ନନ୍ଦିପଦା ପୋଲିସ ଦ୍ୱାରା ୪ ବାଲି ବୋଝେଇ ଟ୍ରାକ୍ଟର ଜବତ

ହାଟଡିହି (ଓ୍ବାଇଏନଏସ): ବେଆଇନ ବାଲି ପରିବହନ ଉପରେ ନନ୍ଦିପଦା ପୋଲିସ ପକ୍ଷରୁ ଚଢ଼ଉ କରାଯାଇ ୪ଟି ବାଲି ବୋଝେଇ ଟ୍ରାକ୍ଟର ଜବତ କରାଯାଇଛି। ଅଣା – ସମଣା ରାସ୍ତାର ଡଙ୍କୁରୀ ନିକଟରୁ ୩ଟି ଏବଂ ହାଟଡିହି ପେଟ୍ରୋଲ ପମ୍ପ ନିକଟରୁ ଗୋଟିଏ ବାଲି ବୋଝେଇ ଟ୍ରାକ୍ଟରକୁ ପୋଲିସ ଜବତ କରିଥିବା ଜଣାପଡ଼ିଛି। ବିନା ଅନୁମତିରେ ବାଲି ପରିବହନ କରାଯାଉଥିବା ସନ୍ଦେହରେ ପୋଲିସ ଏହି ଚଢ଼ଉ କରିଥିଲା। ଜବତ ହୋଇଥିବା ଟ୍ରାକ୍ଟରଗୁଡ଼ିକୁ ନନ୍ଦିପଦା ଥାନାକୁ ନିଆଯାଇ ଆଇନଗତ ପ୍ରକ୍ରିୟା ଆରମ୍ଭ କରାଯାଇଛି। ଏନେଇ ନନ୍ଦିପଦା ଥାନାରେ କେସ୍‌ ନମ୍ବର ୩୩୩, ୩୩୪, ୩୩୫ ଓ ୩୩୬/୨୦୨୬ରେ ୪ଟି ପୃଥକ ମାମଲା ରୁଜୁ ହୋଇଛି। ବେଆଇନ ବାଲି ଚାଲାଣ ରୋକିବା ପାଇଁ ଆଗାମୀ ଦିନରେ ମଧ୍ୟ ଚଢ଼ଉ ଜାରି ରହିବ ବୋଲି ପୋଲିସ ପକ୍ଷରୁ କୁହାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ