ଗିରଫ ହୋଇପାରନ୍ତି ସୌରୀନ୍: କଲିକତା ପୋଲିସକୁ ଚିଠି ଲେଖିଲା କଟକ ମହିଳା ଥାନା

କଟକ (ଓ୍ବାଇଏନଏସ): କଣ୍ଠଶିଳ୍ପୀ ସୌରୀନ୍ ଭଟ୍ଟଙ୍କ ପାଇଁ ବଢ଼ିଲା ଅଡୁଆ । ଯେକୌଣସି ସମୟରେ ଗିରଫ ହୋଇପାରନ୍ତି ସୌରୀନ୍ । ତାଙ୍କ ବିରୋଧରେ ପୂର୍ବରୁ ଜାରି ହୋଇଥିବା ୱାରେଣ୍ଟକୁ କାର୍ଯ୍ୟକାରୀ କରିବାକୁ କଲିକତା ବାଲିଗଞ୍ଜ ଥାନାକୁ ଇ-ମେଲ୍‌ କରିଛି କଟକ ମହିଳା ଥାନା । ସୌରୀନ୍ ଭଟ୍ଟଙ୍କ ବିରୋଧରେ ଜାରି ହୋଇଥିବା ୱାରେଣ୍ଟ ଏବଂ କୋର୍ଟଙ୍କ ନିର୍ଦ୍ଦେଶ ବାଲିଗଞ୍ଜ ଥାନାକୁ ପଠାଇଛି କଟକ ମହିଳା ଥାନା । ସୌରୀନ୍ ରହୁଥିବା ଠିକଣା ଅନ୍ତର୍ଗତ ବାଲିଗଞ୍ଜ ଥାନା ଆଇଆଇସିଙ୍କୁ ଏନେଇ ଅବଗତ କରାଯାଇଛି । ସ୍ଥାନୀୟ ଥାନା ସହ ଯୋଗାଯୋଗ କରି ସୌରୀନ୍ ଭଟ୍ଟଙ୍କୁ ଗିରଫ କରି କୋର୍ଟରେ ହାଜର କରିବାକୁ କଟକ ମହିଳା ଥାନା ପକ୍ଷରୁ କୁହାଯାଇଛି । ଏବେ ବାଲିଗଞ୍ଜ ଥାନା କେବେ ସୌରୀନ୍‌ଙ୍କ ବିରୋଧରେ ପଦକ୍ଷେପ ନେଉଛି, ତାହା ଉପରେ ନଜର । ସୂଚନା ଅନୁସାରେ, ନିମ୍ନ ଅଦାଲତରେ ବାରମ୍ବାର ସମୟ ନେଇ ହାଜର ନହେବାରୁ ସୌରୀନ୍ ଭଟ୍ଟଙ୍କ ବିରୋଧରେ ଜାରି ହୋଇଥିବା ଜାମିନବିହୀନ ପରୱାନା ବା ଏନବିଡ଼ବ୍ଲୁ ଉପରେ ହାଇକୋର୍ଟ ପୂର୍ବରୁ ଦେଇଥିବା ରହିତାଦେଶକୁ ନିକଟରେ ହଟାଇଥିଲେ । ଏହାସହ ସୌରୀନ୍‌ଙ୍କୁ ଧରି କୋର୍ଟରେ ହାଜର କରିବାକୁ SDJM କୋର୍ଟକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ । କଟକର ଜଣେ ଯୁବତୀଙ୍କୁ ବିବାହର ପ୍ରତିଶ୍ରୁତି ଦେଇ ବଳାତ୍କାର କରିବା ଏବଂ ତାଙ୍କଠାରୁ ଲକ୍ଷାଧିକ ଟଙ୍କା ନେଇ ନଫେରାଇବା ଅଭିଯୋଗରେ ସୌରୀନ୍ ଭଟ୍ଟଙ୍କ ବିରୋଧରେ ମାମଲା ରହିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ