ମହିଳାଙ୍କୁ ନିର୍ଯ୍ୟାତନା ସହି ପାରିଲେନି ଗାଁ ଲୋକେ, ଅଭିଯୁକ୍ତକୁ ମାଡ଼
ହାଟଡିହି (ଓ୍ବାଇଏନଏସ): ହାଟଡିହି ବ୍ଲକର ଏକ ଗ୍ରାମରେ ଜଣେ ମହିଳାଙ୍କୁ ବାରମ୍ବାର ନିର୍ଯ୍ୟାତନାକୁ ସହି ପାରିଲେନି ସାହି ଲୋକେ। ଫଳରେ ଗାଁର ମହିଳା ମାନେ ନିର୍ଯ୍ୟାତନା ଦେଉଥିବା ଶାଶୁ ବୋହୁଙ୍କୁ ନିର୍ଧୁମ ଛେଚିଛନ୍ତି। ଯାହାର ଭିଡିଓ ଏବେ ଭାଇରଲ ହେବାରେ ଲାଗିଛି। ସୂଚନାରୁ ଜଣାଯାଇଛି କି ଉକ୍ତ ଗାଁର ଜଣେ ବିଧବା ମହିଳାଙ୍କୁ ତାଙ୍କ ବଡ଼ ଯାଆ, ଶାଶୁ ଓ ଦେଢ଼ଶୁର ମିଶି ନିର୍ଯ୍ୟାତନା ଦେଇ ଆସୁଥିଲେ। ଏନେଇ ବିଧବା ମହିଳା ଜଣଙ୍କ ପୋଲିସରେ ମଧ୍ୟ ଜଣାଇଥିଲେ। କିନ୍ତୁ କିଛି ଫଳ ମିଳି ନଥିଲା। ଆଜି ମଧ୍ୟ ସମାନ ଅବସ୍ଥା ଦେଖାଦେବା ସହ ବିଧବା ମହିଳା ଜଣଙ୍କୁ ତାଙ୍କ ବଡ଼ ଯାଆ, ଶାଶୁ ମିଶି ମାଡ ମାରି ଘରୁ ବାହାର କରିଦେବାକୁ ଉଦ୍ୟମ କରିଥିଲେ। ବିଧାବା ମହିଳାଙ୍କ କାନ୍ଦ ଶୁଣି ଆଖ ପାଖର ମହିଳା ମାନେ ଏକତ୍ରିତ ହୋଇ ଠେଙ୍ଗା ବାଡ଼ି ଧରି ସମ୍ପୃକ୍ତ ଯାଆ ଓ ତାଙ୍କ ଶାଶୁଙ୍କୁ ନିର୍ଧୁମ ଛେଚିଥିବା ଜଣା ଯାଇଛି। ଏନେଇ ଥାନାରେ କୌଣସି ଅଭିଯୋଗ ହୋଇ ନଥିବା ସୂଚନା ମିଳିଛି।


