ଚିନ୍ମୟ ମିଶନ ଆନୁକୁଲ୍ୟରେ ଗୀତା ଆବୃତ୍ତି ପ୍ରତିଯୋଗିତା
ବାଲେଶ୍ୱର (ସରୋଜ ପଣ୍ଡା): ପ୍ରତି ବର୍ଷ ପରି ଚଳିତ ବର୍ଷ ଚିନ୍ମୟ ମିଶନ ବାଲେଶ୍ୱର ଆନୁକୂଲ୍ୟରେ ଗୀତା ଆବୃତ୍ତି ପ୍ରତିଯୋଗିତା-୨୦୨୬ କୁରୁଡା ସ୍ଥିତ ମିଶନ ପରିସରରେ ବ୍ରହ୍ମଚାରୀ ଅଗସ୍ତ୍ୟ ଚୈତନ୍ୟ ଜୀଙ୍କ ମାର୍ଗଦର୍ଶନରେ ମହାଆଡ଼ମ୍ବରରେ ପାଳିତ ହୋଇଯାଇଛି। ଏହାକୁ ଡଃ କ୍ଷିତିଶ୍ୱର ଦାଶ ମନ୍ତ୍ର ପାଠ ସହ ପ୍ରଦୀପ ପ୍ରଜ୍ଜ୍ୱଳନ କରି ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ। ଏଥିରେ ପ୍ରାୟ ୩୦ ଟି ବିଦ୍ୟାଳୟ ଓ ମହାବିଦ୍ୟାଳୟର ନର୍ସରୀ ଠାରୁ ସ୍ନାତକ ପର୍ଯ୍ୟନ୍ତ ବହୁସଂଖ୍ୟକ ଛାତ୍ର ଓ ଛାତ୍ରୀ ଯୋଗ ଦେଇଥିଲେ। ଏଥରର ବିଷୟବସ୍ତୁ ଶ୍ରୀମଦ୍ ଭଗବତ୍ ଗୀତା ଦ୍ୱାଦଶ ଅଧ୍ୟାୟ (ଭକ୍ତି ଯୋଗ) ଥିଲା। ଅଭିଜ୍ଞ ବିଚାରକ ମଣ୍ଡଳୀ ମଧ୍ୟରେ ଡଃ ଲକ୍ଷ୍ମଣ ଚନ୍ଦ୍ର ବିଶ୍ୱାଳ, ଶ୍ରୀଯୁକ୍ତ ନିର୍ମଳ କୁମାର ପଣ୍ଡା, ଶ୍ରୀଯୁକ୍ତ ଅଶୋକ କୁମାର ପଣ୍ଡା, ଶ୍ରୀଯୁକ୍ତ ପ୍ରଫୁଲ୍ଲ କୁମାର ପତି, ଶ୍ରୀଯୁକ୍ତ ଅଭୟ କୁମାର ପତି ଓ ଶ୍ରୀଯୁକ୍ତ ଶଶିକାନ୍ତ ପରିଡ଼ା ଯୋଗଦାନ କରିଥିଲେ। ଡଃ ବେଣୁମାଧବ ଶତପଥୀ, ଶ୍ରୀଯୁକ୍ତ ଜଗଦୀଶ ପ୍ରସାଦ ଖଣ୍ଡେଲୱାଲ ଓ ଶ୍ରୀଯୁକ୍ତ କେଶବ ଚନ୍ଦ୍ର ପଣ୍ଡା ମଞ୍ଚ ପରିଚାଳନା କରିଥିଲେ। ଶ୍ରୀଯୁକ୍ତ ବିଜୟ କୁମାର ଦାସଅଧିକାରୀ, ଶ୍ରୀଯୁକ୍ତ ମାନସ ରଞ୍ଜନ ମହାଳିକ ଓ ଶ୍ରୀଯୁକ୍ତ ଅଞ୍ଜନ କୁମାର ମିସ୍ତ୍ରୀ ପରିସଂଖ୍ୟାନ କରିଥିଲେ। ଶ୍ରୀମତୀ କମଳିନୀ ସ୍ୱାଇଁ, ପୂର୍ଣ୍ଣେନ୍ଦୁ ଶେଖର ରଥ, ଶ୍ରୀଯୁକ୍ତ ତୃପ୍ତିକାନ୍ତ ଷଡ଼ଙ୍ଗୀ, ଶ୍ରୀମତୀ ଦୀପାଞ୍ଜଳୀ ରଣା, ଶ୍ରୀମତୀ ଗୀତାଞ୍ଜଳି ମହାପାତ୍ର, ପ୍ରଶାନ୍ତ କୁମାର ମହାପାତ୍ର, ଶ୍ରୀମତୀ ବୀଣାପାଣି ଦାସ, ସରୋଜ କୁମାର ସାମଲ, ପ୍ରଦୀପ କୁମାର ସେଠୀ ଓ ସାଥିମାନେ ଶ୍ରମଦାନ କରିଥିଲେ। ପରିଶେଷରେ ସମ୍ପାଦକ ଶ୍ରୀଯୁକ୍ତ ତ୍ରିଲୋଚନ ଦାସ ମହାପାତ୍ର ଚିନ୍ମୟ ମିଶନର ଉଦ୍ଦେଶ୍ୟ ଓ କାର୍ଯ୍ୟ ସଂପର୍କରେ ବିବରଣୀ ପ୍ରଦାନ କରିବା ସହିତ ଧନ୍ୟବାଦ ଅର୍ପଣ କରିଥିଲେ।


