କଂଗ୍ରେସ ପ୍ରାର୍ଥୀ ଶମ୍ଭୁଙ୍କ ପ୍ରଚାର ଜୋରଦାର

ହିଞ୍ଜିଳିକାଟ (ଶେଷଦେବ ସାହୁ) : ହିଞ୍ଜିଳି ବିଧାନସଭା ଆସନର କଂଗ୍ରେସ ପ୍ରାର୍ଥୀ ଶମ୍ଭୁ ପାଣିଗ୍ରାହୀ ନିଜା ପ୍ରଚାର ଜୋରଦାର କରୁଥିବା ଦେଖିବାକୁ ମିଳୁଛି । ବିଜେଡ଼ିର ୧୯ ବର୍ଷର ଶାସନ କାଳ ମଧ୍ୟରେ ସମଗ୍ର ହିଞ୍ଜିଳି ନିର୍ବାଚନ ମଣ୍ଡଳୀର ଉନ୍ନୟନ ମୂଳକ କାର୍ଯ୍ୟ ଗୁଡ଼ିକ ସମ୍ପୂର୍ଣ ଠପ୍ ହୋଇଯାଇଥିବା ବେଳେ ପିସି କାରବାର ବହୁ ପରିମାଣରେ ବୃଦ୍ଧି ପାଇଛି ବୋଲେି ସେ କହିଛନ୍ତି । ବର୍ତମାନ ସେ ବିକାଶକୁ ମୁଦ୍ଦା କରି ନିର୍ବାଚନ ରଣାଙ୍ଗନରେ ଅବତୀର୍ଣ୍ଣ ହୋଇଥିବା କହିଛନ୍ତି । ପ୍ରତିଦିନ ସେ ନିଜ ସମର୍ଥକଙ୍କ ସହ ପଟୁଆରରେ ହିଞ୍ଜିଳି ବିଧାନସଭା ନିର୍ବାଚନ ମଣ୍ଡଳୀର ବିଭିନ୍ନ ଗ୍ରାମକୁ ଯାଇ ଭୋଟ ପ୍ରଚାର କରୁଛନ୍ତି । ବେକାରୀ ଦୂରୀକରଣ, ଚିଟଫଣ୍ଡ ଟଙ୍କା ଫେରସ୍ତ, ଚାଷୀଙ୍କ ପାଇଁ ସହାୟତା ଉପରେ ସେ ଗୁରୁତତ୍ୱାରୋପ କରିଛନ୍ତି । ସାମାନ୍ୟ ଟଙ୍କାଟିଏ ମଧ୍ୟ ନଦେଇ ରାଜ୍ୟ ସରକାର କାଳିଆ ଯୋଜନା ମାଧ୍ୟମରେ ନିର୍ବାଚନ ବୈତରଣୀ ପାର ହେବାକୁ ଚେ ଷ୍ଟା କରୁଛନ୍ତି ବୋଲି କହିଛନ୍ତି । କୃଷକ ନିଜର ଉତ୍ପାଦିତ ଫସଲ ଠିକ୍ ଭାବେ ବିକ୍ରି କରୁପାରୁନଥିବା ବେଳେ କାଳିଆ ଯୋଜନାରେ ପକୃତ ଚାଷୀ ଟଙ୍କା ପାଇପାରୁନଥିବା ବେଳେ ବହୁ ଭୁତ ଚାଷୀ କାଳିଆ ଯୋଜନାରେ ଟଙ୍କା ପାଉଥିବା ନେଇ ସେ ଅଭିଯୋଗ କରିଛନ୍ତି । ହିଞ୍ଜିଳିକାଟୁ ବ୍ଳକର ବୁରୁପୋଡ଼ା, ଖଣ୍ଡରା, ଚାନ୍ଦୁଲି, ସିକିରି, ରାଳବ, ଆଲପୁର, ଗିରିଆ, ନନ୍ଦିକ,ଶାସନ ଆମ୍ବଗାଁ ପ୍ରଭୃତି ଅଂଚଳରୁ ବହୁ ପରିବା ଚାଷୀ ସେମାନଙ୍କର ଅମଳ ପରିବାକୁ ଗଂଜାମ ଜିଲ୍ଲା ସମେତ ନିକଟବର୍ତି ଜିଲ୍ଲାକୁ ରପ୍ତାନି କରୁଥିବା ବେଳେ ଅତ୍ୟନ୍ତ ଆବଶ୍ୟକତା ହେଉଥିବା ଶୀତଳ ଭଣ୍ଡାର ଏଯାବତ୍ ହିଞ୍ଜିଳିକାଟୁ ଅଂଚଳରେ ପ୍ରତିଷ୍ଠା ହୋଇନପାରିବା ଅତ୍ୟନ୍ତ ଦୁଃଖର ବିଷୟ ବୋଲି କହିଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଦୀର୍ଘ୧୯ ବର୍ଷ ଧରି ହିଞ୍ଜିଳି ଅଂଚଳରୁ ପ୍ରତିନିଦିତ୍ୱ କରି ଆସୁଥିଲେ ମଧ୍ୟ ସ୍ଥାନୀୟ ଅଂଚଳରେ କୌଣସି ଶିଳ୍ପ କାରଖାନା ପ୍ରତିତଷ୍ଠ ହୋଇ ନପାରିବା ଯୋଗୁଁ ହିଞ୍ଜିଳିକାଟୁ ଓ ଶେରଗଡ଼ ବ୍ଳକର ସହସ୍ରାଧିକ ଯୁବକ କାମ ପାଇଁ ବମ୍ବେ, ସୁରଥ ଭଳି ବାହାର ରାଜ୍ୟକୁ ଯାଉଛନ୍ତି । ହିଞ୍ଜିଳି ଅଂଚଳରେ ବହୁ ମୈଳିକ ସମସ୍ୟା ରହିଥିଲେ ମଧ୍ୟ ଏଥିପ୍ରତି ରାଜ୍ୟ ସରକାର ଆଦୌ ଦୃଷ୍ଟି ଦେଉନଥିବା ଅଭିଯୋଗ କରିଛନ୍ତି । ଶୋଭାଯାତ୍ରାରେ ସେ ବେଲଗାଁ. ଗଣ୍ଡଳା, ନିମିଗାଁ, କାଂଜିଆମା, ତହଁର, ଖଣ୍ଡରା, ଚାନ୍ଦୁଲି, ପିତଳ, ପୋଡ଼ିଙ୍ଗି, ବିଷୋୟୀ ନୁଆଁପଲ୍ଲୀ, ରାମଚନ୍ଦ୍ରପୁର ଆଦି ଅଂଚଳ ପରିକ୍ରମା କରିଥିଲେ । ନଗର ସଭାପତି ସୁନାରାମ ସାବତ, ଟିଙ୍ଗିରି ପ୍ରଧାନ, ସୁରେନ୍ଦ୍ରନାଥ ସାହୁ, ଶଙ୍କର, ବୁଦ୍ଧିଆ ଗୌଡ଼, ଭଜରାମ ପୋଲୋଇଙ୍କସମେତ ଶତାଧିକ ଦଳୀୟ କମର୍କୀ ଶୋଭାଯାତ୍ରାରେ ବାହାରି ଘରକୁ ଘର ବୁଲି ଭୋଟ ଭିକ୍ଷା କରୁଥିବାର ଦେଖିବାକୁ ମିଳିଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ