‘ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ’ ପକ୍ଷରୁ ଜଗନ୍ନାଥ ମନ୍ଦିର ପୂଜକ ଓ କାର୍ଯ୍ୟକର୍ତ୍ତାଙ୍କୁ ତାଲିମ
କୋରାପୁଟ, (ହେମନ୍ତ ପାଣିଗ୍ରାହୀ) : କୋରାପୁଟ ଜଗନ୍ନାଥ ମନ୍ଦିରର ପୂଜକ ଏବଂ କାର୍ଯ୍ୟକର୍ତ୍ତାଙ୍କ ପାଇଁ ଆୟୋଜିତ ହୋଇଛି ଏକ ତାଲିମ ଶିବିର।ମହାପ୍ରଭୁଙ୍କ ସେବା, ପୂଜାପଦ୍ଧତି ଏବଂ ନିତିଦିନିଆ କାର୍ଯ୍ୟକ୍ରମକୁ ଅଧିକ ସୁନ୍ଦର ଓ ଶୃଙ୍ଖଳିତ କରିବା ପାଇଁ ଏହି ପ୍ରୟାସ କରାଯାଇଛି।ପୁରୀର ‘ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନ’ର କେନ୍ଦ୍ରୀୟ ସଚିବ ଡ. ନରେଶ ଚନ୍ଦ୍ର ଦାସ, ଡ. କରୁଣାକର ପ୍ରଧାନ, ସଭାପତି ରାଧେଶ୍ୟାମ ପଣ୍ଡା ପ୍ରମୁଖ ଯୋଗଦେଇ ତାଲିମ ପ୍ରଦାନ କରିଥିବା ବେଳେ, ଏଥିରେ ମନ୍ଦିର ପରିଚାଳନା କମିଟି ସଭାପତି ତାରା ପ୍ରସାଦ ବାହିନୀପତି, ଉପ ସଭାପତି ଅଜିତ ପାତ୍ର,ସଂପାଦକ ଅଯୋଧ୍ୟା ନାଥ ସାମଲ, ଯୁଗ୍ମ ସମ୍ପାଦକ ଜଗନ୍ନାଥ ଦାସ, ଉପଦେଷ୍ଟା ଡ ଜଗବନ୍ଧୁ ସାମଲ ଏବଂ ପୂଜକମାନେ ସାମିଲ ହୋଇଥିଲେ।ଶ୍ରୀ ଜଗନ୍ନାଥ ଚେତନା ଗବେଷଣା ପ୍ରତିଷ୍ଠାନର ଦକ୍ଷିଣ ପଶ୍ଚିମ କ୍ଷେତ୍ରୀୟ ସଂପାଦକ ଡ. ରବିନ୍ଦ୍ର ନାଥ ପରିଡା ଯୋଗଦେଇ ପରିଚାଳନା କରିଥିବା ବେଳେ କୋରାପୁଟ ଜଗନ୍ନାଥ ମନ୍ଦିରର କର୍ମଚାରୀ ମାନେ ଯୋଗଦେଇ ପରିଚାଳନାରେ ସହଯୋଗ କରିଥିଲେ।


