ଭଏସ ଅଫ ମିଡ଼ିଆର ସମ୍ବର୍ଦ୍ଧନା ସଭା ଓ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ

କନ୍ଧମାଳ(ଓ୍ବାଇଏନଏସ) : ଫୁଲବାଣୀସ୍ଥିତ ମେଘା ନର୍ସରୀ ପରିସରରେ କନ୍ଧମାଳ ଜିଲ୍ଲା ଭଏସ ଅଫ ମିଡ଼ିଆ ପକ୍ଷରୁ ସମ୍ବର୍ଦ୍ଧନା ସଭା ଓ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି। ଜିଲ୍ଲା ସଭାପତି ଶିବାନନ୍ଦ ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଭଏସ ଅଫ ମିଡ଼ିଆର ରାଜ୍ୟ ସଭାପତି ପ୍ରଭାତ ମିଶ୍ର।  ରାଜ୍ୟ ଉପସଭାପତି ବି.ଭି. ଶଙ୍କର ମୁଖ୍ୟ ଅତିଥି ଭାବେ ଯୋଗଦେଇଥିଲେ। ଏହି ଅବସରରେ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ସୁବାଷ ପ୍ରଧାନ ଓ ସନ୍ତୋଷ ଦିଗାଲଙ୍କ ସମେତ   ଉପସ୍ଥିତ ଥିଲେ। ଜିଲ୍ଲାର ଅନ୍ୟତମ ସାମ୍ବାଦିକ ସଂଗଠନ ଜିଲ୍ଲା ମିଡ଼ିଆ ଫୋରମର ସଭାପତି ସୁନୀଲ ବିଶ୍ୱାଳ ଏବଂ ଓଡ଼ିଶା ସାମ୍ବାଦିକ ସଂଘର ଜିଲ୍ଲା ସଭାପତି ରାଧାମୋହନ ମହାପାତ୍ର ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ସେହିପରି ଜିଲ୍ଲା ପ୍ରେସ କ୍ଲବର ପ୍ରତିଷ୍ଠାତା ସଦସ୍ୟ ଫିଲମୋହନ ନାୟକ, ଓ ଗୋପାଳ କୃଷ୍ଣ ପଟ୍ଟନାୟକ ଅନ୍ୟତମ ଅତିଥି ଭାବେ ଯୋଗଦେଇଥିଲେ। ଜିଲ୍ଲା ଉପସଭାପତି ପ୍ରଶାନ୍ତ ପଣ୍ଡା ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିବା ବେଳେ ଜିଲ୍ଲା ସମ୍ପାଦକ ରମେଶ ଚନ୍ଦ୍ର ପ୍ରଧାନ ସଂଗଠନର ବିବରଣୀ ପାଠ କରିଥିଲେ। ନୂତନ ଦାୟିତ୍ୱ ପାଇଥିବା ନେତୃତ୍ୱଙ୍କୁ ସମ୍ବର୍ଦ୍ଧନା ଜାତୀୟ ସଂଗଠନ ପକ୍ଷରୁ ନୂତନ ଦାୟିତ୍ୱ ପାଇଥିବା ରାଜ୍ୟ ସଭାପତି ପ୍ରଭାତ ମିଶ୍ରଙ୍କୁ ଭାରତର ପୂର୍ବ କ୍ଷେତ୍ର ସଭାପତି ଭାବେ ଏବଂ ଜିଲ୍ଲା ସଭାପତି ଶିବାନନ୍ଦ ପଟ୍ଟନାୟକଙ୍କୁ ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ  ଓ  ରାଜ୍ୟ ଉପସଭାପତି ଭାବେ ବି.ଭି. ଶଙ୍କର   ଦାୟିତ୍ୱ ମିଳିଥିବାରୁ ଜିଲ୍ଲା କମିଟି ପକ୍ଷରୁ ସେମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏଥିସହ  ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ସୁବାଷ ପ୍ରଧାନ ଓ ସନ୍ତୋଷ ଦିଗାଲଙ୍କୁ ଦାୟିତ୍ୱ ମିଳିଥିବାରୁ ଜିଲ୍ଲା କମିଟି ପକ୍ଷରୁ ସେମାନଙ୍କୁ ମଧ୍ୟ ସମ୍ବର୍ଦ୍ଧନା ଦିଆଯାଇଥିଲା। ଏହି ଅବସରରେ ନୂତନ ସଦସ୍ୟମାନଙ୍କୁ ମଧ୍ୟ ରାଜ୍ୟ ସଭାପତି ପ୍ରଭାତ ମିଶ୍ର ସମ୍ମାନିତ କରିଥିଲେ। ସାମ୍ବାଦିକଙ୍କ ସୁରକ୍ଷା ଓ କଲ୍ୟାଣ ଉପରେ ଗୁରୁତ୍ୱ ଜିଲ୍ଲା କାର୍ଯ୍ୟକାରିଣୀ ବୈଠକରେ ସାମ୍ବାଦିକମାନଙ୍କ ସୁରକ୍ଷା, ଜୀବନ ବୀମା ଏବଂ ସାମ୍ବାଦିକ ପରିଚୟପତ୍ର ସମ୍ପର୍କିତ ବିଭିନ୍ନ ପ୍ରସଙ୍ଗ ଉପରେ ଆଲୋଚନା ହୋଇଥିଲା। ଏ ସମସ୍ତ ବିଷୟରେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିବା ସହ ସାମ୍ବାଦିକଙ୍କ ସ୍ୱାର୍ଥ ଓ ସୁରକ୍ଷା ପାଇଁ ସଂଗଠନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନେବାକୁ ବୈଠକରେ ନିଷ୍ପତ୍ତି ନିଆଯାଇଥିଲା। ଅତିଥିମାନେ ସାମ୍ବାଦିକ ସଂଗଠନର ଭୂମିକା, ସାମ୍ବାଦିକତାର ଦାୟିତ୍ୱ ଓ ନୀତି, ସାମ୍ବାଦିକମାନଙ୍କ କର୍ତ୍ତବ୍ୟ ସହିତ ସାମ୍ବାଦିକଙ୍କ ପ୍ରତି ସରକାରଙ୍କ ଦାୟିତ୍ୱ ସମ୍ପର୍କରେ ମାର୍ଗଦର୍ଶନ ଦେଇଥିଲେ। ସାମ୍ବାଦିକଙ୍କ ଅଧିକାର ଓ ସୁରକ୍ଷା ପାଇଁ ସଂଗଠିତ ଭାବେ କାର୍ଯ୍ୟ କରିବା ଉପରେ ଅତିଥିମାନେ ଗୁରୁତ୍ୱାରୋପ କରିଥିଲେ। ଶେଷରେ ସଂଘର ସଦସ୍ୟ କ୍ଷୀରୋଦ କୁମାର ସାହାଣୀ ଧନ୍ୟବାଦ ଅର୍ପଣ କରିଥିଲେ। ଜିଲ୍ଲାର ପାର୍ଥ ସାରଥୀ ବିଶ୍ୱାଳ, ସତ୍ୟ ନାରାୟଣ ବେହେରା ,ଆଦିତ୍ୟ ପ୍ରସାଦ ତ୍ରିପାଠି, ପ୍ରଶାନ୍ତ କୁମାର ଜେନା ,ସୁଧିର କୁମାର ମହାରଣା, ଲକ୍ଷ୍ମି ନାରାୟଣ ପଟ୍ଟନାୟକ , ରବୀନ୍ଦ୍ର ଷଢ଼ଙ୍ଗୀ, ବରୁଣ ବେହେରା , ଦାରୁଣ ବେହେରା , ରମେଶ ନାୟକ , ଓ ଜିଲ୍ଲା ର ବିଭିନ୍ନ ଅଞ୍ଚଳରୁ ଭଏସ ଅଫ ମିଡ଼ିଆର ସଦସ୍ୟ ଓ ସାମ୍ବାଦିକମାନେ ଏହି ସଭାରେ ଯୋଗଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ