ମଣିଷ ବସବାସ କରୁଥିବା ପୃଥିବୀର ସବୁଠାରୁ ଥଣ୍ଡା ସ୍ଥାନ

ପୃଥିବୀରେ ଏମିତି କେତେକ ସ୍ଥାନ ରହିଛି, ଯାହା ସମ୍ପର୍କରେ କେବେ ଲୋକେ ଭାବିନଥିବେ କି କଳ୍ପନା କରି ନ ଥିବେ। ଏମିତି ଏକ ସ୍ଥାନ ହେଉଛି ରୁଷିଆର ପୂର୍ବାଞ୍ଚଳରେ ଥିବା ସାଖା ଜିଲ୍ଲାର ୟାକୁଟିଆ। ଏହା ପୃଥିବୀର ସବୁଠାରୁ ଥଣ୍ଡା ଅଞ୍ଚଳ ଭାବେ ପରିଚିତ। ଏଠାକାର ତାପମାତ୍ରା ଶୀତଦିନେ ମାଇନସ୍‌ ୫୮ ଡିଗ୍ରୀ ସେଲସିୟସ୍‌ ହୋଇଥାଏ। ଏବେ ଏଠାକାର ତାପମାତ୍ରା ମାଇନସ୍‌ ୪୪ ଡିଗ୍ରୀ ରହିଛି। ଏଠାରେ ସୂର୍ଯ୍ୟ ଶୀତଦିନରେ ମାତ୍ର ୩ ଘଣ୍ଟା ପାଇଁ ଦୃଶ୍ୟମାନ ହୋଇଥାନ୍ତି। ଅଞ୍ଚଳରେ ପ୍ରାୟ ୩ ଲକ୍ଷ ଲୋକ ବସବାସ କରନ୍ତି। ଆର୍କଟିକ୍‌ ସର୍କଲଠାରୁ ୩୫୦ କି.ମି ଦୂର ଏହି ଅଞ୍ଚଳର ମାଟି ତଳେ ପ୍ରଚୁର ପରିମାଣର ସୁନା, ହୀରା, କୋଇଲା ଆଦି ରହିଛି। ଏଠାରେ ସ୍କୁଲ, ହସ୍ପିଟାଲ, ପୋଷ୍ଟ ଅଫିସ୍‌, ବ୍ୟାଙ୍କ ଆଦି ରହିଛି। ଏତେ ଥଣ୍ଡାରେ ମଧ୍ୟ ପିଲା ସବୁଦିନ ସ୍କୁଲ ଯାଆନ୍ତି। ଏଠାକୁ ବୁଲିବା ପାଇଁ ପ୍ରତିବର୍ଷ ବହୁ ପର୍ଯ୍ୟଟକ ଆସିଥାନ୍ତି। ପ୍ରବଳ ଥଣ୍ଡା ଯୋଗୁ ଗାଡ଼ିର ଇଞ୍ଜିନ୍‌ ଅଏଲ୍‌ ଜମାଟ ବାନ୍ଧି ଯାଇଥାଏ। ଫଳରେ ଗିୟର ବକ୍ସ୍‌ ଥଣ୍ଡାରେ ଜମି ଯାଏ। ତେଣୁ ଏଠାରେ ପ୍ରତି ୨-୩ କିଲୋମିଟର ମଧ୍ୟରେ ହିଟିଂ ଗ୍ୟାରେଜ୍‌ ରହିଥାଏ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ