ଭଲିବଲ୍ ଖେଳାଳୀ ଲିଙ୍ଗରାଜ ପଣ୍ଡାଙ୍କ ବିୟୋଗ
ଆସିକା (ୱାଇଏନ୍ଏସ୍) :ଆସିକା ପୌର ପରିଷଦ ଅଧିନସ୍ଥ ୩ ନମ୍ବର ୱାର୍ଡର ଖମ୍ବେଶ୍ୱରୀପାଟଣା ସାହିର ବାସିନ୍ଦା ପ୍ରାକ୍ତନ ଭଲିବଲ୍ ଖେଳାଳୀ ତଥା ଆସିକା ପୌର ପରିଷଦର ଅବସରପ୍ରାପ୍ତ କର୍ମଚାରୀ ଲିଙ୍ଗରାଜ ପଣ୍ଡା (ବୟସ ପ୍ରାୟ ୭୫ବର୍ଷ)ଙ୍କର ନିଜର ବାସଭବନରେ ଗୁରବାର ପ୍ରତ୍ୟୁଷରେ ଅସୁସ୍ଥତାଜନିତ ଦେହାନ୍ତ ହୋଇଯାଇଛି। ସ୍ୱର୍ଗତ ପଣ୍ଡା ଅତୀତରେ ସମଗ୍ର ଆସିକା କାହିଁକିି ଗଞ୍ଜାମ ଜିଲ୍ଲାରେ ଜଣେ ବରିଷ୍ଠ ଭଲିବଲ୍ ଖେଳାଳୀ ରୂପେ ନିଜର ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବାରୁ ତାଙ୍କର ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳିଯାଇଥିବା ଲକ୍ଷ୍ୟ କରାଯାଇଛି। ଆସିକା ପୌର ପରିଷଦ ଅଧୀନସ୍ଥ ୩ ନମ୍ବର ୱାର୍ଡର ଖମ୍ବେଶ୍ୱରୀପାଟଣାର ବାସିନ୍ଦା ପ୍ରାକ୍ତନ ବରିଷ୍ଠ ଭଲିବଲ୍ ଖେଳାଳୀ ତଥା ଆସିକା ପୌର ପରିଷଦର ଅବସରପ୍ରାପ୍ତ କର୍ମଚାରୀ ଲିଙ୍ଗରାଜ ପଣ୍ଡାଙ୍କ ଅସୁସ୍ଥତାଜନିତ କାରଣରୁ ଦେହାନ୍ତ ହୋଇଯାଇଥିବା ବେଳେ ତାଙ୍କର ଅନ୍ତିମ ସଂସ୍କାର ଏକ ଶୋକାକୁଳ ପରିବେଶ ମଧ୍ୟରେ ପବିତ୍ର ଋଷିକୁଲ୍ୟ ଓ ବଡନଦୀର ସଙ୍ଗମସ୍ଥଳ ସ୍ଥିତ ଉତ୍ତରବାଙ୍ଗ ଶ୍ମଶାନରେ ସଂପନ୍ନ ହୋଇଯାଇଛି । ଆସିକା ସହରର ଆଗଧାଡିର ପ୍ରାକ୍ତନ ବରିଷ୍ଠ ଭଲିବଲ୍ ଖେଳାଳୀ ଲିଙ୍ଗରାଜ ପଣ୍ଡାଙ୍କ ବିୟୋଗରେ ବିଭିନ୍ନ ମହଲରେ ଗଭୀର ଶୋକର ଛାୟା ଖେଳି ଯାଇଥିଲା ବେଳେ ମୃତ୍ୟୁଶଯ୍ୟା ନିକଟରେ ସ୍ତ୍ରୀ ଜୟନ୍ତୀ କୁମାରୀ ପଣ୍ଡା, ପୁତ୍ର ହରଶଙ୍କର ପଣ୍ଡା ଏବଂ ଶିବଶଙ୍କର ପଣ୍ଡା, ପୁତ୍ରବଧୂ ଆଶାଲତା ପଣ୍ଡା ଏବଂ ମହାଲକ୍ଷ୍ମୀ ପଣ୍ଡାଙ୍କ ସମେତ ପରିବାରବର୍ଗ ଓ ଆତ୍ନୀୟସ୍ୱଜନ ଉପସ୍ଥିତ ଥିଲେ । ଆସିକା ସହରର ପୂର୍ବତନ ବରିଷ୍ଠ ଭଲିବଲ୍ ଖେଳାଳୀ ସ୍ୱର୍ଗତ ଲିଙ୍ଗରାଜ ପଣ୍ଡାଙ୍କ ବିୟୋଗରେ ଆସିକା ଆଥ୍ଲେଟିକ୍ ଏସୋସିଏସନ୍ ଟାଉନ୍ହଲର ସଭାପତି ଦିଲୀପ କୁମାର ପାଣିଗ୍ରାହୀ ଓ ସଂପାଦକ ଏମ୍.ତାରିଣୀ ସେନାପତି, ଆସିକା ବଣିକ ସଂଘର ପୂର୍ବତନ ସଭାପତି ଇ.ଅରୁଣ କୁମାର ପାତ୍ର, ସମାଜସେବୀ ପ୍ରଶାନ୍ତ କୁମାର ପାଣିଗ୍ରାହୀ, ଡି.ଶିବଶଙ୍କର ପାତ୍ର, ଶୁଭେନ୍ଦୁ କୁମାର ପାଢୀ, ପୂର୍ଣ୍ଣ ବେହେରା, ସୁରେନ୍ଦ୍ର ପାତ୍ର, ବିଜୟ କୁମାର ବେହେରା, ସଚ୍ଚିଦାନନ୍ଦ ଖଟେଇ, ଧବଳେଶ୍ୱର ପାତ୍ର, ଚିତ୍ତରଂଜନ ଆଚାର୍ଯ୍ୟ, ଦେବେନ୍ଦ୍ର ପରିଚ୍ଛା, ଅଶୋକ କୁମାର ପାଣିଗ୍ରାହୀ, ଆଦିକନ୍ଦ ନାହାକ, ମହେଶ୍ୱର ଜେନା, ସ୍ୱଦେଶ କୁମାର ଦଳେଇ, କାନ୍ତ ବେହେରା, ମୁନା ରେଡି, ଶ୍ୟାମସୁନ୍ଦର ମହାରଣାଙ୍କ ସମେତ ବହୁ ସଚେତନ ନାଗରିକ, ବୁଦ୍ଧିଜିବୀ, ଶିକ୍ଷାବିତ୍, ମାନ୍ୟଗଣ୍ୟ ବ୍ୟକ୍ତି ଗଭୀର ଶୋକପ୍ରକାଶ କରି ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜ୍ଞାପନ କରିଥିବା ଜଣାପଡିଛି।


