ଶହୀଦ ସ୍ମୃତିରକ୍ଷା ଦିବସ ପାଳିତ
ଧାମନଗର (ଓ୍ବାଇଏନଏସ): ଧାମନଗର ବ୍ଲକ ଅନ୍ତର୍ଗତ କଟସାହି ପଞ୍ଚାୟତ ଅଧିନସ୍ଥ ସହିଦ ନଗରଠାରେ ଶହୀଦ ସ୍ମୃତିରକ୍ଷା ସମିତି ପକ୍ଷରୁ ସହିଦ ଦିବସ ଶ୍ରଦ୍ଧା ଓ ଗମ୍ଭୀର ପରିବେଶରେ ପାଳିତ ହୋଇଛି। ୧୯୪୨ ମସିହା ସେପ୍ଟେମ୍ବର ୨୨ ତାରିଖ ଆଜିର ଦିନରେ ଭାରତଛାଡ଼ ଆନ୍ଦୋଳନ କରି ଆମ ଦେଶ ପାଇଁ ଇଂରେଜ ଗୁଳିରେ ୯ ଜଣ ପ୍ରାଣବଳି ଦେଇ ସହିଦ୍ ହୋଇ ଦେଶ ତଥା ଭଦ୍ରକ ଜିଲ୍ଲା ଲୁଣିଆ ସହିଦନଗର ମାଟିକୁ ଗର୍ବିତ କରାଇଥିବା ସେହି ଅମର ସହିଦ୍ ମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଅର୍ପଣ କରାଯାଇଛି। ମଙ୍ଗଳବାର ଲୁଣିଆ ସହିଦ ନଗର ଠାରେ ୮୪ ତମ ସହିଦ ଦିବସ ପାଳନ ଅବସରରେ ଶହୀଦ ସ୍ମୃତିରକ୍ଷା ସମିତି ପକ୍ଷରୁ ସକାଳେ ପ୍ରଭାତଫେରି ଆୟୋଜିତ ହୋଇଥିଲା। ପରେ ଭଦ୍ରକ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟ ଯୋଗ ଦେଇ ଜାତୀୟ ପତାକା ଉତ୍ତୋଳନ କରିବା ସହ ଶତାଧିକ ଶ୍ରଦ୍ଧାଳୁଙ୍କ ସହ କବି ପୋଖରୀଠାରେ ନବରତ୍ନ ଶହୀଦଙ୍କ ଉଦ୍ଦେଶ୍ୟରେ ତିଳତର୍ପଣ କରିଥିଲେ। ପୁଲିସ ବିଭାଗ ପକ୍ଷରୁ ଶହୀଦଙ୍କ ସମ୍ମାନାର୍ଥେ ଗାର୍ଡ ଅଫ୍ ଅନର ପ୍ରଦାନ କରାଯାଇଥିଲା। ଏହି ଐତିହାସିକ କାର୍ଯ୍ୟକ୍ରମରେ ଉପଜିଲ୍ଲାପାଳ ସୌରଭ ଚକ୍ରବର୍ତ୍ତୀ,ଅତିରିକ୍ତ ଆରକ୍ଷୀ ଅଧିକ୍ଷକ ଗାୟତ୍ରୀ ପ୍ରଧାନ,ତହସିଲଦାର ଜ୍ଞାନରଞ୍ଜନ ସାହୁ,ଉଚ୍ଚଶିକ୍ଷା ମନ୍ତ୍ରୀଙ୍କ ପ୍ରତିନିଧି ଅଶୋକ ପୁହାଣ,ସାଂସଦ ପ୍ରତିନିଧି ମନୋରଞ୍ଜନ ମଲ୍ଲିକ,ଏସ୍ଡିପିଓ ବିଷ୍ଣୁଚରଣ ବାରିକ, ଧୂଷୁରୀ ଥାନା ଆଇଆଇସି ଅଜୟ ସୁଦର୍ଶନ ବାଗେ,ଉପଦେଷ୍ଟା ରଘୁନାଥ ଲେଙ୍କା,ସ୍ମୃତିରକ୍ଷା ସମିତିର ଉପସଭାପତି ବୈକୁଣ୍ଠ ସାହୁ,ସଞ୍ଜୀବ ବେହେରା,ସାଧାରଣ ସମ୍ପାଦକ ଗୟାଧର ନାୟକ,ସାଧାରଣ ସମ୍ପାଦିକା ପ୍ରିୟତମା ପାଣିଗ୍ରାହୀ,ସ୍ଥାନୀୟ ସରପଞ୍ଚ ଅନୁସୂୟା ସାହୁ,ତୁଷାର ମିଶ୍ର,ରଞ୍ଜିତ ଲେଙ୍କା, ସତ୍ୟନାରାୟଣ ପଣ୍ଡା ପ୍ରମୁଖ ଉପସ୍ଥିତ ଥିଲେ। ବିଜେଡି ତରଫରୁ ପୂର୍ବତନ ପଞ୍ଚାୟତ ସମିତି ଅଧ୍ୟକ୍ଷ ଅଶୋକ କୁମାର ନାୟକ,ଜିଲ୍ଲା ପରିଷଦ ସଭ୍ୟ ପ୍ରଦୀପ କୁମାର ମଲ୍ଲିକ,ଶାରଦା ପ୍ରସନ୍ନ ସାହୁ, ବିଦ୍ୟୁତଲତା ନାୟକ,ବିଜେଡି ନେତା ପ୍ରତାପ ସାମଲ,ଭାରତ ବିଜୟ ଦଳାଇ ସନ୍ଦୀପ ସ୍ୱାଇଁ,ସୁଶାନ୍ତ ରାଉତ,ସ୍ବର୍ଗତ ସୁଶାନ୍ତ ପଣ୍ଡା(ଅଖୁଜା)ନନାଙ୍କ ଧର୍ମପତ୍ନୀ ଜ୍ୟୋସ୍ନା ରାଣୀ ପଣ୍ଡା ଓ ଅନ୍ୟ ନେତୃ ମଣ୍ଡଳୀ ଶହୀଦ ସ୍ମୃତିପୀଠରେ ପୁଷ୍ପମାଲ୍ୟ ଅର୍ପଣ କରି ସହିଦ୍ ମାନଙ୍କୁ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। କଂଗ୍ରେସ ପକ୍ଷରୁ ପ୍ରାକ୍ତନ ସାଂସଦ ଇଂ ମୁରଲୀଧର ଜେନା,ଜିଲ୍ଲା କଂଗ୍ରେସ ସଭାପତି ନଳିନୀ ମହାନ୍ତି,ଅଭିଷେକ ରାଉତ,ଦେବେନ୍ଦ୍ର ମହାନ୍ତି,ଅରବିନ୍ଦ ନାୟକ,ବିଦ୍ୟାଧର ଜେନା,ହୃଦାନନ୍ଦ ସେଠୀ,ପ୍ରମୁଖ ଶହୀଦ ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଜଣାଇଛନ୍ତି। ସନ୍ଧ୍ୟା ବେଳେ ଆୟୋଜିତ ସମାରୋହ ସଭାରେ ପୋୖରହିତ୍ୟ କରି ଶହୀଦ ସ୍ମୃତି ରକ୍ଷା ସମିତିର ସଭାପତି ଧାମନଗର ବିଧାୟକ ତଥା ମନ୍ତ୍ରୀ ଶ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଲେ ଯେ ସ୍ୱାଧୀନତା ଆନ୍ଦୋଳନକୁ ଭଦ୍ରକ ମାଟିର ଅବଦାନ ଓ ଯୋଗଦାନ ଚିର ସ୍ମରଣୀୟ।ଏ ମାଟିର ଲୁଣିଆ ଏବଂ ଇରମରେ ଦେଶ ମାତୃକାର ମୁକ୍ତି ସଂଗ୍ରାମରେ ଆତ୍ମବଳି ଦେଇଥିବା ସଂଗ୍ରାମୀଙ୍କ ପ୍ରତି ଆମେ କୃତଜ୍ଞ।ସେମାନଙ୍କ ତ୍ୟାଗ ଆମକୁ ସ୍ୱାଧୀନତା ଦେଇଛି।ଶହୀଦ ଏବଂ ସ୍ୱାଧୀନତା ସଂଗ୍ରାମୀଙ୍କ ଦାୟାଦଙ୍କ ପ୍ରତି ରାଜ୍ୟ ସରକାରଙ୍କର ଶ୍ରଦ୍ଧା ଓ ସମ୍ମାନ ରହିଛି।ମୁଖ୍ୟମନ୍ତ୍ରୀ ଏମାନଙ୍କ ପ୍ରତି ସମ୍ମାନ ଜଣାଇ ଯେଉଁ ଘୋଷଣା କରିଥିଲେ ତାହା ନିକଟରେ କାର୍ଯ୍ୟକାରୀ ହେବ ବୋଲି ସୂଚନା ଦେଇଛନ୍ତି। ଏଥିରେ ମୁଖ୍ୟ ଅତିଥି ଭାବେ ଭଦ୍ରକ ସାଂସଦ ଅଭିମନ୍ୟୁ ସେଠୀ କହିଲେ ଯେ ସ୍ୱାଧୀନତା ସଂଗ୍ରାମର ପୂଣ୍ୟ କ୍ଷେତ୍ର ଲୁଣିଆର ଇତିହାସ ଦେଶକୁ ପ୍ରେରଣା ଦେଇଥିବା ବେଳେ ଉତ୍କଳ କେଶରୀ ଡ଼ଃ ହରେକୃଷ୍ଣ ମହତାବଙ୍କ ଜନ୍ମ ମାଟି ଭଦ୍ରକ ଜିଲ୍ଲାର ଆଗରପଡା ଇରମ ଲୁଣିଆ ସହ ଅନ୍ୟାନ୍ୟ ଐତିହ୍ୟ ସ୍ଥାନକୁ ନେଇ ଏକ ସ୍ଵତନ୍ତ୍ର ପ୍ରକଳ୍ପ ପରିକଳ୍ପନା କରାଗଲେ ଆମର ଆଗାମୀ ବଂଶଧର ବହୁତ କିଛି ଶିଖିବା ପାଇଁ ସୁଯୋଗ ପାଇ ପାରିବେ ବୋଲି ସାଂସଦ ଶ୍ରୀ ସେଠୀ ବକ୍ତବ୍ୟ ରଖିଥିଲେ। ଶହୀଦ ସ୍ମୃତି ରକ୍ଷା ସମିତିର ଉପସଭାପତି ସାମ୍ବାଦିକ ବୈକୁଣ୍ଠ ନାଥ ସାହୁ ସଭା ସଞ୍ଚାଳନ କରିଥିଲେ ଏବଂ ବରିଷ୍ଠ ନେତା ଅଶୋକ କୁମାର ପୁହାଣ ପୂର୍ବତନ ଜିଲ୍ଲା ପରିଷଦ ମନୋରଞ୍ଜନ ମଲ୍ଲିକ ଜିଲ୍ଲା ସଂସ୍କୃତି ଅଧିକାରୀ ତନୁଜା ସିରକା ଉପସଭାପତି ସଂଜୀବ ବେହେରା ସଂପାଦକ ଶ୍ରୀକାନ୍ତ ନାୟକ ରାଜେନ୍ଦ୍ର କୁମାର ସାହୁ ସରପଞ୍ଚ ଅନୁସୂୟା ସାହୁ ତୁଷାର ମିଶ୍ର ସତ୍ୟ ନାରାୟଣ ପଣ୍ଡା ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗ ଦେଇଥିଲେ।ଉପଦେଷ୍ଟା ରଘୁନାଥ ଲେଙ୍କା ସ୍ୱାଗତ ଭାଷଣ ଓ ଅତିଥି ପରିଚୟ ପ୍ରଦାନ କରିଥିଲେ।ସାଧାରଣ ସମ୍ପାଦିକା ପ୍ରଧାନ ଶିକ୍ଷୟିତ୍ରୀ ପ୍ରିୟତମା ପାଣିଗ୍ରାହୀ ବିବରଣୀ ପାଠ କରିଥିଲେ।ଏହି ପରିପ୍ରେକ୍ଷୀରେ ଶହୀଦ ସଂଗ୍ରାମୀଙ୍କ ପରିବାର ଏବଂ ସଂଗ୍ରାମୀ ପରିବାରକୁ ସମ୍ବର୍ଦ୍ଧିତ କରାଯାଇଥିଲା।ଏଥି ସହିତ ଜିଲ୍ଲାସ୍ତରୀୟ ବିଭିନ୍ନ ପ୍ରତିଯୋଗିତାର ଶ୍ରେଷ୍ଠ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା। ସ୍ମୃତି ରକ୍ଷା ସମିତିର ସାଧାରଣ ସମ୍ପାଦକ ଗୟାଧର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ସହିଦ ସ୍ମୃତିରକ୍ଷା ସମିତି ପକ୍ଷରୁ ସ୍ବେଚ୍ଛାକୃତ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିଲା। ଏହି ଶିବିରରେ ମୋଟ ୩୫ ୟୁନିଟ୍ ରକ୍ତ ସଂଗ୍ରହ କରାଯାଇଥିଲା।ବିଶିଷ୍ଟ କଣ୍ଠଶିଳ୍ପୀ କୁମାର ବାପିଙ୍କ ମନଛୁଆଁ ସଂଗୀତ ସହିତ ମୟୁରଭଞ୍ଜର ଛଉ ନୃତ୍ୟ ଏବଂ ଖୋର୍ଦ୍ଧାର ଉତ୍କଳ ପାଇକ ଆଖଡା ପରିବେଷିତ ହୋଇଥିଲା। ଶହୀଦ ସ୍ମୃତି ରକ୍ଷା ସମିତିର କର୍ମକର୍ତ୍ତା ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।


