ବିନାୟକ ବଜାରରେ ଶ୍ରୀଶ୍ରୀ ମା ରୁଦ୍ର କାଳିଜାଇ ସଙ୍ଗୀତ ଆସର କାର୍ଯ୍ୟକ୍ରମ

ଆସିକା  (ୱାଇଏନ୍‍ଏସ୍‍): ଅଗ୍ରପୂଜ୍ୟ ବିଘ୍ନ ବିନାଶକ ଗଣେଶ ପୂଜା ଅବସରରେ ଆସିକା ପୌର ପରିଷଦ ଅଧୀନସ୍ଥ ୧୩ ନମ୍ବର ୱାର୍ଡର ବିନାୟକ ବଜାର ପୂଜା କମିଟି ପକ୍ଷରୁ ଆୟୋଜିତ ଶ୍ରୀ ଶ୍ରୀ ମା ରୁଦ୍ର କାଳିଜାଇ ସଙ୍ଗୀତ ଆସର କାର୍ଯ୍ୟକ୍ରମରେ ଯୋଗ ଦେଇଥିବା ପ୍ରଖ୍ୟାତ କଣ୍ଠଶିଳ୍ପୀ ମାନଙ୍କ ସୁମଧୁର କଣ୍ଠରେ ପରିବେଷିତ ଶତାଧୀକ ଭଜନ ଉପସ୍ଥିତ ଜନତାଙ୍କ ମନ ମୋହିଥିବା ଦେଖିବାକୁ ମିଳିଥିଲା । ଆସିକା ବିନାୟକ ବଜାର ପୂଜା କମିଟିର ପ୍ରଯୋଜନାରେ ଅନୁଷ୍ଠିତ ଏହି ଭଜନ ସମାରୋହ କାର୍ଯ୍ୟକ୍ରମରେ ରାଜ୍ୟ ତଥା ଜିଲ୍ଲାର ବିଭିନ୍ନ ଅଞ୍ଚଳର ବହୁ ଆଗଧାଡିର କଣ୍ଠଶିଳ୍ପୀମାନଙ୍କ ସୁମଧୁର କଣ୍ଠରେ ପରିବେଶିତ ଭଜନରେ ଉପସ୍ଥିତ ଥିବା ଶହ ଶହ ଶ୍ରୋତା ଭାବବିହ୍ୱଳ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଶ୍ରୀ ଶ୍ରୀ ମା ରୁଦ୍ର କାଳିଜାଇ ସଙ୍ଗୀତ ଆସର ସଂସ୍ଥାର ମୁଖ୍ୟ ତଥା ଲୋକପ୍ରିୟ କଣ୍ଠଶିଳ୍ପୀ ରୋଶନ୍‍ କୁମାର ବୈଠାରୁ ଗାଇଥିବା ଲୋକପ୍ରିୟ ତଥା ହୃଦୟସ୍ପର୍ଶୀ ଗଣେଶ ଭଜନ “ଗଣପତି ବାପ୍ପା ମୋରିୟା” ଉପସ୍ଥିତ ଶହ ଶହ ଶ୍ରଦ୍ଧାଳୁ ଭକ୍ତଙ୍କ ମନ ମୋହିଥିବା ଦେଖିବାକୁ ମିଳିଥିଲା । ପାର୍ବତୀ ନନ୍ଦନ ଅଗ୍ରପୂଜ୍ୟ ଗଣେଶଙ୍କ ପୂଜା ଅବସରରେ ପ୍ରତିଷ୍ଠିତ କଣ୍ଠଶିଳ୍ପୀ ରୋଶନ୍‍ କୁମାର ବୈଠାରୁ, ଅଶୋକ କୁମାର, ଓମ୍‍କାର ପ୍ରିୟଦର୍ଶୀ ଦାଶ, ଗାୟତ୍ରୀ ପାଣିଗ୍ରାହୀ, ଶୁଭସ୍ମିତା ମହାରଣା, ବିଶାଖା ସ୍ୱାଇଁଙ୍କ ଭଳି ବହୁ ଆଗଧାଡିର କଳାକାର ମାନଙ୍କ ସୁମଧୁର କଣ୍ଠରେ ପରିବେଶିତ ହୋଇଥିବା ଓଡିଆ ଏବଂ ହିନ୍ଦୀ ଭଜନ ସମାରୋହ ଏକ ଭକ୍ତିମୟ ପରିବେଶ ସୃଷ୍ଟି କରିଥିଲା । ବିନାୟକ ବଜାର ପୂଜା କମିଟିର ସଭାପତି ତଥା ଆଧ୍ୟାତ୍ମିକପ୍ରେମୀ ଏସ୍‍.ସାଇକ୍ରିଷ୍ଣା ପୃଷ୍ଟିଙ୍କ ବିଘ୍ନହର୍ତ୍ତା ପ୍ରଭୂ ଗଣେଶଙ୍କ ବିଗ୍ରହ ନିକଟରେ ଦୀପ ପ୍ରଜ୍ଜଳନ କରି ଏହି ଭଜନ ସମାରୋହ କାର୍ଯ୍ୟକ୍ରମକୁ ଆନୁଷ୍ଠାନିକ ଭାବେ ଉଦ୍‍ଘାଟନ କରିବା ସାଙ୍ଗକୁ କଣ୍ଠଶିଳ୍ପୀମାନଙ୍କୁ ଉତ୍ସାହିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିନାୟକ ବଜାର ପୂଜା କମିଟିର ସକ୍ରିୟ ସଦସ୍ୟ ହରେକୃଷ୍ଣ ସାହୁ, ନିରଞ୍ଜନ ସାହୁ, କେ.ଦୀପକ କୁମାର ସେନାପତି, କାହ୍ନୁଚରଣ ସ୍ୱାଇଁ, ବିଷ୍ଣୁ ସାହୁ, ହର ପ୍ରସାଦ ସାହୁଙ୍କ ସମେତ ବହୁ କାର୍ଯ୍ୟକର୍ତ୍ତା ଯୋଗଦେଇଥିବା ଲକ୍ଷ୍ୟ କରାଯାଇଥିଲା । ଶ୍ରୀ ଶ୍ରୀ ମା ରୁଦ୍ର କାଳିଜାଇ ସଙ୍ଗୀତ ଆସରର ସୁନାମଧନ୍ୟ କଣ୍ଠଶିଳ୍ପୀମାନେ ସନ୍ଧ୍ୟା ୭ଟାରୁ ରାତ୍ର ୧୧ଟା ପର୍ଯ୍ୟନ୍ତ ଏକ ଭକ୍ତିମୟ ପରିବେଶ ମଧ୍ୟରେ ଲୋକପ୍ରିୟ ଭଜନ ପରିବେଷଣ କରିଥିଲା ବେଳେ ଶ୍ରଦ୍ଧାଳୁ ଭକ୍ତମାନେ ଭଜନର ତାଳେ ତାଳେ ନିମଗ୍ନ ହୋଇପଡିଥିବା ଦେଖିବାକୁ ମିଳିଥିଲା । ଏହି ସାଂସ୍କୃତିକ ଓ ଭକ୍ତିମୟ ସନ୍ଧ୍ୟାରେ ଶ୍ରୀ ଶ୍ରୀ ମା ରୁଦ୍ର କାଳିଜାଇ ସଙ୍ଗୀତ ଆସରର ସୁନାମଧନ୍ୟ କଣ୍ଠଶିଳ୍ପୀମାନେ ଗୋଟିଏ ପରେ ଗୋଟିଏ ହୃଦୟସ୍ପର୍ଶୀ ଭଜନ ପରିବେଶଣ କରିଥିଲା ବେଳେ ସଙ୍ଗୀତର ମୁର୍ଚ୍ଚନା ଏବଂ ପ୍ରଭୂଙ୍କ ମହିମାରେ ବିଳମ୍ବିତ ରାତ୍ର ପର୍ଯ୍ୟନ୍ତ ଭକ୍ତମାନେ ବିଭୋର ହୋଇଉଠିଥିଲେ ଯାହା ଚଳିତବର୍ଷର ଗଣେଶ ପୂଜା କାର୍ଯ୍ୟକ୍ରମକୁ ଅତ୍ୟନ୍ତ ସ୍ମରଣୀୟ କରିପକାଇଥିଲା । ଶ୍ରୀ ଶ୍ରୀ ମା ରୁଦ୍ର କାଳିଜାଇ ସଙ୍ଗୀତ ଆସରର ପରିଚାଳନା ମୁଖ୍ୟ ତଥା କଣ୍ଠଶିଳ୍ପୀ ରୋଶନ୍‍ କୁମାର ବୈଠାରୁଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସଂଚାଳିତ ହୋଇଥିବା ଏହି ଭକ୍ତି ସଙ୍ଗୀତ ଓ ସଂସ୍କୃତିର ମହାମିଳନରେ ଦର୍ଶକଙ୍କ ମନରେ ଏକ ମୁଗ୍ଧକର ପରିବେଶ ସୃଷ୍ଟି ହୋଇଥିଲା । ଆସିକା ବିନାୟକ ବଜାର ପୂଜା କମିଟିର ପ୍ରତ୍ୟେକ୍ଷ ତତ୍ତ୍ୱାବଧାନ ଓ ଶ୍ରୀ ଶ୍ରୀ ମା ରୁଦ୍ର କାଳିଜାଇର ସଂଯୋଜନାରେ ଅନୁଷ୍ଠିତ ହୋଇଥିବା ଏହି ଆଧ୍ୟାତ୍ମିକ କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଆଧ୍ୟାତ୍ମିକପ୍ରେମୀ ହରେକୃଷ୍ଣ ସାହୁ, ନିରଞ୍ଜନ ସାହୁ, କେ.ଦୀପକ କୁମାର ସେନାପତି, ଏସ୍‍.ସାଇକ୍ରିଷ୍ଣା ପୃଷ୍ଟି, କାହ୍ନୁଚରଣ ସ୍ୱାଇଁ, ବିଷ୍ଣୁ ସାହୁ, ହରପ୍ରସାଦ ସାହୁ ପ୍ରମୁଖ ସକ୍ରିୟ ସହଯୋଗ କରିଥିବା ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ