ବରାହୀ ହାଇସ୍କୁଲରେ ବ୍ଳକ ସ୍ତରୀୟ ସଂସ୍କୃତ ଦିବସ ସମାରୋହ

ହାଟଡିହି (ଓ୍ବାଇଏନଏସ): ବରାହୀ ହାଇସ୍କୁଲ ବଞ୍ଚୋ ଠାରେ ବ୍ଳକ ସ୍ତରୀୟ ସଂସ୍କୃତ ଦିବସ ସମାରୋହ ଅନୁଷ୍ଠିତ ହୋଇ ଯାଇଛି । ପ୍ରଧାନଶିକ୍ଷୟତ୍ରୀ ଆଲମଣୀ ସେଠୀଙ୍କ  ସଭାପତିତ୍ୱରେ ଅନୁଷ୍ଠିତ ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଶ୍ରୀ ଜଗନ୍ନାଥ ସଂସ୍କୃତ ବିଶ୍ୱ ବିଦ୍ୟାଳୟ ଓଡ଼ିଆ ବିଭାଗର ଅଧ୍ୟକ୍ଷ ଡ଼. ବସନ୍ତ କୁମାର ମିଶ୍ର, ମୁଖ୍ୟ ବକ୍ତା ଭାବେ ଓଡିଶା ସଂସ୍କୃତ ସଂଘର ଉପଦେଷ୍ଟା ଆଲୋକ କୁମାର ପ୍ରଧାନ, ସମ୍ମାନିତ ଅତିଥି ଭାବେ  ଓଷ୍ଟାର ଜିଲ୍ଲା ସମ୍ପାଦକ ରଞ୍ଜନ କୁମାର ଘଡେଇ, ଓଷ୍ଟା ସଂଘର ବ୍ଲକ ସଭାପତି ନବଘନ ନାୟକ , ଓଷ୍ଟା ସଂଘର ବ୍ଲକ ସମ୍ପାଦକ ଶିଶିର କୁମାର ବିଶ୍ଵାଳ , ବିଶିଷ୍ଟ ଶିକ୍ଷାବିତ ସନାତନ ଓଝା, ସଂସ୍କୃତ ସଂଘର ହାଟଡିହି ବ୍ଲକ ସଭାପତି ବିଦ୍ୟୁତ ଲତା ଦାସ , ହାଟଡିହି ବ୍ଲକ ସମ୍ପାଦକ ଲକ୍ଷ୍ମୀକାନ୍ତ ମିଶ୍ର, ବିଦୁଭୂଷଣ ପୁହାଣ ପ୍ରମୁଖ ଯୋଗଦେଇ ସଂସ୍କୃତ ଭାଷାର ପ୍ରଚାର ଓ ପ୍ରସାର ଉପରେ ଗୁରୁତ୍ୱ ଦେଇଥିଲେ । ସଂସ୍କୃତ ଭାଷା ହେଉଛି ଭାରତ ବର୍ଷର ସଂସ୍କୃତି, ଭାରତର ଅସ୍ମିତା, ସଂସ୍କୃତ ଭାଷା ହେଉଛି ଅନେକ ଭାଷାର ଜନନୀ। ସମାଜକୁ ଦିଗଦର୍ଶନ ଦେବାକୁ ହେଲେ କଳୁଷିତ ସମାଜକୁ ରକ୍ଷା କରିବାକୁ ହେଲେ ସଂସ୍କୃତ ପଢିବା ନିହାତି ଆବଶ୍ୟକ ବୋଲି ଅତିଥି ମାନେ ଆହ୍ୱାନ ଦେଇଥିଲେ। ଏହି ଅବସରରେ ଚଳିତ ବର୍ଷ ଶିକ୍ଷାଦାନ ରୁ ଅବସର ନେଇଥିବା ନରେନ୍ଦ୍ର ପ୍ରସାଦ ବେହେରା, ଲଛମନ ଦାସ, ନରେନ୍ଦ୍ର ପ୍ରସାଦ ବେହେରାଙ୍କୁ ମାନପତ୍ର ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି ଅବସରରେ  ବିଭିନ୍ନ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ଦୁଇଟି ସଂସ୍କୃତ ବିଦ୍ୟାଳୟ ସହିତ ୩୦ରୁ ଉର୍ଦ୍ଧ ଉଚ୍ଚ ବିଦ୍ୟାଳୟର ୬୪ ଜଣ ଛାତ୍ରଛାତ୍ରୀ ଭାଗ ନେଇଥିଲେ। ଗୀତା ଆବୃତ୍ତିରେ ଓରାଳି ହାଇସ୍କୁଲର ଶୁଭଲକ୍ଷ୍ମୀ ରାଉତ, ବଞ୍ଚୋ ବରାହୀ ହାଇସ୍କୁଲର କ୍ଷିତୀଶ ଚନ୍ଦ୍ର ଦାଶ, ଧନୁର୍ଜୟପୁର ହାଇସ୍କୁଲର ଆଦର୍ଶ କୁମାର ପଣ୍ଡା, ଶାସଙ୍ଗ ହାଇସ୍କୁଲର ଶିବାନୀ ବାରିକ, ସଂସ୍କୃତ ଗଳ୍ପ ଲିଖନରେ ସଢା ଉଚ୍ଚ ବିଦ୍ୟାଳୟର ରଞ୍ଜନ ପହି, ସୁଲଣ ହାଇସ୍କୁଲର ପୁନମ ପ୍ରିୟଦର୍ଶନୀ ଜେନା, ଶାସଙ୍ଗ ହାଇସ୍କୁଲର ଶୁଭଲକ୍ଷ୍ମୀ ମଣ୍ଡଳ,  ବକ୍ତୃତାରେ ଓରାଳି ହାଇସ୍କୁଲର ଅମୁଲ୍ୟ କୁମାର ରାଉତ, ଡ଼ଅଁର ହାଇସ୍କୁଲର ଅଙ୍କିତା ନାଥ, ଶାସଙ୍ଗ ହାଇସ୍କୁଲର ଶୁଭସ୍ମିତା ସାହୁ, ସଂସ୍କୃତ ସଙ୍ଗୀତରେ ସଢା ହାଇସ୍କୁଲର ଶକ୍ତିସାଇ ସୌମ୍ୟ ରଞ୍ଜନ ଦାସ, ବଡ଼ରମ୍ପାସ ହାଇସ୍କୁଲର ଇତିଶ୍ରୀ ସେନାପତି, ଶାସଙ୍ଗ ହାଇସ୍କୁଲର ଧନଞ୍ଜୟ ପତି, ଓରାଳି ହାଇସ୍କୁଲର ରୁପାଲୀ ଜେନା ପ୍ରମୁଖ କୃତକାର୍ଯ୍ୟ ହୋଇ ଜିଲ୍ଲା ସ୍ତରକୁ ମନୋନୀତ ହୋଇଥିଲେ। ଅତିଥି ମାନେ କୃତ୍ତି ପ୍ରତିଯୋଗୀ ମାନଙ୍କୁ ପୁରସ୍କୃତ କରିଥିଲେ। ଶିକ୍ଷୟତ୍ରୀ ଜୟଲକ୍ଷ୍ମୀ ମିଶ୍ର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସୁଶାନ୍ତ କୁମାର ପାଣି ଅତିଥି ପରିଚୟ ପ୍ରଦାନ କରିଥିଲେ। ଶିକ୍ଷକ ଗୌରାଙ୍ଗ ପଣ୍ଡିତ ଧନ୍ୟବାଦ ଅର୍ପଣ କରିଥିଲେ। ବରାହୀ ହାଇସ୍କୁଲର ଶିକ୍ଷକ ଶିକ୍ଷୟତ୍ରୀଙ୍କ ସହ ବିଭିନ୍ନ ସ୍କୁଲରୁ ଆସିଥିବା ସଂସ୍କୃତ ଶିକ୍ଷକ ମାନେ କାର୍ଯ୍ୟକ୍ରମ  ପରିଚାଳନା କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ