ୱାରେଣ୍ଟରେ ୫ ଅଭିଯୁକ୍ତ ଗିରଫ
ହାଟଡିହି,(ଓ୍ବାଇଏନଏସ): କେନ୍ଦୁଝର ଜିଲ୍ଲା ନନ୍ଦିପଦା ଓ ସୋସୋ ଥାନା ପୋଲିସ ୱାରେଣ୍ଟ ବଳରେ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି l ନନ୍ଦିପଦା ପୋଲିସ ବ୍ରାହ୍ମଣୀକଳା ଗ୍ରାମର ଜୀବନ ଦାସ (୩୭ ବର୍ଷ),ବିଷ୍ଣୁପୁର ଗ୍ରାମର ନିରାକାର ସାହୁ (୭୧ ବର୍ଷ) ଏବଂ ଡ଼ିମିରିଆ ଗ୍ରାମର ସନ୍ତୋଷ ବେହେରା (୪୨ ବର୍ଷ) ପ୍ରମୁଖ ତିନି ଅଭିଯୁକ୍ତଙ୍କୁ ଗୁରୁବାର ଗିରଫ କରିଥିବା ଥାନାଧିକାରୀ ଧର୍ମେନ୍ଦ୍ର ଶାନ୍ତି କହିଛନ୍ତି l ସନ୍ତୋଷ ଏବଂ ନିରାକାରଙ୍କ ନାମରେ ଗଣ୍ଡଗୋଳ ମାମଲା ଥିଲା l ହାଟଡିହି ଜେଏମଏଫସି କୋର୍ଟରୁ ୱାରେଣ୍ଟ ଜାରି ହୋଇଥିଲା l ଅପର ପକ୍ଷେ ଜୀବନଙ୍କ ନାମରେ ଭଦ୍ରକ ଜିଲ୍ଲା ବାସୁଦେବପୁର ଆସିଷ୍ଟାଣ୍ଟ ସେସନ ଜଜଙ୍କ କୋର୍ଟରୁ ଏକ ଡକାୟତ ମାମଲାରେ ୱାରେଣ୍ଟ ଜାରି ହୋଇଥିଲା l ତେଣୁ ତିନି ଅଭିଯୁକ୍ତଙ୍କୁ ଗିରଫ କରାଯାଇଥିବା ପୋଲିସ ସୂଚନା ଦେଇଛି। ସେହିପରି ସୋସୋ ଥାନା ପୋଲିସ ନୁଆସାହି ଗ୍ରାମର ନିରଞ୍ଜନ ଗିରି (୫୫) ଏବଂ ରୁଗୁଡ଼ି ସାହି ଗ୍ରାମର ଖିରୋଦ ନାଇକ (୩୬) ଙ୍କୁ ୱାରେଣ୍ଟ ବଳରେ ଗିରଫ କରିଛି।


