ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିରରେ ବିଜ୍ଞାନମେଳା
ଆସିକା (ୱାଇଏନ୍ଏସ୍) : ଆସିକା ନିକଟସ୍ଥ କଇଁଫୁଲିଆ ଛକ ନିକଟରେ ସ୍ଥାପିତ ହୋଇଥିବା ଅଗ୍ରଣୀ ବେସରକାରୀ ଶିକ୍ଷାନୁଷ୍ଠାନ ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିର ପରିସରରେ ଏକ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିରର ପରିଚାଳନା ମୁଖ୍ୟ ବିରୁପାକ୍ଷ ସାମନ୍ତରାୟଙ୍କ ସଂଯୋଜନାରେ ଅନୁଷ୍ଠିତ ଏହି ବିଜ୍ଞାନ ମେଳାରେ ବିଚାରକ ରୂପେ ଟେକ୍ନିକାଲ୍ ହାଇସ୍କୁଲର ବିଜ୍ଞାନ ଶିକ୍ଷକ ଦେବାଶିଷ୍ ପାଣିଗ୍ରାହୀ ଯୋଗଦେଇ ଏହି ବିଜ୍ଞାନ ମେଳାରେ ଭାଗ ନେଇଥିବା ଶିକ୍ଷାନୁଷ୍ଠାନର ପ୍ରଥମରୁ ଅଷ୍ଟମ ଶ୍ରେଣୀର ଛାତ୍ରଛାତ୍ରୀଙ୍କୁ ଉତ୍ସାହିତ କରିବା ସାଙ୍ଗକୁ ବିଦ୍ୟାର୍ଥୀମାନଙ୍କ ଲୁକାୟିତ ପ୍ରତିଭାକୁ ଲୋକଲୋଚନକୁ ଆଣିବା ଦିଗରେ ଏହି ବିଜ୍ଞାନ ମେଳା କାର୍ଯ୍ୟକ୍ରମ ବିଶେଷ ଭାବେ ସହାୟକ ହୋଇପାରିବ ବୋଲି ମତବ୍ୟକ୍ତ କରି ବିଦ୍ୟାର୍ଥୀଙ୍କ ଦକ୍ଷତା ଓ ଜିଜ୍ଞାସାକୁ ବୃଦ୍ଧି କରିବା ଦିଗରେ ଏହି ବିଦ୍ୟାଳୟସ୍ତରୀୟ ବିଜ୍ଞାନମେଳା ଯେପରି ଅଧିକ ଲୋକାଭିମୁଖୀ ହୋଇପାରିବ ସେଥିପ୍ରତି ସମସ୍ତେ ଯତ୍ନବାନ ହେବାକୁ ଆହ୍ୱାନ କରିଥିଲେ । କଇଁଫୁଲିଆ ଛକ ସ୍ଥିତ ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ହୋଇଥିବା ଏହି ବିଜ୍ଞାନ ମେଳାକୁ ସୁପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ପରିଚାଳନା ନିର୍ଦ୍ଦେଶକ ବିରୁପାକ୍ଷ ସାମନ୍ତରାୟ, ପରିଚାଳନା କମିଟି ସଂପାଦକ ରାଜଲକ୍ଷ୍ମୀ ସାହୁ ଏବଂ ପ୍ରଧାନାଚାର୍ଯ୍ୟ ସୁକାନ୍ତ କୁମାର ପଟ୍ଟନାୟକ, ଗୁରୁମା ବିଷ୍ଣୁପ୍ରିୟା ରାଉତ, ରଂଜୁଲତା ସ୍ୱାଇଁ, ଜୟଶ୍ରୀ ଦୋରା, ଏ.ରେଣୁ ଆଚାରୀ, ବବିତା ଗୌଡ, ରୁପଶ୍ରୀ ମହାରଣା, ଦୀପିକା ନାହାକ, ସ୍ମିତାଞ୍ଜଳୀ ଦାଶ, ବିଜ୍ଞାନୀ ଦାଶ, ସ୍ନେହା ହେହେରା, ସ୍ୱପ୍ନାରାଣୀ ନାହାକ, ମୂର୍ତ୍ତିମୟୀ ବେହେରା, ପ୍ରିୟଙ୍କା ଜେନା, ଲକ୍ଷ୍ୟହୀରା ନାୟକ, ଗୁରୁଜୀ ସନ୍ତୋଷ କୁମାର ସିୟ, ଜୟରାମ ଦାଶ, ଦଣ୍ଡପାଣି ସାହୁ, ରଜେନ୍ଦ୍ର ପଣିଗ୍ରାହୀ, ସେବିକା ଝିଲ୍ଲିି ଦାଶ, ମମତା ରଣା, ଭାଗ୍ୟଲତା ସାହୁଙ୍କ ସମେତ ସମସ୍ତ କର୍ମଚାରୀ ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା। ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିର କଇଁଫୁଲିଆ ପରିସରରେ ଅନୁଷ୍ଠିତ ଏହି ବିଜ୍ଞାନ ମେଳାରେ ଶିକ୍ଷାନୁଷ୍ଠାନରେ ପ୍ରଥମରୁ ଅଷ୍ଟମ ଶ୍ରେଣୀର ଅଧ୍ୟୟରତନ ଥିବା ଛାତ୍ରଛାତ୍ରୀଙ୍କ ମଧ୍ୟରୁ ପ୍ରାୟ ୭୦ଜଣ ବିଦ୍ୟାର୍ଥୀ ଭାଗ ନେଇ ଗଣିତ, ପରିବେଶ ଓ ବିଜ୍ଞାନ ବିଷୟବସ୍ତୁ ଉପରେ ଆଧାରିତ ପ୍ରକଳ୍ପ ପ୍ରଦର୍ଶିତ କରିଥିବା ଦେଖିବାକୁ ମିଳିଥିଲା । କଇଁଫୁଲିଆ ଛକ ସ୍ଥିତ ବିବେକାନନ୍ଦ ଶିଶୁ ବିଦ୍ୟାମନ୍ଦିର ପରିସରରେ ଅନୁଷ୍ଠିତ ବିଜ୍ଞାନ ମେଳାରେ ସର୍ବକନିଷ୍ଠ ବର୍ଗରେ ପ୍ରିନ୍ସ ସାହୁ ପ୍ରଥମ, ସୁଜ୍ଞାନୀ ଦାଶ ଦ୍ୱିତୀୟ, ଅଦ୍ୟାଶା ବେହେରା ତୃôତୀୟ, କନିଷ୍ଠ ବର୍ଗରେ ଅଖିଳ ରାଉତ ପ୍ରଥମ, ଗଣେଶ ବେହେରା ଦ୍ୱିତୀୟ, ଇଶିତା ପାତ୍ର ତୃତୀୟ, ବରିଷ୍ଠ ବର୍ଗରେ ଗଣେଶ ରାଉତ ଏବଂ ଜି.ସୁରଜ ଦୋରା ପ୍ରଥମ, ସୁରଜ ନାହାକ ଏବଂ ସ୍ମ୍ମୃତିରାଣୀ ଗୌଡ ଦ୍ୱିତୀୟ, ସ୍ୱଂୟଶ୍ରୀ ଗୌଡ ଏବଂ ପ୍ରତ୍ୟୁଷ ନାହାକ ତୃତୀୟ ହୋଇଥିଲା ବେଳେ ଏହି ଅବସରରେ ଶିଶୁ ବୈଜ୍ଞାନିକଙ୍କୁ ସମ୍ମାନିତ କରାଯାଇଥିଲା। ଏହି ବିଜ୍ଞାନ ମେଳାରେ ପ୍ରଦର୍ଶିତ ହୋଇଥିବା ପ୍ରକଳ୍ପ ଗୁଡିକୁ ଦେଖିବା ଲାଗି ଛାତ୍ରଛାତ୍ରୀଙ୍କ ମଧ୍ୟରେ ଉତ୍ସୁକତା ଲାଗି ରହିଥିବା ଦେଖିବାକୁ ମିଳିଥିଲା ବେଳେ ଏହି କାର୍ଯ୍ୟକ୍ରମକୁ ପରିଚାଳନା କରିବା ଦିଗରେ ଶିକ୍ଷାନୁଷ୍ଠାନର ସମସ୍ତ ଗୁରୁଜୀ ଗୁରୁମା ସକ୍ରିୟ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।


