ବିଶ୍ଵକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘର ବାର୍ଷିକୋତ୍ସବ

ଦିଗପହଣ୍ଡି,(ଅଳକ ନାଥ ମିଶ୍ର): ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ସ୍ଥିତ ଶ୍ରୀ ଗୁପ୍ତେଶ୍ୱର ଶୈବପୀଠ ପ୍ରାଙ୍ଗଣରେ ମଙ୍ଗଳବାର ଖେମୁଣ୍ଡି ଆଞ୍ଚଳିକ ବିଶ୍ଵକର୍ମା ରାଜମିସ୍ତ୍ରୀ ଓ କାରିଗର ସଂଘ ର ୧୭ତମ ବାର୍ଷିକୋତ୍ସବ ଅନୁଷ୍ଠିତ ହୋଇଯାଇଛି। ସଂଘର କାର୍ଯ୍ୟକର୍ତ୍ତା ଶିବ ପ୍ରଧାନ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ସଭାରେ ଆଇନଜୀବି କୁରେଶୁ ପଣ୍ଡା ଯୋଗଦେଇ  ନିର୍ମାଣ ଶ୍ରମିକ ମାନଙ୍କ ପାଇଁ ରହିଥିବା ବିଭିନ୍ନ ସରକାରୀ ସହାୟତା  ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ।ଦିଗପହଣ୍ଡି ବ୍ଲକ ସ୍ତରରେ ନିର୍ମାଣ ଶ୍ରମିକ ମାନଙ୍କୁ ସଂଗଠିତ କରି ସେମାନଙ୍କ ସମସ୍ୟା ର ସ୍ଥାୟୀ ସମାଧାନ କରାଯିବା ନିମନ୍ତେ ମତପ୍ରକାଶ କରିଥିଲେ। ସେହିପରି ସଂଘ ର ସାଙ୍ଗଠନିକ ଅଭିବୃଦ୍ଧି କିପରି କରାଯିବ ସେ ନେଇ ସଭାରେ ବିଧିବଦ୍ଧ ପ୍ରସ୍ତାବ ଗୃହୀତ କରାଯାଇଥିଲା। ଲେବର କାର୍ଡ ଥିବା ନିର୍ମାଣ ଶ୍ରମିକ ଏବଂ ତାଙ୍କ ପରିବାର ବର୍ଗ ଙ୍କୁ ସରକାରୀ ସହାୟତା, ସେମାନଙ୍କ ସନ୍ତାନ ମାନଙ୍କୁ ଉଚ୍ଚ ଶିକ୍ଷା ପାଇଁ ସହାୟତା,ବୈବାହିକ ସହାୟତା ଏବଂ  ମୃତ୍ୟୁ କାଳୀନ ସରକାରୀ  ପାଇଁ ଆବେଦନ କରିଥିବା ସମସ୍ତ ନିର୍ମାଣ ଶ୍ରମିକ ମାନଙ୍କୁ ତୁରନ୍ତ ସହାୟତା ପ୍ରଦାନ ନିମନ୍ତେ ସଂଘ ପକ୍ଷରୁ ବ୍ରହ୍ମପୁର ସ୍ଥିତ ଶ୍ରମ ଯୁଗ୍ମ କମିଶନର ଙ୍କ ଦୃଷ୍ଟି ଆକର୍ଷଣ କରାଯିବା ନିମନ୍ତେ  ସଭାରେ ନିଷ୍ପତ୍ତି ନିଆଯାଇଥିଲା। କୃଷକ ସଭା ର ଗଞ୍ଜାମ ଜିଲା ସମ୍ପାଦକ ପି. ଶିବ ଶଙ୍କର ଯୋଗ ଦେଇ ନିର୍ମାଣ ଶ୍ରମିକ ମାନଙ୍କ ବିଭିନ୍ନ ଅଧିକାର ସମ୍ପର୍କରେ ଆଲୋଚନା କରିଥିଲେ।  ସଭାରେ ସଂଘର ପ୍ରମୁଖ କାର୍ଯ୍ୟକର୍ତ୍ତା ଉପେନ୍ଦ୍ର ବେହେରା, କୈଳାଶ ମହାରଣା, ସଇତ ସାହୁ, କୃଷ୍ଣ ଗୌଡ଼, ପର୍ଶୁ ରେଡ୍ଡୀ, ବୁଲୁ ଗୌଡ଼, ସୁରେଶ ପାତ୍ର ଯୋଗ ଦେଇ ବିଭିନ୍ନ ଆଲୋଚନାରେ ଅଂଶଗ୍ରହଣ କରିଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ