ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଦେଲେ ୨୬୨ଜଣ ପରୀକ୍ଷାର୍ଥୀ
ଆସିକା (ୱାଇଏନ୍ଏସ୍): ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଓ ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶାର ନିର୍ଦ୍ଦେଶ ଏବଂ ଜିଲ୍ଲା ଶିକ୍ଷାବିଭାଗର ପରାମର୍ଶ କ୍ରମେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଶନିବାର ତୃତୀୟ ଓ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ଅନୁଷ୍ଠିତ ହୋଇଯାଇଛି । ଏହି ତୃତୀୟ ଶ୍ରେଣୀ ବୃତ୍ତି ପରୀକ୍ଷାରେ ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ କାର୍ଯ୍ୟାଳୟ ଅଧିନସ୍ଥ ଅଞ୍ଚଳର ବେସରକାରୀ ବିଦ୍ୟାଳୟର ଓ ସରକାରୀ ବିଦ୍ୟାଳୟର ୧୩୫ ଜଣ ଛାତ୍ରଛାତ୍ରୀ ଏହି ବୃତ୍ତି ପରୀକ୍ଷା ଦେବା ଲାଗି ସ୍ତିରୀକୃତ ହୋଇଥିଲା ବେଳେ ସେମାନଙ୍କ ମଧ୍ୟରୁ ୫ଜଣ ଅନୁପସ୍ଥିତ ରହିବାରୁ ସମୂଦାୟ ୧୩୦ ଜଣ ଏବଂ ପଞ୍ଚମ ଶ୍ରେଣୀ ବୃତ୍ତି ପରୀକ୍ଷା ପାଇଁ ୧୩୮ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବା ପାଇଁ ସ୍ଥିରୀକୃତ ହୋଇଥିବା ବେଳେ ୬ ଜଣ ଅନୁପସ୍ଥିତ ରହିବାରୁ ୧୩୨ ଜଣ ପରୀକ୍ଷାର୍ଥୀ ବୃତ୍ତି ପରୀକ୍ଷା ଦେଇଥିଲେ । ଆସିକା ଗୋଷ୍ଠୀ ଶିକ୍ଷାଧିକାରୀ ସୁଜିତ୍ କୁମାର ପାଢୀଙ୍କ ପରାମର୍ଶକ୍ରମେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଭଂଜ ବେହେରା ପରୀକ୍ଷାକେନ୍ଦ୍ର ପରିଦର୍ଶନ କରିଥିଲେ । ଆସିକା ପିଏମ୍ଶ୍ରୀ ହରିହର ହାଇସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିବା ଏହି ତୃତୀୟ ଓ ପଂଚମ ଶ୍ରେଣୀ ବୃତ୍ତି ପରୀକ୍ଷାକୁ ସୁପରିଚାଳନା କରିବା ଦିଗରେ ବିଦ୍ୟାଳୟର ପ୍ରଧାନଶିକ୍ଷକ ତଥା ପରୀକ୍ଷା କେନ୍ଦ୍ରର ଅଧୀକ୍ଷିକା ରଜନୀରାଣୀ ଦାଶ, ସହକାରୀ ଶିକ୍ଷକ ରଂଜିତ୍ କୁମାର ପ୍ରଧଆନ, ଅର୍ଚ୍ଚନା ପାଢୀ, ପ୍ରଶାନ୍ତ କୁମାର ନାୟକ, ମମତା କୁମାରୀ ଭଂଜ, ନର୍ମଦା କୁମାରୀ ସ୍ୱାଇଁ, ଅଜିତ୍ କୁମାର ରଣା, ଜୁଲି ରଥ, ରଶ୍ମିତା କୁମାରୀ ମିଶ୍ର, ଚନ୍ଦ୍ରିକା ସୁନା, ଦେବେନ୍ ନାୟକ, ମନୋରଂଜନ ପଣ୍ଡା, ବଟକୃଷ୍ଣ ଗୌଡ, ସବିତା ତ୍ରିପାଠୀ, ଗାୟତ୍ରୀ କୁମାରୀ ପାତ୍ର, ଲକ୍ଷ୍ମୀବାଇ ପାତ୍ର, ପ୍ରଜ୍ଞା ପରମିତା ପ୍ରଧାନ, ଅନିଲ୍ ବେହେରା, ଆଦିତ୍ୟ କୁମାର ଓଡଣ୍ଡ୍ରା, ଫକୀର ମୋହନ ସ୍ୱାଇଁଙ୍କ ସମେତ ବହୁ ଶିକ୍ଷକ ଶିକ୍ଷୟତ୍ରୀ ସହଯୋଗ କରିଥିବା ଲକ୍ଷ୍ୟ କରାଯାଇଥିଲା ।


