ମୁଖ୍ୟମନ୍ତ୍ରୀ ରିଲିଫ୍‌ ଫଣ୍ଡକୁ ମନୋହର ଲାଲ ଗୋଲେ ଜୁଏଲେରୀ ପକ୍ଷରୁ ସହାୟତା

ବାଲେଶ୍ୱର, (ସରୋଜ ପଣ୍ଡା):ବାଲେଶ୍ୱର ଜିଲ୍ଲାରେ ବନ୍ୟା ପ୍ରଭାବିତ ଲୋକଙ୍କ ସହାୟତା ଓ ପୁନର୍ବାସ କାର୍ଯ୍ୟରେ ସହଯୋଗର ହାତ ବଢ଼ାଇଛନ୍ତି ସ୍ଥାନୀୟ ବ୍ୟବସାୟିକ ପ୍ରତିଷ୍ଠାନ ମନହରଲାଲ ପାଲା ଜୁଏଲର୍ସ। ପ୍ରତିଷ୍ଠାନର ପାର୍ଟନର ଶ୍ରୀ ରାକେଶ ପାଲା ବାଲେଶ୍ୱର ମୁଖ୍ରିଯମନ୍ତ୍ରୀ ରିଲିଫ୍ ପାଣ୍ଠିକୁ ୨୫,୦୦୦/- (ପଚିଶ ହଜାର) ଟଙ୍କା ଅବଦାନ ପ୍ରଦାନ କରିଛନ୍ତି। ଶ୍ରୀ ପାଲା ଏହି ଅର୍ଥରାଶି ଚେକ୍ ମାଧ୍ୟମରେ ପ୍ରଦାନ କରିଛନ୍ତି । ବନ୍ୟା ଯୋଗୁଁ ପ୍ରଭାବିତ ଲୋକଙ୍କ ରିଲିଫ୍ ଓ ସହାୟତା କାର୍ଯ୍ୟରେ ଏହି ଅବଦାନ ଉପଯୋଗୀ ହେବ ବୋଲି ପ୍ରତିଷ୍ଠାନ ପକ୍ଷରୁ ଆଶା ପ୍ରକାଶ କରାଯାଇଛି। ବିପର୍ଯ୍ୟୟ ସମୟରେ ମାନବିକତାର ପରିଚୟ ଦେଇ ଜିଲ୍ଲା ପ୍ରଶାସନର ବନ୍ୟା ମୁକାବିଲା ଓ ରିଲିଫ୍ କାର୍ଯ୍ୟରେ ସହଯୋଗ କରିଥିବାରୁ ମନହରଲାଲ ପାଲା ଜୁଏଲର୍ସଙ୍କ ଏହି ପଦକ୍ଷେପକୁ ପ୍ରଶଂସା କରାଯାଇଛି। ସମାଜର ଅନ୍ୟାନ୍ୟ ବ୍ୟକ୍ତି, ଅନୁଷ୍ଠାନ ଓ ବ୍ୟବସାୟିକ ପ୍ରତିଷ୍ଠାନମାନେ ମଧ୍ୟ ବନ୍ୟା ପ୍ରଭାବିତ ଲୋକଙ୍କ ସହାୟତା ପାଇଁ ଆଗେଇ ଆସିବାକୁ ଜିଲ୍ଲା ପ୍ରଶାସନ ପକ୍ଷରୁ ଆହ୍ୱାନ କରାଯାଇଛି।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ