ଏନ୍ଆର୍ଟିଏସ୍ ପରୀକ୍ଷା ଦେଲେ ୨୭୩ ଜଣ ପରୀକ୍ଷାର୍ଥୀ
ଆସିକା (ୱାଇଏନ୍ଏସ୍) : ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶାର ନିର୍ଦ୍ଦେଶ ଓ ଜିଲ୍ଲା ଶିକ୍ଷାବିଭାଗର ପରାମର୍ଶ କ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରୀକ୍ଷା କେନ୍ଦ୍ର ପରିସରରେ ମଙ୍ଗଳବାର ଅଷ୍ଟମ ଶ୍ରେଣୀରୁ ଉତ୍ତୀର୍ଣ୍ଣ ହୋଇ ନବମ ଶ୍ରେଣୀରେ ପାଠ ପଢୁଥିବା ବିଦ୍ୟାର୍ଥୀମାନଙ୍କ ସକାଶେ ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷା (ଏନ୍ଆର୍ଟିଏସ୍) ଅନୁଷ୍ଠିତ ହୋଇଯାଇଛି । ଏହି ମେଧାବୃତ୍ତି ପରୀକ୍ଷାରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ହରିହର ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ସମୂଦାୟ ୨୭୬ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ଲାଗି ସ୍ତିରୀକୃତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୩ ଜଣ ଅନୁପସ୍ଥିତ ରହିବାରୁ ସମୂଦାୟ ୨୭୩ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରୀକ୍ଷା କେନ୍ଦ୍ରରେ ଅଧୀକ୍ଷକ ତଥା ପ୍ରଧାନଶିକ୍ଷୟିତ୍ରୀ ରଜନୀରାଣୀ ଦାଶଙ୍କ ପ୍ରତ୍ୟେକ୍ଷ ତତ୍ତ୍ୱାବଧାନରେ ସହକାରୀ ଶିକ୍ଷକ ପ୍ରଶାନ୍ତ କୁମାର ନାୟକ, ରଂଜିତ୍ କୁମାର ପ୍ରଧାନ, ଅର୍ଚ୍ଚନା ପାଢୀ, ନର୍ମଦା କୁମାରୀ ସ୍ୱାଇଁ, ମମତା କୁମାରୀ ଭଂଜ, ଅଜିତ୍ କୁମାର ରଣା, ଚନ୍ଦ୍ରିକା ସୁନା, ଦେବେନ୍ ନାୟକ, ମନୋରଂଜନ ପଣ୍ଡା, ବଟକୃଷ୍ଣ ଗୌଡ, ସବିତା ତ୍ରିପାଠୀ, ଗାୟତ୍ରୀ କୁମାରୀ ପାତ୍ର, ଲକ୍ଷ୍ମୀବାଇ ପାତ୍ର, ପ୍ରଜ୍ଞା ପରମିତା ପ୍ରଧାନ, ଅନିଲ୍ ବେହେରା, ଆଦିତ୍ୟ କୁମାର ଓଡଣ୍ଡ୍ରା, ଫକୀର ମୋହନ ସ୍ୱାଇଁଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ଏହି ଜାତୀୟ ଗ୍ରାମାଞ୍ଚଳ ମେଧାବୃତ୍ତି ପରୀକ୍ଷାକୁ ସୁପରିଚାଳନା କରିବା ଦିଗରେ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା । ଏହି ଜାତୀୟ ଗ୍ରାମୀଣ ମେଧାବୃତ୍ତି ପରୀକ୍ଷା ସକାଳ ୧୦ଟାରୁ ଆରମ୍ଭ ହୋଇ ୧୨ଟାରେ ସରିଥିଲା ବେଳେ ପରୀକ୍ଷାର୍ଥମାନେ କଡା ଯାଞ୍ଚର ସମ୍ମୁଖୀନ ହୋଇଥିବା ଦେଖିବାକୁ ମିଳିଥିଲା ।


