ଏଲ୍‍ଆଇସି ପକ୍ଷରୁ ଆସିକାରେ ୭୦ତମ ବୀମା ସପ୍ତାହ ଉଦ୍‌ଘାଟିତ

ଆସିକା  (ୱାଇଏନ୍‍ଏସ୍‍) : ଭାରତୀୟ ଜୀବନ ବୀମା ନିଗମ ଆସିକା ଶାଖା ପକ୍ଷରୁ ୭୦ତମ ବୀମା ସପ୍ତାହ ମଙ୍ଗଳବାର ଠାରୁ ଆରମ୍ଭ ହୋଇଥିବା ଲକ୍ଷ୍ୟ କରାଯାଇଛି । ଭାରତୀୟ ଜୀବନ ବୀମା ନିଗମ ଆସିକା ଶାଖାର ବରିଷ୍ଠ ପରିଚାଳକ ପଦ୍ମଲୋଚନ ଦାଶ ଏହି ବୀମା ସପ୍ତାହ ପାଳନ କାର୍ଯ୍ୟକ୍ରମକୁ ଉଦ୍‌ଘାଟନ କରିବା ସହ ଜୀବନ ବୀମା ନିଗମର ପତକାକୁ ଉତ୍ତୋଳନ କରି ବୀମା କର୍ମଚାରୀ ତଥା ଅଭିକର୍ତ୍ତା ମାନଙ୍କୁ ଶପଥ ପାଠ କରାଇବା ସାଙ୍ଗକୁ ଭାରତୀୟ ଜୀବନ ବୀମା ନିଗମର ସଫଳତାକୁ ପ୍ରଶଂସା କରିବା ସହିତ ପଲିସିଧାରୀଙ୍କ ସେବାରେ ଅଧିକ ବ୍ରତୀ ହେବାକୁ କର୍ମଚାରୀ ଓ ଅଭିକର୍ତ୍ତା ମାନଙ୍କୁ ପରାମର୍ଶ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ଶାଖା ପରିଚାଳକ ପଦ୍ମଲୋଚନ ଦାଶ ପ୍ରକାଶ କରି କହିଲେ ଯେ ଭାରତୀୟ ଜୀବନ ବୀମା ନିଗମ ସାରା ଭାରତ ବର୍ଷରେ ଗୋଟିଏ କେନ୍ଦ୍ରୀୟ କାର୍ଯ୍ୟାଳୟ ସମେତ ୮ଟି ପ୍ରାଦେଶିକ କାର୍ଯ୍ୟାଳୟ, ୧୧୩ଟି ମଣ୍ଡଳ କାର୍ଯ୍ୟାଳୟ, ୨୦୪୮ଟି ଶାଖା କାର୍ଯ୍ୟାଳୟ, ୧୫୮୪ଟି ସ୍ୟାଟେଲାଇଟ୍ ଶାଖା ମାଧ୍ୟମରେ ଦୀର୍ଘ ୭୦ବର୍ଷ ଧରି ନିରବିଚ୍ଛିନ୍ନ ଭାବେ ହଜାର ହଜାର ବୀମା ଉପଭୋକ୍ତାଙ୍କୁ ସେବା ଯୋଗାଇ ପ୍ରଗତି ପଥରେ ଆଗେଇ ଚାଲିଛି । ସାରା ଭାରତ ବର୍ଷରେ ଜୀବନ ବୀମା ନିଗମରେ ସମୁଦାୟ ଗତ ୨୦୨୫-୨୬ ଆର୍ଥିକ ବର୍ଷ ମଧ୍ୟରେ ୧କୋଟି ୮୪ ଲକ୍ଷ ୬୨ ହଜାରଟି ନୂଆ ପଲିସି ମାଧ୍ୟମରେ ୨ ଲକ୍ଷ ୬୦ ହଜାର ୬୧୨.୯୭ କୋଟି ଟଙ୍କାର ନୂତନ ବ୍ୟବସାୟ କରିପାରିଛି । ଯାହାକି ସମୁଦାୟ ବୀମାବଜାରର ପଲିସି ବିକ୍ରୟର ଶତକଡା ୬୫.୦୬ ପ୍ରତିଶତ ଓ ପ୍ରିମିୟମ ଆୟର ଶତକଡା ୫୬.୬୬ ର ସିଂହଭାଗ ଏଲ୍‌ଆଇସି କରିପାରିଛି । ଭାରତୀୟ ଜୀବନ ବୀମା ନିଗମର କାର୍ଯ୍ୟକାରୀ ମୂଳଧନ ଗତ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ୫୯ ଲକ୍ଷ ୩ ହଜାର ୮୭୬.୪୩ କୋଟିରେ ପହଞ୍ଚସାରିିଥିବା ବେଳେ ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ଭାରତୀୟ ଜୀବନ ବୀମା ନିଗମର ଆସିକା ଶାଖା ୨୩ହଜାର ୩୪୪ଟି ପଲିସି ମାଧ୍ୟମରେ ୪୫କୋଟି ୨୦ ଲକ୍ଷ ଟଙ୍କାର ନୂତନ ବ୍ୟବସାୟ କରି ଅଭୂତପୂର୍ବ ସଫଳତା ହାସଲ କରିଛି । ଭାରତୀୟ ଜୀବନ ବୀମା ନିଗମ ଆସିକା ଶାଖାର ବରିଷ୍ଠ ଶାଖା ପରିଚାଳକ ପଦ୍ମଲୋଚନ ଦାଶଙ୍କ ଅକ୍ଳାନ୍ତ ପ୍ରଚେଷ୍ଟା ଏବଂ ମାର୍ଗଦର୍ଶନ ସାଙ୍ଗକୁ କାର୍ଯ୍ୟରତ କର୍ମଚାରୀ ଏବଂ ଅନ୍ୟାନ୍ୟ ଉନ୍ନୟନ ଅଧିକାରୀ ଓ ଏଜେଣ୍ଟମାନଙ୍କ ଅହରହ ପ୍ରଚେଷ୍ଟାରେ ଗତ ୨୦୨୫-୨୬ ଆର୍ଥିକ ବର୍ଷରେ ବ୍ରହ୍ମପୁୁର ଡିଭିଜନ ଅଧୀନରେ ଏଲ୍‍ଆଇସି ଆସିକା ଶାଖା ପ୍ରଥମ ହେବାର ସୌଭାଗ୍ୟ ଅର୍ଜନ କରିଥିବା ଯୋଗୁଁ ସାଧାରଣରେ ଖୁସିର ଲହରୀ ଖେଳିଯାଇଥିବା ଦେଖିବାକୁ ମିଳିଛି । ଭାରତୀୟ ଜୀବନ ବୀମା ନିଗମର ୭୦ତମ ବୀମା ସପ୍ତାହ ଉଦ୍‌ଘାଟନୀ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ଶାଖା ପରିଚାଳକ ପଦ୍ମଲୋଚନ ଦାଶ, ବରିଷ୍ଠ ପଦାଧିକାରୀ ଦେବେନ୍ଦ୍ରନାଥ ଦାଶ, ଶରତ ଚନ୍ଦ୍ର ବେହେରା, ମଙ୍ଗଳା ହାଁସଦା, ଶିଶିର ରଂଜନ ବିଶ୍ୱାଳ, ସମୀର ଦାଶ, ସିମାଞ୍ଚଳ ମୁଦୁଲି, ହରପ୍ରିୟା ମହାରଣା, ସଚ୍ଚିଦାନନ୍ଦ ପାଣିଗ୍ରାହୀ, ଲକ୍ଷ୍ମୀ ପାଳ, ଉନ୍ନୟନ ଅଧିକାରୀ ସଂଜୟ କୁମାର ବିଶ୍ୱାଳ, ରାଜେନ୍ଦ୍ର କୁମାର ଜେନା, ଉମାକାନ୍ତ ବଳ, ରାମଚନ୍ଦ୍ର ସ୍ୱାଇଁ, କିଶୋର ଚନ୍ଦ୍ର ପ୍ରଧାନ, ସୁନିଲ୍‍ କୁମାର ଗୌଡ, ଏଲ୍‍ଆଇସି ଏଜେଣ୍ଟ ଆଦି ନାରାୟଣ ସାହୁ, ସୁକାନ୍ତ କୁମାର ଜେନା, ମନୋଜ କୁମାର ମିଶ୍ର, ମନୋଜ କୁମାର ପଟ୍ଟନାୟକ, ରାଜେନ୍ଦ୍ର କୁମାର ଦାଶ, ସୁରେନ୍ଦ୍ର ନାଥ ସ୍ୱାଇଁ, କଲ୍ୟାଣୀ ରାଉଳ, ରୀନା ମହାଙ୍କୁଡ, ଗୌରହରି ବେହେରା, କେ.ମନୋଜ କୁମାର ପାତ୍ର, ଶୀମତୀ ଶୁଭ୍ରାଂଶୁବାଳା ପଟ୍ଟନାୟକଙ୍କ ସମେତ ବହୁ ବରିଷ୍ଠ ଅଧିକାରୀ, ଉନ୍ନୟନ ଅଧିକାରୀ, ଏଜେଣ୍ଟ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ