କଂଗ୍ରେସ ପକ୍ଷରୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀ ପାଳିତ

ଗାଙ୍ଗପୁର,(ସନ୍ତୋଷ କୁମାର ବିଷୋଇ): ଘୁମୁସର କଂଗ୍ରେସ ପକ୍ଷରୁ ମହାତ୍ମା ଗାନ୍ଧୀ ଓ ଭାରତର ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୟନ୍ତୀ ଶୁକ୍ରବାର ପାଳିତ ହୋଇଛି। ଏହି ଅବସରରେ ବେଲଗୁଣ୍ଠା ବ୍ଲକ୍‌ ଗୋବରାସ୍ଥିତ ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତିରେ କଂଗ୍ରେସ ନେତା ଓ କର୍ମୀମାନେ ପୁଷ୍ପମାଲ୍ୟ ଅର୍ପଣ କରି ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ।ଟାଉନ୍‌ ସମ୍ପାଦକ ତଥା ଯୁବନେତା ଏ. ବିଷ୍ଣୁ ପ୍ରସାଦଙ୍କ ନେତୃତ୍ୱରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲା (ପଶ୍ଚିମ) କଂଗ୍ରେସ ସାଧାରଣ ସମ୍ପାଦକ ବବି ଅନନ୍ତ ନାଗ ରଥଙ୍କ ସମେତ ବହୁ କଂଗ୍ରେସ ନେତା, କର୍ମୀ ଓ ଉପଦେଷ୍ଟା ଯୋଗଦେଇଥିଲେ।ଏହି ଅବସରରେ ବକ୍ତାମାନେ ମହାତ୍ମା ଗାନ୍ଧୀ ଓ ଲାଲବାହାଦୁର ଶାସ୍ତ୍ରୀଙ୍କ ଜୀବନାଦର୍ଶ, ଦେଶପ୍ରତି ଅବଦାନ ଓ ତ୍ୟାଗ ସମ୍ପର୍କରେ ସ୍ମୃତିଚାରଣ କରିଥିଲେ। ଅହିଂସା, ସତ୍ୟ, ସ୍ୱଚ୍ଛତା ଓ ଦେଶସେବାର ଗାନ୍ଧୀଙ୍କ ବାର୍ତ୍ତାକୁ ଜନଜୀବନରେ ପ୍ରତିଫଳିତ କରିବାକୁ ଆହ୍ୱାନ ଦିଆଯାଇଥିଲା।ଗାନ୍ଧୀଜୀ ଗୋବରାକୁ ଆସିଥିବାରୁ ଏହି ମାଟି ପବିତ୍ର ହୋଇଛି ବୋଲି ଉପସ୍ଥିତ ନେତାମାନେ କହିଥିଲେ। ଏଥିସହ ଭାରତୀୟ ଜାତୀୟ କଂଗ୍ରେସ ପକ୍ଷରୁ ଅଞ୍ଚଳବାସୀଙ୍କୁ ଗାନ୍ଧୀ ଓ ଶାସ୍ତ୍ରୀ ଜୟନ୍ତୀର ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଯାଇଥିଲା।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ