ସଦ୍ଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀଙ୍କ ପୁଣ୍ୟଜନ୍ମତିଥି ପାଳିତ
ଆସିକା (ୱାଇଏନ୍ଏସ୍): ଅନ୍ତର୍ଜାତୀୟ ଦିବ୍ୟ ଜୀବନ ସଂଘର ପ୍ରତିଷ୍ଠାତା ସଦ୍ଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜଙ୍କ ୧୩୯ତମ ପୁଣ୍ୟଜନ୍ମତିଥି ଉପଲକ୍ଷେ ସ୍ୱତନ୍ତ୍ର ଆଧ୍ୟାତ୍ମିକ ସାଧନା ଦିବସ ଏକ ଭକ୍ତିମୟ ପରିବେଶ ମଧ୍ୟରେ ମଙ୍ଗଳବାର ଦିବ୍ୟ ଜୀବନ ସଂଘ ଆସିକା ଶାଖା କାର୍ଯ୍ୟାଳୟରେ ପାଳିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଶତାଧୀକ ଆଧ୍ୟାତ୍ମିକ ପ୍ରେମୀ, ସଚେତନ ନାଗରିକ ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା। ଏହି ଅବସରରେ ଶ୍ରୀ ଗୁରୁ ପାଦୁକା ପୂଜା, ଜୟ ଗଣେଶ ବନ୍ଦନା, ଗୁରୁ ସ୍ତୋତ୍ର ପଠନ, ଭଜନକୀର୍ତ୍ତନ, ଆଧ୍ୟାତ୍ମିକ ପ୍ରବଚନ, ସତ୍ସଙ୍ଗ, ପ୍ରାର୍ଥନା, ଜପ, ଧ୍ୟାନ, ପ୍ରାଣାୟମ, ଗୀତାପାଠ, ଶାନ୍ତିପାଠ, ଆରତୀ ସମେତ ଅନ୍ୟାନ୍ୟ କାର୍ଯ୍ୟକ୍ରମ ବିଧିବିଧାନ ତଥା ନୀତିକାନ୍ତି ଅନୁଯାୟୀ ଅନୁଷ୍ଠିତ ହୋଇଥିଲା । ଦିବ୍ୟ ଜୀବନ ସଂଘ ଶତବାର୍ଷିକ ସମାରୋହ ପୃଷ୍ଠପୋଷକତାରେ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜଙ୍କ ୧୩୯ ତମ ଜନ୍ମଦିବସ ପାଳନ ତଥା ସ୍ୱତନ୍ତ୍ର ଆଧ୍ୟାତ୍ମିକ ସାଧନ ଦିବସ ଦିବ୍ୟ ଜୀବନ ସଂଘ, ଆସିକା ଶାଖା କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା ବେଳେ ଏହି କାର୍ଯ୍ୟକ୍ରମରେ ଦକ୍ଷିଣ ଓଡିଶା ଦିବ୍ୟଜୀବନ ସଂଘ ସମନ୍ୱୟ ସମିତିର ମୁଖ୍ୟ ସଂଗଠକ ଜୟଚନ୍ଦ୍ର ନାୟକ ଯୋଗଦେଇ ସଦ୍ଗୁରୁ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜଙ୍କ ଜୀବନୀ, ବାଣୀ, ଆଦର୍ଶ, ଉପଦେଶ ଓ ଆଧ୍ୟାତ୍ମିକ ପଥ ଉପରେ ଆଲୋକପାତ କରି ସେବା, ପ୍ରେମ, ଦାନ, ଧ୍ୟାନ, ପବିତ୍ରତା ମାଧ୍ୟମରେ ସ୍ୱାମୀ ଶିବାନନ୍ଦଙ୍କ ବାଣୀଙ୍କୁ ଭକ୍ତମାନେ ଦୈନନ୍ଦିନ ଜୀବନରେ ପାଳନ କରିବା ସହ ଦୁଃଖୀ, ଗରିବଙ୍କୁ ସାହାର୍ଯ୍ୟ କରିବାକୁ ପରାମର୍ଶ ଦେବା ସହ ଦିବ୍ୟଜୀବନ ସଂଘର ପ୍ରତିଷ୍ଠାତା ସ୍ୱାମୀ ଶିବାନନ୍ଦ ସରସ୍ୱତୀ ଆଧ୍ୟାତ୍ମ ଆକାଶର ଜଣେ ଉଜ୍ଜ୍ୱଳତମ ନକ୍ଷତ୍ର ଥିଲା ବେଳେ ଆଧ୍ୟାତ୍ମିକତା ଆଧାରରେ ଭାରତୀୟ ସଂସ୍କୃତି ଓ ବିଚାରାଧାରାର ପ୍ରଚାର ପ୍ରସାର ପାଇଁ ସେ ତାଙ୍କ ସାଧନା ପୀଠ ଋଷିକେଶ ଗଙ୍ଗାକୁଳସ୍ତ ଆନନ୍ଦ କୁଟୀର ଛାଡି କୁଆଡେ ଯାଇ ନଥିଲେ ହେଲେ ନିଜର ସତ୍ ସଙ୍କଳ୍ପ, ଦୃଢନିଷ୍ଠା, ଅଦମ୍ୟ ପ୍ରଚେଷ୍ଟା ଏବଂ ତପସ୍ୟା ଦ୍ୱାରା ସାରା ବିଶ୍ୱର କୋଣ ଅନୁକୋଣରେ ଯଶସ୍ୱୀ ହୋଇ ପାରିଥିଲେ ବୋଲି ପ୍ରକାଶ କରି ପୂଜ୍ୟଶ୍ରୀ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜ ଅତ୍ୟନ୍ତ ସମୟାନୁବର୍ତ୍ତୀ ଥିଲା ବେଳେ ଜଣେ ବିଶିଷ୍ଟ ଚିକିସାô ବିଜ୍ଞାନୀ ଭାବରେ ସେ ଦେଶବିଦେଶରେ ଅନେକ ସମ୍ମାନରେ ସମ୍ମାନିତ ହୋଇଥିଲେ ଏବଂ ପ୍ରସିଦ୍ଧ ଆଧ୍ୟାତ୍ମିକ ଗୁରୁ ଯୋଗ, ବେଦାନ୍ତର ମହାନ୍ ପ୍ରଚାରକ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ପିଲାଟି ଦିନରୁ ଅତ୍ୟନ୍ତ ଦୟାଳୁ, ପରୋପକାରୀ ଓ ଈଶ୍ୱରଭକ୍ତ ଥିଲେ ବୋଲି ସୂଚନା ଦେଇ ସାଂପ୍ରତିକ ପରିସ୍ଥିତିରେ ସାଧାରଣ ଜନତା ସଦ୍ଗୁରୁଦେବ ଶ୍ରୀ ସ୍ୱାମୀ ଶିବାନନ୍ଦ ସରସ୍ୱତୀ ମହାରାଜଙ୍କ ନୀତି ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ସୁସ୍ଥ ସମାଜ ଗଠନରେ ବ୍ରତୀ ହେବାକୁ ଆହ୍ୱାନ କରିଥିବା ଦେଖିବାକୁ ମିଳିଥିଲା । ଦିବ୍ୟ ଜୀବନ ସଂଘ ଆସିକା ଶାଖାର ସଭାପତି ବିଜୟ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ଏହି କାର୍ଯ୍ୟକ୍ରମରେ ସଂପାଦକ ରମେଶ ଚନ୍ଦ୍ର ମହାରଣା, ଆଧ୍ୟାତ୍ମିକପ୍ରେମୀ ସିଏଚ୍.କିଶୋର ମୋହନ ପାତ୍ର, ଉପସଭାପତି କେ.ମନମୋହନ ସେନାପତି, ଉପସଭାପତି କେ.ମନମୋହନ ସେନାପତି, ଆସିକା ଓକିଲ ସଂଘର ପୂର୍ବତନ ସଭାପତି ତଥା ବରିଷ୍ଠ ଆଇନଜୀବୀ ସୁଧାଂଶୁ କୁମାର ପଣ୍ଡା, ଶ୍ରଦ୍ଧାଳୁ ଭକ୍ତ ଅଶ୍ୱିନୀ କୁମାର ବିଷୋୟୀ, ଭାସ୍କର ଆଚାରୀ, ନାଗେଶ୍ୱର ଆଚାରୀ, ତ୍ରିନାଥ ପାତ୍ର, ନାରାୟଣ ସାହୁ, ବସନ୍ତ କୁମାର ମହାନ୍ତି, ନାରାୟଣ ବିଶ୍ୱାଳ, ଲକ୍ଷ୍ମୀ ନାରାୟଣ ନାୟକ, ଚକ୍ରଧର ନାୟକ, ବି.ଶଙ୍କର ନାରାୟଣ ପାତ୍ର, ଲକ୍ଷ୍ମୀ ଆଚାରୀ, ପୁଷ୍ପାଞ୍ଜଳୀ ବାଡତ୍ୟା, କେ.ସସ୍ମିତା ସେନାପତି, ଶାନ୍ତିଲତା ମହାରଣା, କସ୍ତୁରୀ ପୋଲାଇଙ୍କ ସମେତ ଶତାଧିକ ଶ୍ରଦ୍ଧାଳୁ ଭକ୍ତ ଉପସ୍ଥିତ ଥିବା ଲକ୍ଷ୍ୟ କରାଯାଇଥିଲା ।


