ନିଶା ନିବାରଣ ଓ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ
ନାଉଗାଁ (ପ୍ରଦୋଷ ମହାନ୍ତି) : ଜଗତସିଂହପୁର ଜିଲ୍ଲା ନାଉଗାଁ ବ୍ଲକ ଅନ୍ତର୍ଗତ ଅଲଣାହାଟ ଉଚ୍ଚ ବିଦ୍ୟାଳୟରେ ମଙ୍ଗଳବାର ନାଉଗାଁ ପୋଲିସ ପ୍ରଶାସନ ପକ୍ଷରୁ ନିଶା ନିବାରଣ ଓ ସାଇବର ସୁରକ୍ଷା ସଚେତନତା ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ବିଦ୍ୟାଳୟର ଭାରାପ୍ରାପ୍ତ ପ୍ରଧାନଶିକ୍ଷକ ଅମୁଲ୍ୟ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଥାନାଧିକାରୀ ଦେବାଶିଷ ପଣ୍ଡା ଯୋଗ ଦେଇ ଛାତ୍ରଛାତ୍ରୀମାନଙ୍କୁ ନିଶା ନିବାରଣ ଓ ସାଇବର ଅପରାଧ ବିଷୟରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ । ପୋଲିସ ଓ ଜନସାଧାରଣଙ୍କ ମଧ୍ୟରେ ସୁସଂପର୍କ ରହିଲେ ଅପରାଧ ନିୟନ୍ତ୍ରଣ ହୋଇପାରିବ ବୋଲି ଥାନାଧିକାରୀ ପଣ୍ଡା ମତବ୍ୟକ୍ତ କରିଥିଲେ । ସେହିପରି ବିଭିନ୍ନ ସମୟରେ ସାଇବର ଠକ ମାନେ କିପରି ଜନସାଧାରଣଙ୍କୁ ଲୁଟୁଛନ୍ତି ସମସ୍ତ ଜନସାଧାରଣ ସେ ବିଷୟରେ ଅବଗତ ହେବା ଜରୁରୀ । କୌଣସି ବ୍ୟକ୍ତିଙ୍କ ନିକଟରୁ ଅଜଣା କଲ,ମ୍ୟାସେଜ କିମ୍ବା ଠକେଇର ଶିକାର ହେଲେ ସଙ୍ଗେ ସଙ୍ଗେ ପୋଲିସର ସହାୟତା ନେବାକୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ କନେଷ୍ଟବଳ ମଧୁସ୍ମିତା ସ୍ୱାଇଁ , ସଞ୍ଜୟ କୁମାର କଁଅର ଯୋଗ ଦେଇଥିବା ବେଳେ ବିଦ୍ୟାଳୟର ଶିକ୍ଷକ ଅମ୍ବିକା ପ୍ରସାଦ ସାହୁ , ରଶ୍ମିରଂଜନ ନାଥ , ଆଶୁତୋଷ ତ୍ରିପାଠୀ ସହଯୋଗ କରିଥିଲେ ଶେଷରେ ଶିକ୍ଷକ ସଞ୍ଜୟ କୁମାର ନାୟକ ଧନ୍ୟବାଦ ଦେଇଥିଲେ | ଏହି କାର୍ଯ୍ୟକ୍ରମରେ ୧୨୫ରୁ ଉର୍ଦ୍ଧ୍ବ ଛାତ୍ରଛାତ୍ରୀ ଯୋଗଦେଥିଲେ |


