ଵାଙ୍ଗୋର ଗ୍ରାମରେ ଅନେକ ଲୋକଙ୍କ ଘରେ ପଶିଲା ପାଣି, ଶୁଣୁନି ଜଳ ସମ୍ପଦ ବିଭାଗ

ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକ ଵାଙ୍ଗୋର ଗ୍ରାମରେ ଅନେକ ଲୋକଙ୍କ ଘରେ ପଶିଛି ପାଣି। ଜଳ ନିଷ୍କାସନର ସୁ ବ୍ୟବସ୍ଥା ନଥିବାରୁ ସାମାନ୍ୟ ବର୍ଷା ହେଲେ ଗାଁ ଲୋକଙ୍କ ଘରେ ପାଣି ପଶିବା ସହିତ ଗ୍ରାମର ଶତାଧିକ ପରିବାର ଜଳବନ୍ଦୀ ଅବସ୍ଥାରେ କାଳାତିପାତ କରୁଛନ୍ତି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାଇ ହଦଗଡ଼ଠାରେ ଥିବା ସାଳନ୍ଦୀ ଡ୍ୟାମ୍‌ର ତଳମୁଣ୍ଡରୁ ପ୍ରାୟ ୧ କିଲୋମିଟର ଦୂରରେ ଏବଂ ବିଦ୍ୟାଧରପୁର ସାଳନ୍ଦୀ ବ୍ୟାରେଜ୍‌ ଠାରୁ ମଧ୍ୟ ପ୍ରାୟ ୧ କିଲୋମିଟର ଉପର ମୁଣ୍ଡରେ ଅବସ୍ଥିତ ଵାଙ୍ଗୋର ଗାଁ । ଗାଁ ରେ ପାଞ୍ଚ ଶହରୁ ଉର୍ଦ୍ଧ ପରିବାର ବସ ବାସ କରନ୍ତି। ଶାଳନ୍ଦୀ ନଦୀ କୂଳରେ ଗାଁ ଟି ଅବସ୍ଥିତ। ଗୋଟିଏ ପଟେ ଶାଳନ୍ଦୀ ନଦୀର ନଦୀବନ୍ଧ ଥିବା ବେଳେ ଅନ୍ୟପଟେ କେନାଲ ବନ୍ଧ ଗାଁ ଟିକୁ ଘେରି ରହିଛି। ବର୍ଷା ହେଲେ ବର୍ଷା ଜଳ ନିଷ୍କାସନ ହୋଇ ନପାରି ଗାଁର ଦୁଇ ଶହ ଏକର ଚାଷ ଜମି ଜଳମଗ୍ନ ହୋଇଯାଉ ଥିବାବେଳେ ଅନେକ ଲୋକଙ୍କ ଘରେ ପାଣି ପସି ଯାଉଛି। ଗତକାଲି ଠାରୁ ଲଗାଣ ବର୍ଷା ଲାଗି ରହିବା ଦ୍ୱାରା ଗାଁର ପୂର୍ଣ୍ଣନନ୍ଦ ପଣ୍ଡା, ଯୋଗେନ୍ଦ୍ର ସାହୁଙ୍କ ଘରେ ପାଣି ପଶିଥିବା ବେଳେ ରଘୁନାଥ ପୃଷ୍ଟି, ରଙ୍ଗାଧର ସାହୁ, ନରେନ୍ଦ୍ର ପୃଷ୍ଟିଙ୍କ ଘର ଚାରିପଟେ ପାଣି ଘେରି ଯାଇଛି। ଯଦି ବର୍ଷାର ପରିମାଣ ବୃଦ୍ଧି ପାଏ ତେବେ ଗ୍ରାମର ଶତାଧିକ ପରିବାର ଜଳବନ୍ଦୀ ହୋଇଯିବାର ଆଶଙ୍କା ଦେଖା ଦେଇଛି। ଏପରିକି ସ୍କୁଲ ରାସ୍ତାରେ ପାଣି ଚାଲୁ  ଥିବାରୁ ଛାତ୍ରଛାତ୍ରୀ ସ୍କୁଲ ଯାଇ ପାରୁ ନାହାନ୍ତି। ବର୍ଷାଜଳ ନିଷ୍କାସନ ପାଇଁ କେନାଲରେ ଥିବା ଅଣ୍ଡର ପାସ ପୋତି ହୋଇଯାଇ ଥିବାରୁ ଏପରି ପରିସ୍ଥିତି ଉପୁଜିଛି ବୋଲି ଗ୍ରାମବାସୀ ମାନେ ଅଭିଯୋଗ କରିଛନ୍ତି। ଏପରିକି ଗ୍ରାମବାସୀ ମାନେ ଏନେଇ ପୂର୍ବରୁ ଜିଲ୍ଲା ପ୍ରଶାସନ ଓ ଜଳ ସମ୍ପଦ ବିଭାଗକୁ ଅବଗତ କରାଇ ପ୍ରତିକାର ବ୍ୟବସ୍ଥା କରିବାକୁ ଦାବି କରିଥିଲେ ବି ଜଳସେଚନ ବିଭାଗ କୌଣସି ପଦକ୍ଷେପ ନେଉ ନଥିବାରୁ ଗ୍ରାମବାସୀଙ୍କ ଭିତରେ ତୀବ୍ର ଅସନ୍ତୋଷ ଦେଖା ଦେଇଛି। ପ୍ରତିବର୍ଷ ବ୍ୟାପକ ଧାନ ଫସଲ ନଷ୍ଟ ହେଉଥିବାରୁ ପ୍ରଶାସନ ତୁରନ୍ତ ଏଥିପ୍ରତି ଦୃଷ୍ଟି ଦେବାକୁ ଗ୍ରାମବାସୀ ମାନେ ଦାବି କରିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ