ପାଣି ଘେରରେ ରହିଥିବା ଲୋକଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କଲେ ରେମୁଣା ବିଧାୟକ

ବାଲେଶ୍ବର (ସରୋଜ ପଣ୍ଡା): ଲଗାତାର ବର୍ଷା କାରଣରୁ ସୃଷ୍ଟି ହୋଇଥିବା ବନ୍ୟା ପରିସ୍ଥିତି ଯୋଗୁଁ ବାଲେଶ୍ୱର ଜିଲ୍ଲାର ବିଭିନ୍ନ ଅଞ୍ଚଳ ଜଳମଗ୍ନ ହୋଇଥିବାବେଳେ ଅନେକ ଗ୍ରାମ ଏବେ ମଧ୍ୟ ପାଣି ଘେରରେ ରହିଛି। ଏହି ପରିସ୍ଥିତିକୁ ଦୃଷ୍ଟିରେ ରଖି ରବିବାର ରେମୁଣା ନିର୍ବାଚନ ମଣ୍ଡଳୀର ରସାଳପୁର ପଞ୍ଚାୟତ ଅନ୍ତର୍ଗତ ନଦୀଗାଁରେ ସକାଳ ପ୍ରାୟ ୧୦ ଘଟିକା ସମୟରେ ସରକାରୀ ଉପମୁଖ୍ୟ ସଚେତକ ତଥା ବିଧାୟକ ଶ୍ରୀ ଗୋବିନ୍ଦ ଚନ୍ଦ୍ର ଦାସ ପହଞ୍ଚି ପାଣି ଘେରରେ ଥିବା ଲୋକମାନଙ୍କୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିଲେ। ବନ୍ୟା ପାଣି ହ୍ରାସ ପାଇଥିଲେ ମଧ୍ୟ ଅନେକ ପରିବାର ଏବେ ମଧ୍ୟ ଜଳବନ୍ଦୀ ଅବସ୍ଥାରେ ରହିଥିବାରୁ ସେମାନଙ୍କ ଦୈନିକ ଜୀବନ ଦୁର୍ବିଷହ ହୋଇପଡ଼ିଛି। ଏହି ପରିସ୍ଥିତିରେ ପ୍ରଭାବିତ ପରିବାରମାନଙ୍କୁ ତୁରନ୍ତ ସହାୟତା ଯୋଗାଇବାକୁ ବିଧାୟକ ଶ୍ରୀ ଦାସଙ୍କ ପକ୍ଷରୁ ଏହି ପଦକ୍ଷେପ ଗ୍ରହଣ କରାଯାଇଥିଲା। ଏହି ଅବସରରେ ବିଧାୟକ କହିଥିଲେ ଯେ, ଆଗାମୀ ଦିନରେ ପ୍ରଭାବିତ ଅଞ୍ଚଳର ଲୋକମାନଙ୍କୁ ସମସ୍ତ ପ୍ରକାର ସହାୟତା ଯୋଗାଇ ଦିଆଯିବ ଏବଂ ସେମାନଙ୍କ ଅସୁବିଧା ଦୂର କରିବାକୁ ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯିବ। ଏହି କାର୍ଯ୍ୟକ୍ରମରେ ବିଧାୟକ ପ୍ରତିନିଧି ଲମ୍ବୋଦର ପ୍ରଧାନ, ମଣ୍ଡଳ ସଭାପତି ପ୍ରଫୁଲ୍ଲ ଦ୍ବିବେଦୀ, ସରପଞ୍ଚ ହରିପଦ ବେହେରା, ପଞ୍ଚାୟତ ସଭାପତି ଆଲୋକ କୁମାର ଜୀ, ଅଜୟ ନାୟକ, ପ୍ରତାପ ଚନ୍ଦ୍ର ନାୟକ, ମାନସ ଦାସଙ୍କ  ସହିତ ଅନ୍ୟାନ୍ୟ ସ୍ଥାନୀୟ କର୍ମୀମାନେ ଉପସ୍ଥିତ ଥିଲେ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ