ଛାତ୍ର ସଂସଦ ନିର୍ବାଚନ ଫଳାଫଳ ଘୋଷଣା: ସଭାପତି ଭାବେ ଏବିଭିପି ସମର୍ଥିତ ପ୍ରାର୍ଥୀ ବିଜୟୀ
ବନ୍ତ, (ଚାନ୍ଦିନୀ ମହାନ୍ତି): ଭଦ୍ରକ ଜିଲା ବନ୍ତ ଆଞ୍ଚଳିକ ମହାବିଦ୍ୟାଳୟରେ ଛାତ୍ର ସଂସଦ ନିର୍ବାଚନ ଶାନ୍ତି ଶୃଙ୍ଖଳାର ସହ ଶେଷ ହୋଇ ଫଳାଫଳ ଘୋଷଣା ହୋଇଛି। ଏବିଭିପି ସମର୍ଥିତ ସଭାପତି ପ୍ରାର୍ଥୀ ସୁଶ୍ରୀ ଆୟିଶା ଖୁଣ୍ଟିଆ , ଉପ ସଭାପତି ପ୍ରାର୍ଥୀ ପିଙ୍କିରାଣୀ ଲେଙ୍କା, ସହ ସମ୍ପାଦକ ପ୍ରାର୍ଥୀ ହରପ୍ରିୟା ନାୟକ, କ୍ରୀଡା ସମ୍ପାଦକ ପ୍ରାର୍ଥୀ ଶ୍ରାବଣୀ ମହାପାତ୍ର, ନାଟ୍ୟ ସମ୍ପାଦକ ପ୍ରାର୍ଥୀ ସୌମ୍ୟପ୍ରଭା ମହାଳିକ, ସହ ନାଟ୍ୟ ସମ୍ପାଦକ ପ୍ରାର୍ଥୀ ସଂଯୁକ୍ତା ଗିରି, ଡ଼ିଏସଏ ସମ୍ପାଦକ ପ୍ରାର୍ଥୀ ସୂଚିସ୍ମିତା ରାଜ, ଡ଼ିଏସଏ ସହ ସମ୍ପାଦକ ପ୍ରାର୍ଥୀ ଚନ୍ଦନ ଜେନା ବିଜୟୀ ହୋଇଛନ୍ତି। ସେହିପରି ଛାତ୍ର କଂଗ୍ରେସ ସମର୍ଥିତ ସାଧାରଣ ସମ୍ପାଦକ ପ୍ରାର୍ଥୀ ରାଜେଶ ରଞ୍ଜନ ବେହେରା, ସହ କ୍ରୀଡା ସମ୍ପାଦକ ପ୍ରାର୍ଥୀ ଦେବବ୍ରତ ଧଳ ବିଜୟୀ ହୋଇଛନ୍ତି। ଯୁକ୍ତ ୩ କଳାର ପ୍ରଥମ ବର୍ଷ ଶ୍ରେଣୀ ପ୍ରତିନିଧି ଭାବେ ବିଶ୍ବଜିତ ଜେନା, ୨ୟ ବର୍ଷ ଶ୍ରେଣୀ ପ୍ରତିନିଧି ଭାବେ ବିଶ୍ୱ ବନ୍ଦିତା ସାହୁ, ୩ୟ ବର୍ଷ ଶ୍ରେଣୀ ପ୍ରତିନିଧି ଭାବେ ସୂର୍ଯ୍ୟକାନ୍ତ ମହାନ୍ତି, ଯୁକ୍ତ ୩ ବିଜ୍ଞାନର ପ୍ରଥମ ବର୍ଷ ଶ୍ରେଣୀ ପ୍ରତିନିଧି ଭାବେ ରୋଜିଦା କାଦ୍ରୀ, ବାଳିକା ପ୍ରତିନିଧି ଭାବେ ଲକ୍ଷ୍ମୀପ୍ରିୟା ନାୟକ ବିଜୟୀ ହୋଇଥିବା ଜଣାଯାଇଛି।


