ଗଞ୍ଜେଇ ଭର୍ତ୍ତି ଥର ଗାଡ଼ି ଜବତ: ଜଣେ ଗିରଫ
ଭଞ୍ଜନଗର,(ସନ୍ତୋଷ କୁମାର ଜେନା ): ଭଞ୍ଜନଗର ଅବକାରୀ ବିଭାଗ କୁ ମିଳିଛି ବଡ଼ ସଫଳତା ଗୋଟିଏ ଥାର ଗାଡ଼ି ସହ 40 କେଜି ଗଞ୍ଜେଇ ଜବତ ଜଣେ ଗିରଫ। ଗିରଫ ଅଭିଯୁକ୍ତ ଜଣକ ହେଲେ କନ୍ଧମାଳ ଜିଲ୍ଲା ସୁଡୁରକୁମ୍ପା ଗାଁ ର ମହେନ୍ଦ୍ର ବେହେରା।ସୂଚନା ପ୍ରକାରେ ଭଞ୍ଜନଗର ଅବକାରୀ ବିଭାଗ ଭଞ୍ଜନଗର ଥାନା ପହଣ୍ଡାଛକ ରେ ପ୍ରେଟୋଲିଙ୍ଗ କରୁଥିବା ବେଳେ ଦ୍ରୁତ ଗତିରେ ଆସୁଥିବା ଗୋଟିଏ ଥାର୍ ଗାଡ଼ି କୁ ଅଟକାଇ କରି ତଲାସୀ ନେବା ବେଳେ ସେଥିରୁ 40 କେଜି ଗଞ୍ଜେଇ ବାହାରିଥିଲା।ଗତେବେ ଅବକାରୀ ବିଭାଗ ସମ୍ପୃକ୍ତ ଗଞ୍ଜେଇ ଚାଲାଣକାରୀ ମହେନ୍ଦ୍ର ବେହେରା କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଜବତ ଗଞ୍ଜେଇ ଓ ଗାଡ଼ିର ଆନୁମାନିକ ମୂଲ୍ୟ 14 ଲକ୍ଷ୍ୟ ଟଙ୍କା ହେବ ତେବେ କନ୍ଧମାଳ ରୁ ରାଜଧାନୀ ଭୁବନେଶ୍ୱର କୁ ଗଞ୍ଜେଇ ଚୋରା ଚାଲାଣ ହେଉଥିବା ସୂଚନା ଦେଇଛନ୍ତି ଭଞ୍ଜନଗର ଅବକାରୀ ଥାନା ଓ ଆଇ ସି ବିଭୁ ପ୍ରସାଦ ସାହୁ ।


