ ଏକ ପତ୍ରିକାରେ ପ୍ରକାଶ କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ