ଲଘୁଚାପ ଯୋଗୁଁ ଲଗାଣ ବର୍ଷା ପରେ ସହର ଜଳମଗ୍ନ

ଧାମନଗର(ଓ୍ବାଇଏନଏସ):  ଧାମନଗର ସହରାଞ୍ଚଳରେ ଗତ ତିନି ଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଯ” ନଦୀର ବନ୍ୟା ଆସି ଧାମନଗର ସମଗ୍ର ଏନ ଏ ସି ଅଞ୍ଚଳ ଜଳମଗ୍ନ ହେବା ସହ ଭଦ୍ରକ-ଧାମନଗର ଏବଂ ବ୍ଲକ-କୋଠାର ମୁଖ୍ୟ ରାସ୍ତା ଉପରେ ଆଠୁ ଉପରେ ପାଣି ପ୍ରଭାବିତ ହୋଇଥିବା ବେଳେ ତଳିଆ ୫ନମ୍ବର,୯ନମ୍ବର ଏବଂ୧୦ନମ୍ବର ୱାର୍ଡର ବିଭିନ୍ନ ଗ୍ରାମ  ସମେତ ହବିବି ନଗର ଗ୍ରାମରେ ବନ୍ୟା ପାଣି ପସିଛି।ବିଭିନ୍ନ ୱାର୍ଡର ରାସ୍ତ ବୁଡି ସ୍ରୋତ ଚାଲୁଥିବାରୁ ଗମନା ଗମନ ସମସ୍ୟା ଲାଗି ରହିଛି।ସେହିପରି ବ୍ଲକ,ଏନ ଏ ସି ଏବଂ ଶିକ୍ଷାଧିକାରିଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୃତ୍ରିମ ବନ୍ୟା ପରିସ୍ଥିତି ସୃଷ୍ଟି ହୋଇ ଯିବା ଆସିବା ପାଇଁ ବାଧା ସୃଷ୍ଟି କରିଛି। ଏନ ଏ ସି ରେ ମାଷ୍ଟର ପ୍ଲାନ କରି ଡ୍ରେନେଜ ସୁବିଧା ନଥିବା ଏବଂ ରାସ୍ତା କଡ କେନାଲ ପୋତି ଜବରଦଖଲ ଯୋଗୁଁ ବଜାର ମୁଖ୍ୟ ରାସ୍ତା ବୁଡି ସ୍ରୋତ ଚାଲୁଥିବାରୁ ସାଧାରଣ ରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏପଟେ ରେବ ନଦୀର ବନ୍ୟାରେ ଭଗବାନପୁର ପଞ୍ଚାୟତର ବିଭିନ୍ନ ୱାର୍ଡ ଓ ଗ୍ରାମ ଜଳାର୍ଣ୍ଣବ ହୋଇଛି। ଏପଟେ ବୈତରଣୀ ନଦୀର ବନ୍ୟା ଜଳ ବୃଦ୍ଧି ପାଇ ଆଖୁଆପଦାଠାରେ ତାହା ବିପଦ ସଙ୍କେତ ଉପରେ ପ୍ରବାହିତ ହୋଇ ତାହା ଧାମନଗର ପ୍ରତି ବିପଦ ସୃଷ୍ଟି କରିଛି। ବନ୍ୟାରେ ବୈତରଣୀ କୋଚିଲା ନଦୀର ମଧ୍ୟବର୍ତ୍ତୀ ଅଞ୍ଚଳର ଥିବା ହସନାବାଦ,ଅର୍ଜୁନପୁର ପଞ୍ଚାୟତର ବିଭିନ୍ନ ଗ୍ରାମ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇଛି।ଗୌରାଙ୍ଗପୁର  ଏସ୍କେପରେ ବନ୍ୟାଜଳ ବାହାରି  ବ୍ଲକର ତଳିଆ ଅଞ୍ଚଳକୁ ଜଳମଗ୍ନ କରିଛି। ନଦୀର ବନ୍ୟା ବଢୁ ଥିବାରୁ ଧାମନଗର ବନ୍ୟା ପରିସ୍ଥିତି କଣ ହେବ ତାହାକୁ ନେଇ ତଳିଆ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଭୟରେ ବାତାବରଣ ଦେଖା ଦେଇଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ