ଗ୍ରାମୀଣ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ନେଇ ସମୀକ୍ଷା କଲେ ଜିଲ୍ଲାପାଳ
ଛତ୍ରପୁର,(ଓ୍ବାଇଏନଏସ): ଜିଲ୍ଲାରେ ଜଳ ଓ ପରିମଳ ମିଶନ ପକ୍ଷରୁ ଚାଲିଥିବା ଗ୍ରାମୀଣ ମେଗା ପାନୀୟଜଳ ଯୋଗାଣ ପ୍ରକଳ୍ପର ଅଗ୍ରଗତି ନେଇ ଛତ୍ରପୁର ସ୍ଥିତ ଜିଲ୍ଲାପାଳ କାର୍ଯ୍ୟାଳୟ ର ସମ୍ମିଳନୀ କକ୍ଷ ରେ ଜିଲ୍ଲାପାଳ ଭି. କୀର୍ତ୍ତି ଭାସନ ଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଥିଲା। ବିଭିନ୍ନ ପ୍ରକଳ୍ପର ବର୍ତ୍ତମାନ ସ୍ଥିତି ଓ ଅଗ୍ରଗତି ସମୀକ୍ଷା କରାଯାଇ ଅବଶିଷ୍ଟ କାର୍ଯ୍ୟଗୁଡ଼ିକୁ ତ୍ୱରିତ ସମାପ୍ତ କରି ନିର୍ଦ୍ଧାରିତ ସମୟରେ ଗ୍ରାମାଞ୍ଚଳବାସୀଙ୍କୁ ନିରବଚ୍ଛିନ୍ନ ପାନୀୟଜଳ ସୁବିଧା ଯୋଗାଇଦେବାକୁ ଜିଲ୍ଲାପାଳ ସମ୍ପୃକ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦେଇଥିଲେ। ଏଥିରେ ବିଭାଗ ର ବରିଷ୍ଠ ଅଧିକାରୀ ମାନେ ଉପସ୍ଥିତ ଥିଲେ l


