ଆଧ୍ୟାତ୍ମିକ ପରିବେଶରେ ନିମିନା ଗ୍ରାମରେ ନଳଯାତ୍ରା ପାଳିତ

ଆସିକା (ୱାଇଏନ୍‍ଏସ୍‍) ପୂର୍ବବର୍ଷ ମାନଙ୍କ ଭଳି ଚଳିତବର୍ଷ ମଧ୍ୟ ଆସିକା ବ୍ଳକ ଅନ୍ତର୍ଗତ ନିମିନା ଗ୍ରାମରେ ନଳଯାତ୍ରା ଅବସରରେ କଲ୍ୟାଣମୟୀ ମା’ କନ୍ଧୁଣୀ ଦେବୀ, ଜଗତ୍‍ଜନୀ ମା ବନଦେବୀ ଓ ଭକ୍ତବତ୍ସଳା ମା’ ବୁଢୀ ଠାକୁରାଣୀଙ୍କ ମହାମିଳନ କାର୍ଯ୍ୟକ୍ରମ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ନିମିନା ଗ୍ରାମବାସୀଙ୍କ ମହାନ୍‍ପର୍ବ ରୂପେ ପରିଚିତ ଥିବା ଏହି ନଳଯାତ୍ରା ଅବସରରେ ମଙ୍ଗଳବାର ପୂର୍ବାହ୍ନରେ ଗ୍ରାମର ଆରାଧ୍ୟ ଦେବୀ ମା’ ରତନେଇ ଠାକୁରାଣୀଙ୍କ ପୀଠରେ ବିଧିବିଧାନ ଅନୁଯାୟୀ ପୂଜାର୍ଚ୍ଚନା ସାରି ଶ୍ରଦ୍ଧାଳୁ ଭକ୍ତମାନେ ଏକ ନଳକୁ ଧରି ପଶ୍ଚିମ ପଟ ରଙ୍ଗଚୁଟିଆ ପର୍ବତର ଅଗ୍ରଭାଗରେ ପୂଜା ପାଇ ଆସୁଥିବା ମା’ ବନଦେବୀ ଓ ପାଦଦେଶରେ ପୂଜାପାଇଆସୁଥିବା ମା କନ୍ଧୁଣୀ ଦେବୀ ଠାକୁରାଣୀଙ୍କୁ ବରଣ କରି ଆଣିଥିଲେ । ରଙ୍ଗଚୁଟିଆ ପାହାଡ ନିକଟରେ ବାଦ୍ୟବାଜଣା ଓ ଘଣ୍ଟ ମୃଦଙ୍ଗର ତାଳେ ତାଳେ ହୋମଯଜ୍ଞ ଅନୁଷ୍ଠିତ ହୋଇଥିଲା । ନିମିନା ଅଞ୍ଚଳର ଚାଷୀ ସମାଜର କ୍ଷେତରେ ଆଶା ଠାରୁ ଅଧିକ ଫସଲ ଅମଳ ସାଙ୍ଗକୁ ସ୍ଥାନୀୟ ଅଞ୍ଚଳର ମଙ୍ଗଳ ଏବଂ ସମସ୍ତଙ୍କ ସୁଖ ସମୃଦ୍ଧି କାମନା ଉଦ୍ଦେଶ୍ୟରେ ଏହି ନଳଯାତ୍ରା କେଉଁ ଆବାହମାନ କାଳରୁ ଅନୁଷ୍ଠିତ ହୋଇ ଆସୁଥିବା ଲକ୍ଷ୍ୟ କରାଯାଇଛି । ଏହି ଆଧ୍ୟାତ୍ମିକ ନଳଯାତ୍ରା କାର୍ଯ୍ୟକ୍ରମକୁ ସୁପରିଚାଳନା କରିବା ଦିଗରେ ଆଧ୍ୟାତ୍ମିକପ୍ରେମୀ ଭଗବାନ ଚର୍ଚ୍ଚି, ସିଲୁ ଜେନା, ଟୁକୁନା ପ୍ରଧାନ, ଭାସ୍କର ଚର୍ଚ୍ଚି, ବିଟୁ ଚର୍ଚ୍ଚି, କଙ୍ଗୁରୁ ଚର୍ଚ୍ଚି, ନରସିଂହ ନାୟକ, ଧୋବା ପ୍ରଧାନ, ବିପିନ୍‍ ନାୟକ, ସୁକ୍ରୁ ବେହେରା, ଶଙ୍କର ସାହୁ, କାମ ଚର୍ଚ୍ଚି, ପିଣ୍ଟୁ ପାତ୍ର, ମଦନ ସାହୁ, ସିମାଞ୍ଚଳ ନାୟକ, ରୁଦ୍ରମାଧବ ପ୍ରଧାନ, ରମାକାନ୍ତ ଚର୍ଚ୍ଚି, ବନୁ ସାହୁ, ସୁରେନ୍ଦ୍ର ଚର୍ଚ୍ଚି, ଟାଟା ସାହୁ, ପିଣ୍ଟୁ ସାହୁ, ବିଦେଶୀ ସାହୁ, ରମେଶ ସାହୁଙ୍କ ସମେତ ଗ୍ରାମବାସୀ ସଂପୂର୍ଣ୍ଣ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ନିମିନା ଗ୍ରାମବାସୀଙ୍କ ସକ୍ରିୟ ସହଯୋଗରେ ଚଳିତ ବର୍ଷ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ଧୁମ୍ ଧାମ୍‌ରେ ଏକ ଆଧ୍ୟାତ୍ମିକ ପରିବେଶ ମଧ୍ୟରେ ନୀତିକାନ୍ତି ଓ ବିଧିବିଧାନ ଅନୁଯାୟୀ ନଳଯାତ୍ରା ପାଳିତ ହୋଇଥିଲା ବେଳେ ଜାତି, ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତ ଗ୍ରାମବାସୀ ନିଷ୍ଟାରସହ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ଲକ୍ଷ୍ୟ କରାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ