ଆଜି ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ
ଆସିକା (ୱାଇଏନ୍ଏସ୍) : ପ୍ରତ୍ୟେକ ବର୍ଷ ସେପ୍ଟେମ୍ବର ମାସ ୧୦ ତାରିଖରେ ପାଳିତ ହୋଇଥାଏ ବିଶ୍ୱ ଆତ୍ମହତ୍ୟା ନିବାରଣ ଦିବସ । ବିଗତ କିଛି ବର୍ଷ ହେଲା ସାମାଜିକ ଭାବପ୍ରବଣତା ହେଉ କି ଆର୍ଥିକ ପରିଣାମ ସମେତ ଅନ୍ୟ କେତେକ କାରଣରୁ ବହୁ ବ୍ୟକ୍ତିଙ୍କ ଜୀବନ ବିଭିନ୍ନ ସମୟରେ ଆତ୍ମହତ୍ୟାରୁ ଯାଇଥାଏ । ଯାହା ପରବର୍ତ୍ତୀ ସମୟରେ ମୃତକଙ୍କ ପରିବାରବର୍ଗଙ୍କ ଠାରୁ ଆରମ୍ଭ କରି ବନ୍ଧୁ ପରିଜନଙ୍କୁ ଗଭୀର ଭାବେ ପ୍ରଭାବିତ କରିଥାଏ । ମାନସିକ ଯନ୍ତ୍ରଣା ଓ ଅବସାଦ ଦେଇ ଗତି କରୁଥିବା ବ୍ୟକ୍ତିମାନଙ୍କ ସହ ଖୋଲାଖୋଲି ଭାବେ କଥାବାର୍ତ୍ତା ହେବା ସାଙ୍ଗକୁ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ସେମାନଙ୍କୁ ସହାୟତାର ହାତ ବଢାଇବା ଓ ଏକୁଟିଆ ନ ଛାଡି ମନୋବଳ ବୃଦ୍ଧି କରିବା ସାଙ୍ଗକୁ ଆତ୍ମହତ୍ୟା ଚିନ୍ତାଧାରାରୁ ସଦାସର୍ବଦା ଦୂରେଇ ରହିବା ନିତାନ୍ତ ଆବଶ୍ୟକ ବୋଲି ବରିଷ୍ଠ ଶିକ୍ଷାବିତ୍ ତଥା ଆସିକା ପୌର ପରିଷଦ ଅଧୀନସ୍ଥ ଲାଲାଶାସନ ଗ୍ରାମର ଗ୍ରାମ୍ୟ କମିଟି ସଭାପତି ପ୍ରସନ୍ନ କୁମାର ତ୍ରିପାଠୀ ପରାମର୍ଶ ଦେଇଛନ୍ତି ।


