ଲଭ୍, ସେକ୍ସ୍, ଧୋକା ପରେ ଯୁବତୀଙ୍କ ଏତଲା : ଦୁଷ୍କର୍ମ ମାମଲା ରୁଜୁ କଲା ପୋଲିସ

 ଦିଗପହଣ୍ଡି,(ଅଳକ ନାଥ ମିଶ୍ର)  :ଦିଗପହଣ୍ଡି ବ୍ଲକ ଅଧିନ ଏକ ଗାଁ ର ଜଣେ  ଯୁବତୀ ଙ୍କୁ ଭଲ ପାଇ ବିବାହ କରିବାର ପ୍ରତିଶ୍ରୁତି ଦେଇ ଦୁଷ୍କର୍ମ ପରେ ତାଙ୍କୁ ପ୍ରତାରଣା କରାଯାଇଥିବା ଅଭିଯୋଗ ହୋଇଛି। ଦିଗପହଣ୍ଡି ଥାନା ଓଡ଼ାସିଙ୍ଗି ଗ୍ରାମର  ଅଭିଯୁକ୍ତ କାଳିଆ ବାଡତ୍ୟା ନାୟକ(୨୨) ତାଙ୍କ ପଡୋଶୀ ଗାଁ ର ଜଣେ ୨୦ ବର୍ଷୀୟା ଯୁବତୀ ଙ୍କ ସହ ଲଭ୍  ରୁ ସେକ୍ସ୍ ଓ ପରେ ତାଙ୍କୁ ବିବାହ କରିବି କହି ପ୍ରତାରଣା କରିଥିବା ନେଇ ପୀଡ଼ିତା ଦିଗପହଣ୍ଡି ଏତଲା ଦେବା ପରେ ଆଇଆଇସି କିଶୋର କୁମାର ସାମଲ ମାମଲା ନଂ.୪୧୩/୨୬ ଭାରତୀୟ ନ୍ୟାୟ ସଂହିତା ର ଦଫା-୬୯ (ବିଏନଏସ) ଅନୁଯାୟୀ ଅଭିଯୁକ୍ତ ଙ୍କ ବିରୋଧ ରେ ଦୁଷ୍କର୍ମ ମକଦ୍ଦମା ରୁଜୁ କରିଛନ୍ତି। ତଦନ୍ତକାରୀ ଅଧିକାରୀ ଏସ.ଆଇ ମହାପ୍ରସାଦ ମହାନ୍ତି ବ୍ରହ୍ମପୁର ବଡ଼ ଡାକ୍ତରଖାନା ରେ ପୀଡ଼ିତା ଙ୍କ ଡାକ୍ତରୀ ମାଇନା କରାଇବା ପରେ ଥାନାରେ ମହିଳା ପୋଲିସ ଅଧିକାରୀ  ଙ୍କ ଉପସ୍ଥିତିରେ ପୀଡ଼ିତା ଙ୍କ ବୟାନ ରେକର୍ଡ କରାଯାଇଛି। ଗତ ପ୍ରାୟ କିଛି ବର୍ଷ ପୂର୍ବେ ଯୁବତୀ ଙ୍କ ସହ ଅଭିଯୁକ୍ତଙ୍କ ପ୍ରେମ ସମ୍ପର୍କ ଗଢ଼ି ଉଠିଥିଲା।ଯୁବତୀ ଙ୍କ ଅନିଚ୍ଛା ସତ୍ତ୍ବେ ଅଭିଯୁକ୍ତ ତାଙ୍କୁ ବ୍ରହ୍ମପୁର ସ୍ଥିତ ଏକ ଲଜିଂ କୁ ଡାକି ନେଇ ନିୟମିତ ବ୍ୟବଧାନରେ ଦୁଷ୍କର୍ମ କରି ଆସୁଥିଲେ। ପରେ  ଉଭୟେ ପରସ୍ପର ଙ୍କୁ ଭଲ ପାଇ ବିବାହ କରିବାକୁ ନିଷ୍ପତ୍ତି ନେଇଥିଲେ। ଅଭିଯୁକ୍ତ ଜଣକ ପରେ ଯୁବତୀ ଙ୍କୁ ପ୍ରତାରଣା କରି ବିବାହ କରିବାକୁ ସିଧା ସଳଖ ମନା କରିଦେଇଥିଲେ ବୋଲି ପ୍ରାଥମିକ ତଦନ୍ତରୁ ଜଣାପଡ଼ିଥିବା ପୋଲିସ କହିଛି।ଗିରଫ ଭୟରେ ଅଭିଯୁକ୍ତ ଜଣକ ଫେରାର ଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ