ଓଡିଶା ଆଦର୍ଶ ବିଦ୍ୟାଳୟରେ ବାର୍ଷିକ କ୍ରୀଡା ପ୍ରଦର୍ଶନୀ

ପୋଲସରା: ଗଞ୍ଜାମ ଜିଲ୍ଲା ପୋଲସରା ବ୍ଲକ ଅନ୍ତର୍ଗତ ହାତୀଓଟ ଗ୍ରାମରେ ପ୍ରତିଷ୍ଠିତ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ପରିସରରେ ୦୯/୯/୨୬ ତାରିଖ ଦିନ ବାର୍ଷିକ କ୍ରୀଡ଼ା ପ୍ରଦର୍ଶନୀ ୨୦୨୬ ସଫଳତାର ସହ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ଦ୍ୱାରା ମୋଟ ୩୧ଟି ଆକର୍ଷଣୀୟ ଷ୍ଟଲ୍ ସ୍ଥାପନ କରାଯାଇ ବିଭିନ୍ନ ଜାତୀୟ ଓ ଆନ୍ତର୍ଜାତୀୟ ଖେଳର ମଡେଲ୍ ପ୍ରଦର୍ଶିତ ହୋଇଥିଲା। ଏହି ପ୍ରଦର୍ଶନୀକୁ ମୁଖ୍ୟ ଅତିଥି ଭାବେ କଳମ୍ୱ ସ୍ଥିତ ପୁରୁଷୋତ୍ତମ ଉଚ୍ଚ ବିଦ୍ୟାଳୟର କ୍ରୀଡା ଶିକ୍ଷକ ପ୍ରିୟ ରଞ୍ଜନ ଜାଲି ଉଦ୍‌ଘାଟନ କରି ଛାତ୍ରଛାତ୍ରୀଙ୍କ ମଡେଲ ଉପସ୍ଥାପନାକୁ ପ୍ରଶଂସା କରିଥିଲେ। ଏହି କ୍ରୀଡ଼ା ପ୍ରଦର୍ଶନୀ କାର୍ଯ୍ୟକ୍ରମ ବିଦ୍ୟାଳୟର କ୍ରୀଡ଼ା ଶିକ୍ଷକ କୃଷ୍ଣ ସାହୁଙ୍କ ମାର୍ଗଦର୍ଶନରେ ସଂଗଠିତ ହୋଇଥିଲା। ବିଦ୍ୟାଳୟର ପ୍ରୀନସ୍ପାଲ ଉର୍ମିଳା ସାହୁ ଅତିଥିଙ୍କୁ ସ୍ୱାଗତ କରିଥିବା ବେଳେ ବିଦ୍ୟାଳୟର ଅନ୍ୟ ସମସ୍ତ ଶିକ୍ଷକ ଓ ଶିକ୍ଷୟିତ୍ରୀ ବୃନ୍ଦ ଷ୍ଟଲ୍ ପରିଚାଳନା ଓ ପ୍ରୋଜେକ୍ଟ ମୂଲ୍ୟାୟନରେ ସହଯୋଗ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ