ପ୍ରଫୁଲ୍ଲ ନାୟକଙ୍କ ଶ୍ରାଦ୍ଧ ଦିବସ ପାଳିତ
ଛତ୍ରପୁର, (ଓ୍ବାଇଏନଏସ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଗୋବିନ୍ଦପୁର ଉଚ୍ଚ ବିଦ୍ୟାଳୟ ପରିସରରେ ବୁଧବାର ପୂର୍ବତନ ବ୍ଲକ୍ ଅଧ୍ୟକ୍ଷ ସ୍ୱର୍ଗତ ପ୍ରଫୁଲ୍ଲ ନାୟକଙ୍କ ୨୪ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଅବସରରେ ତାଙ୍କ ସ୍ମୃତିଚାରଣ କରାଯାଇବା ସହ ଅଞ୍ଚଳର ଜନକଲ୍ୟାଣ ଓ ଶିକ୍ଷା କ୍ଷେତ୍ରରେ ତାଙ୍କ ଅବଦାନକୁ ମନେ ପକାଯାଇଥିଲା କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ ଯୋଗଦେଇଥିବା ବେଳେ ପୂର୍ବତନ ବିଧାୟକ ଅଶୋକ କୁମାର ଚୌଧୁରୀ, ଛତ୍ରପୁର ବ୍ଲକ୍ କଂଗ୍ରେସ ସଭାପତି ସୁଦାମ ପୁରୋହିତ, ପୂର୍ବତନ ସରପଞ୍ଚ ନରହରି ରେଡ୍ଡୀ, ଲକ୍ଷ୍ମୀପୁର ସରପଞ୍ଚ ଝୁଲ୍ଲି ନାହାକ, ପୂର୍ବତନ ସମିତି ସଭ୍ୟ ଏନ୍. ଦୁର୍ଯ୍ୟଧନ ରେଡ୍ଡୀ, ସରକାରୀ ଓକିଲ ବାବୁ ନାହାକ, ଯୁବ ନେତା ମାଗୁଣି ବିଷୋୟୀ, ପୂର୍ବତନ ପ୍ରଧାନଶିକ୍ଷକ କୁମୁଦ ବେହେରା ଓ ସାମ୍ବାଦିକ ରବୀନ୍ଦ୍ରନାଥ ପଣ୍ଡା ପ୍ରମୁଖ ଯୋଗଦେଇଥିଲେ। ଅତିଥିମାନେ ସ୍ୱର୍ଗତ ପ୍ରଫୁଲ୍ଲ ନାୟକଙ୍କ ଜନକଲ୍ୟାଣମୂଳକ କାର୍ଯ୍ୟ ଓ ଏହି ଅଞ୍ଚଳରେ ଶିକ୍ଷାର ବିକାଶ ପାଇଁ ତାଙ୍କ ଉଦ୍ୟମ ପ୍ରଶଂସନୀୟ ଥିଲା ବୋଲି କହିଥିଲେ। ତାଙ୍କ ଆଦର୍ଶ ଓ ସେବାମନୋଭାବକୁ ଆଗାମୀ ପିଢ଼ି ଅନୁସରଣ କରିବା ଆବଶ୍ୟକ ବୋଲି ମତ ପ୍ରକାଶ ପାଇଥିଲା। କ୍ରୀଡ଼ା ଶିକ୍ଷକ ପ୍ରକାଶ ଚନ୍ଦ୍ର ପାଣିଗ୍ରାହୀ କାର୍ଯ୍ୟକ୍ରମକୁ ସଂଯୋଜନା କରିଥିଲେ। ଏଥିରେ ଗୋଲକ ନାୟକ, ମନୁ ନାୟକ, ପ୍ରଧାନଶିକ୍ଷକ ସୈରା ନାହାକ, ଶିକ୍ଷୟିତ୍ରୀ ଧରିତ୍ରୀ ପାଣିଗ୍ରାହୀ, ସୋମେୟା ପାତ୍ର, ଅଶୋକ ପଟ୍ଟନାୟକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ରହି ସ୍ୱର୍ଗତ ନାୟକଙ୍କ ସ୍ମୃତିଚାରଣ କରିଥିଲେ।


