ଧର୍ମପରାୟଣ ବ୍ୟକ୍ତି ପ୍ରତାପ ଚକ୍ରବର୍ତ୍ତୀଙ୍କ ଶ୍ରଦ୍ଧାଞ୍ଜଳି ସଭା
ବନ୍ତ, (ଚାନ୍ଦିନୀ ମହାନ୍ତି): ବନ୍ତ ଗ୍ରାମର ଧର୍ମପରାୟଣ ବ୍ୟକ୍ତି ପ୍ରତାପ ଚନ୍ଦ୍ର ଚକ୍ରବର୍ତ୍ତୀ(୬୨)ଙ୍କ ଏକାଦଶାହ କ୍ରିୟାରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି l ଏଥିରେ କେଦାରନାଥ ମହାନ୍ତି, ଅନ୍ତର୍ଯ୍ୟାମୀ ବେହେରା, ଆଲୋକ ରଞ୍ଜନ ମୁଖାର୍ଜୀ, ବାଦଲ ମଜୁମଦାର, ଅରୁଣ କୁମାର ନାୟକ, ସୀତାରାମ ପତି, ଶ୍ୟାମ ସୁନ୍ଦର ଦାସଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଯୋଗ ଦେଇ ସ୍ୱର୍ଗତ ଆତ୍ମାର ସଦଗତି ନିମନ୍ତେ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରିଥିଲେ l ସେ ଜଣେ ଧର୍ମପରାୟଣ ଓ ସମାଜସେବୀ ଭାବେ ବେଶ ପରିଚିତ ଥିଲେ l ତାଙ୍କ ବିୟୋଗରେ ସମ୍ପୃକ୍ତ ଅଞ୍ଚଳରେ ଅପୂରଣୀୟ କ୍ଷତି ଘଟିଲା ବୋଲି ଅତିଥି ମାନେ କହିଥିଲେ l ପ୍ରକାଶ ଥାଉକି, ଅଗଷ୍ଟ ୨୪ରେ ଭୁବନେଶ୍ୱରସ୍ଥିତ ଏକ ଘରୋଇ ହସପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ହୃଦଘାତରେ ପରଲୋକ ହୋଇଥିଲା l ସେ ବନ୍ତ ଗ୍ରାମ ପଞ୍ଚାୟତର ପୂର୍ବତନ ୱାର୍ଡ ସଭ୍ୟା ଶେଫାଳୀ ଚକ୍ରବର୍ତ୍ତୀଙ୍କର ସ୍ଵାମୀ ଅଟନ୍ତି l କାର୍ଯ୍ୟକ୍ରମରେ ପୁତ୍ର ଆଶୀଷ ଚକ୍ରବର୍ତ୍ତୀ, ଦେବାଶିଷ ଚକ୍ରବର୍ତ୍ତୀଙ୍କ ସମେତ ୪ ଭାଇ, ୩ଭାଇବୋହୁ, ୪ଭଉଣୀ, ଭିଣୋଇ, ପୁତୁରା, ଝିଆରୀ, ନାତି, ନାତୁଣୀ ମାନେ ସହଯୋଗ କରିଥିଲେ l


