ବିଶିଷ୍ଟ ଶିକ୍ଷାବିତ ଜଗନ୍ନାଥ ଦାଶଙ୍କ ବିୟୋଗ

କେନ୍ଦ୍ରାପଡ଼ା,(ପିଏନଏସ):କେନ୍ଦ୍ରାପଡା ସ୍ୱୟଂଶାସିତ ମହାବିଦ୍ୟାଳୟର ପ୍ରାକ୍ତନ ଶିକ୍ଷା ବିଭାଗ ପ୍ରାଧ୍ୟାପକ ଡ. ଜଗନ୍ନାଥ ପ୍ରସାଦ ଦାଶଙ୍କର ଭୁବନେଶ୍ୱରସ୍ଥିତ ବାସଭବନରେ ବାର୍ଦ୍ଧକ୍ୟଜନିତ ରୋଗରେ ୮୭ବର୍ଷ ବୟସରେ ପରଲୋକ ହୋଇଯାଇଛି। ତାଙ୍କ ମୃତ୍ୟୁ ଶଯ୍ୟା ନିକଟରେ ଜ୍ୟେଷ୍ଠପୁତ୍ର ଡ. ସରୋଜ ପ୍ରସାଦ ଦାଶ, ଝିଅ ଡ. ରତ୍ନମଞ୍ଜରୀ ଦାଶ, ସ୍ନେହମଞ୍ଜରୀ ଦାଶଙ୍କ ସମେତ ଜ୍ୱାଇଁ ଓ ବନ୍ଧୁ ଏବଂ ପରିବାର ବର୍ଗ ଉପସ୍ଥିତ ଥିଲେ। ତାଙ୍କ ବିୟୋଗରେ ଶିକ୍ଷା ଜଗତରେ ଏକ ଅପୁରଣୀୟ କ୍ଷତି ଘଟିଛି ବୋଲି କେନ୍ଦ୍ରାପଡା ବିଧାୟକ ଗଣେଶ୍ୱର ବେହେରା ଶୋକବ୍ୟକ୍ତ କରି କହିଛନ୍ତି। ସ୍ୱର୍ଗତ ଦାଶଙ୍କ ବିୟୋଗରେ କେନ୍ଦ୍ରାପଡା କଲେଜର ପ୍ରାକ୍ତନ ଅଧ୍ୟକ୍ଷ ପ୍ରଫେସର ନନ୍ଦକିଶୋର ପରିଡା, ପ୍ରଫେସର ଦୁର୍ଯୋଧନ ପରିଡା, ପ୍ରଫେସର ପ୍ରମୋଦ କୁମାର ଦାସ, ବର୍ତ୍ତମାନର ଅଧ୍ୟକ୍ଷ ପ୍ରଫେସର ଚିତ୍ତରଞ୍ଜନ ଦାସ ପ୍ରମୁଖ ବହୁ ଶିକ୍ଷାବିତ, ଛାତ୍ରଛାତ୍ରୀ ଓ ବିଶିଷ୍ଟବ୍ୟକ୍ତି ମାନେ ଶୋକବ୍ୟକ୍ତ କରିଛନ୍ତି। ସ୍ୱର୍ଗତ ଦାଶ ଭଦ୍ରକ ଜିଲ୍ଲାର ଚାନ୍ଦବାଲି ବ୍ଲକ ଅଧିନ ବିଶ୍ୱାଳୀ ଗ୍ରାମରେ ଜନ୍ମଗ୍ରହଣ କରିଥିଲେ। ସମାଜସେବାରେ ନିଜକୁ ନିୟୋଜିତ କରିଥିବା ସ୍ୱର୍ଗତ ଦାଶ ୧୯୭୩ ମସିହାରେ କେନ୍ଦ୍ରାପଡା ମହାବିଦ୍ୟାଳୟରେ ଶିକ୍ଷା ବିଭାଗର ଅଧ୍ୟାପକ ଭାବେ କାର୍ଯ୍ୟ ଆରମ୍ଭ କରି ଶେଷରେ ସାଲେପୁର ମହାବିଦ୍ୟାଳୟରୁ ଶିକ୍ଷା ବିଭାଗର ବିଭାଗୀୟ ମୁଖ୍ୟ ଭାବେ ଅବସର ଗ୍ରହଣ କରିଥିଲେ। ତାଙ୍କର ଲେଖା ଗୁଡିକ ବିଭିନ୍ନ ପତ୍ରପତ୍ରିକା, ପୁସ୍ତକ ଓ ସମ୍ବାଦପତ୍ରରେ ପ୍ରକାଶିତ ହୋଇ ବେଶ ଆଦୃତ ହୋଇଥିଲା। ବିଭିନ୍ନ ସରକାରୀ ଓ ବେସରକାରୀ ଅନୁଷ୍ଠାନ ଦ୍ୱାରା ବିଭିନ୍ନ ସମୟରେ ସମ୍ମାନିତ ହୋଇଥିବା ସ୍ୱର୍ଗତ ଦାଶ ଜଣେ ମାନବୀୟ ମୂଳ୍ୟବୋଧ, ମହତ ଚିନ୍ତାଧାରା, ନମ୍ର, ଅମାୟିକ ଓ ଆଦର୍ଶବାଦୀ ଶିକ୍ଷକ ଭାବରେ ପରିଚିତ ଥିଲେ। ତାଙ୍କର ଶେଷକୃତ୍ୟ ଭୁବନେଶ୍ୱରରେ ସମ୍ପନ୍ନ ହୋଇଥିବା ବେଳେ ସାନପୁଅ ଡ. ବିଶ୍ୱମୋହନ ଦାଶ ମୁଖାଗ୍ନି ଦେଇଥିଲେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ