ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା
ମୁନିଗୁଡ଼ା (ନନ୍ଦ କିଶୋର ପଟ୍ଟନାୟକ) : ମୁନିଗୁଡ଼ାର ମହାବିଦ୍ୟାଳୟ ଖେଳ ପଡିଆ ପରିସରରେ ଗୋଷ୍ଠୀ ଶିକ୍ଷା ବିଭାଗ ଆୟୋଜନ କ୍ରମେ ବ୍ଲକ ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଅନୁଷ୍ଠିତହୋଇଯାଇଛି। ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ସୁବାସ ସିଂଙ୍କ ସଭାପତିତ୍ଵ ଏବଂ ବରିଷ୍ଠ କ୍ରୀଡା ଶିକ୍ଷକ ମନୋଜ ପାଢ଼ୀ କ୍ରୀଡା ଏସ.କେ ଯାବିରଙ୍କ ମିଳିତ ସଂଯୋଜନାରେ ଅନୁଷ୍ଠିତ କ୍ରୀଡା ଉତ୍ସବରେ ଅତିଥିଭାବେ ମୁନିଗୁଡ଼ା ପିଏମଶ୍ରୀ ନୋଡାଲ ହାୟେର ସେକେଣ୍ଡାରୀ ସ୍କୁଲର ପ୍ରଧାନ ଶିକ୍ଷକ ଦୁଷ୍ମନ୍ତ କୁମାର ମାଝୀ, ସମ୍ମାନିତ ଅତିଥିଭାବେ ସିଆରସିସି ବାଲାଜୀ ପଟ୍ଟନାୟକ, ଅଶ୍ଵିନୀ ବାରିକ, ଗୋପବନ୍ଧୁ ଦାସ,ଆରତ ପ୍ରାଣଭୋଇ,ସୁରେଶ ପଟ୍ଟନାୟକ ପ୍ରମୁଖଙ୍କ ସମେତ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ବିଶେଷ ଉପସ୍ଥିତ କ୍ରୀଡା ପତାକା ଉତ୍ତୋଳନ କରି କାର୍ଯ୍ୟକ୍ରମର ଶୁଭାରମ୍ଭ କରିବା ସହ କ୍ରୀଡାବିତ୍ ମାନଙ୍କୁ ଶୁଭେଚ୍ଛା ଜଣାଇବା ସହିତ ଖେଳାଳୀ ମନଭାବ ରଖିବା ଏବଂ ଆକ୍ରୋଶମୂଳକ ଭାବେ ନଖେଳିବାକୁ ପରାମର୍ଶ ଦେବା ସହ ଶୃଙ୍ଖଳା ବିନା କ୍ରୀଡା ଦିଗହରା ହୋଇଥାଏ। କ୍ରୀଡ଼ାରେ ମଧ୍ୟ ଅନେକ ଯୁବକ କ୍ୟାରିୟର ଗଢ଼ୁ ଥିବାରୁ ଆଜିକାଲି ଅନେକ ଯୁବା ବର୍ଗ କ୍ରୀଡାକୁ ଶିକ୍ଷାର ଅନ୍ୟତମ ପ୍ରମୁଖ ବିଭାଗ ରୂପେ ଆଦରି ନେଉଥିବା ଦେଖିବାକୁ ମିଳୁଛି,ଏଣୁ ସର୍ବଶ୍ରେଷ୍ଠ ପ୍ରଦର୍ଶନକୁ ପ୍ରଦର୍ଶିତ କରିବାକୁ ଆହ୍ଵାନ ଦେଇଥିଲେ। ଏହି ଅବସରରେ ବ୍ଲକର ବିଭିନ୍ନ ବିଦ୍ୟାଳୟରୁ ୩୦୦ ବିଦ୍ୟାର୍ଥି କ୍ରୀଡାବିତ ମାନେ ଯୋଗ ଦେଇଥିବା ବେଳେ ଏହି କ୍ରୀଡା ପ୍ରତିଯୋଗିତାରେ ଦୌଡ,ଉଚ୍ଚ ଡିଆଁ,ଲମ୍ବା ଡିଆଁ, ସଟଫୁଟ ଥ୍ରୋ,ଡିଷକସ ଥରୋ,ଭଲିବଲ୍,ଯୋଗ,ବ୍ୟାଡ ମିଟନ୍,କ୍ରିକେଟ, କବାଡି,ଖୋକ,ମିୟୁଜିକ ଚେୟାର ଆଦି ପ୍ରତିଯୋଗିତା ଅନ୍ୟାନ୍ୟ ଖେଳ ଅନୁଷ୍ଠିତ ହୋଇଥିବା ଜଣାପଡିଛି। ଉକ୍ତ କ୍ରୀଡା ପ୍ରତିଯୋଗିତାକୁ କ୍ରୀଡା ଶିକ୍ଷକ ସଞ୍ଜୀବ କାଡ୍ରାକା, ଜିବଲାଲ ନାୟକ,ଜିଜ୍ଞାସୁ ଜେନା, ହରିହର ପ୍ରଧାନ, ଦୁର୍ଗାପ୍ରସାଦ ନାୟକ,ପୁଷ୍ପା କନିକ,ବନିତା ଶବର, ପ୍ରଭାତୀ ତୁଙ୍ଗ,ଧୀରେନ୍ଦ୍ର ଥାପା,ସୁଶାନ୍ତ ତ୍ରିପାଠୀ ପ୍ରମୁଖଙ୍କ ସମେତ ବିଭିନ୍ନ ବିଦ୍ୟାଳୟର କ୍ରୀଡା ଶିକ୍ଷକ ମାନେ ଉପସ୍ଥିତ ରହି ବିଦ୍ୟାର୍ଥୀ ମାନଙ୍କୁ ଉତ୍ସାହିତ କରିବା ସହ ପରିଚାଳନା ଓ ସହଯୋଗ କରିଥିଲେ।


