ସମୀର ଟିଭିଏସରେ ଗ୍ୟାରେଜ ମେକାନିକଙ୍କ କର୍ମଶାଳା
କେନ୍ଦ୍ରାପଡ଼ା,(ଚିତ୍ତ ରଞ୍ଜନ ଦାଶ):ଦୁହୁରିଆସ୍ଥିତ ସମୀର ଟିଭିଏସ ପରିସରରେ ଗ୍ୟାରେଜ ମେକାନିକ ମାନଙ୍କ ପାଇଁ ଏକ ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏହି ଶିବିରରେ କେନ୍ଦ୍ରାପଡା ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଏକଶହରୁ ଉର୍ଦ୍ଧ୍ୱ ପ୍ରାଇଭେଟ ମେକାନିକମାନେ ଯୋଗଦେଇ ତାଲିମ ଗ୍ରହଣ କରିଥିଲେ। ସମୀର ଟିଭିଏସର ନିର୍ଦ୍ଦେଶକ ସମୀର କୁମାର ଚାନ୍ଦଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ବରିଷ୍ଠ ସାମ୍ବାଦିକ ଚିତ୍ତରଞ୍ଜନ ଦାସ ମୁଖ୍ୟଅତିଥି ଭାବେ ଯୋଗଦେଇଥିବା ବେଳେ ସେଲ୍ସ(ଟିଏମ) ରବିକାନ୍ତ ଆନନ୍ଦ, ଟିଭିଏସ କ୍ରେଡିଟ୍ର ଓଡିଶା ମୁଖ୍ୟ ଦେବାଶିଷ ପ୍ରଧାନ, ଟିଭିଏସ କମ୍ପାନୀ ପ୍ରାଇଭେଟ ଗ୍ୟାରେଜ ମେକାନିକ ସଂଯୋଜକ ସୁନିଲ କୁମାର ପ୍ରମୁଖ ଯୋଗଦେଇ ମେକାନିକ ଭାଇମାନଙ୍କୁ କିପରି ସରଳ ଓ ସୁବିଧା ଉପାୟରେ ଟିଭିଏସର ବିଭିନ୍ନ ବାଇକ ଓ ସ୍କୁଟୀ ଗୁଡିକ ମରାମତି କରାଯାଇପାରିବ ସେ ସମ୍ପର୍କରେ ବିଭିନ୍ନ ଉଦାହରଣ ମାଧ୍ୟମରେ ବୁଝାଇଥିଲେ। ସମୀର ମୋଟର୍ସର ପ୍ରତିଷ୍ଠାତା ସମୀର କୁମାର ଚାନ୍ଦ ଦୀର୍ଘ ୩୧ବର୍ଷ ଧରି ମେକାନିକ ଭାଇମାନଙ୍କ ସହ ସୁସମ୍ପର୍କ ରଖି ଆସିଥିବାରୁ ଆଜି ଏଭଳି ଏକ ମେଗା ସୋରୁମ ଛିଡା ହୋଇ ପାରିଛି ବୋଲି ସେମାନେ ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଟିଭିଏସ କମ୍ପାନୀର ୩ଟି ନୂତନ ବାଇକର ଶୁଭ ଉଦଘାଟନ ମେକାନିକ ଭାଇମାନଙ୍କ ଦ୍ୱାରା କରାଯାଇଥିଲା। ଲକ୍ଷ୍ମୀକାନ୍ତ ବେହେରା, ଅନିଜା ଜେନା,ଦୁର୍ଯ୍ୟୋଧନ ମହାରଣା, ଶୁଭଶ୍ରୀ ନାୟକ, ଭାନୁପ୍ରିୟା ସେଠୀ, ରିତାଞ୍ଜଳୀ ସ୍ୱାଇଁ, ସତ୍ୟବ୍ରତ ଦାସ, ବଳରାମ ସେଠୀ, ନିକୁଞ୍ଜ ଶେଖର ନାୟକ, ସୁବାସ ସ୍ୱାଇଁ, ଅଭିଜିତ ଦାସଙ୍କ ସମେତ ସମୀର ଟିଭିଏସର ସମସ୍ତ କର୍ମଚାରୀ ଏହି କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।


