ପଥର ଜଙ୍ଗଲର ଦ୍ୱୀପ
ଚାଇନାରେ ଏକ ରହସ୍ୟମୟ ଦ୍ୱୀପ ରହିଛି, ଯାହାକୁ ଲୋକେ ପଥର ଜଙ୍ଗଲର ଦ୍ୱୀପ ବୋଲି କହିଥାନ୍ତି। ଦ୍ୱୀପସାରା ବଡ଼ବଡ଼ ଲମ୍ବାକୃତି ପଥର ଗଛ ଭଳି ଛିଡ଼ା ହୋଇ ରହିଛି। ପୂର୍ବ ଚାଇନା ସାଗରରେ ଥିବା ଏହି ଦ୍ୱୀପର ନାମ ହେଉଛି ହୁଆଓ। ପୂର୍ବରୁ ଏହି ଦ୍ୱୀପ ଜନଶୂନ୍ୟ ଥିଲା। ପବନ ପଥରରେ ବାଜି ଏକ ଭୟଙ୍କର ଶବ୍ଦ ସୃଷ୍ଟି କରୁଥିଲା। ତେବେ ଏବେ ଏହାର ପରିବେଶରେ ବହୁ ପରିବର୍ତ୍ତନ ଆସିଛି। ଦେଶର ଜନସଂଖ୍ୟା ବଢୁଥିବାରୁ ଚାଇନା ସରକାର ଏଠାରେ ୩ଟି ହୋଟେଲ ନିର୍ମାଣ କରିଛନ୍ତି। ଏଠାରେ ସଡ଼କ ନିର୍ମାଣ କାର୍ଯ୍ୟ ବି ଜାରି ରହିଛି। ଆଗାମୀ କିଛି ବର୍ଷ ମଧ୍ୟରେ ଏହି ଦ୍ୱୀପକୁ ଏକ ପର୍ଯ୍ୟଟନସ୍ଥଳରେ ପରିଣତ କରିବା ପାଇଁ ଚାଇନା ସରକାର ଉଦ୍ୟମ କରୁଛନ୍ତି।


