ବୀଣାପାଣି ନର୍ସରୀ ସ୍କୁଲ ରେ ବିଜ୍ଞାନ ମେଳା
ଦିଗପହଣ୍ଡି,(ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲା ସାନଖେମୁଣ୍ଡି ବ୍ଲକ ପାଟପୁର ଗାନ୍ଧୀଛକ ସ୍ଥିତ ବୀଣାପାଣି ନର୍ସରୀ ସ୍କୁଲ ପରିସରରେ ଶନିବାର ବିଜ୍ଞାନ ମେଳା ଉତ୍ସାହ ଓ ଉଦ୍ଦୀପନା ର ସହିତ ଆୟୋଜିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ପାଟପୁର ବିଶ୍ବାସରାୟ ବିଜ୍ଞାନ କଲେଜ ରସାୟନ ବିଜ୍ଞାନ ବିଭାଗର ମୁଖ୍ୟ ତଥା ବରିଷ୍ଠ ଅଧ୍ୟାପକ ଡ. କୈଳାଶ ଚନ୍ଦ୍ର ସ୍ଵାଇଁ ଯୋଗଦେଇ ବିଜ୍ଞାନ ମେଳା କୁ ଆନୁଷ୍ଠାନିକ ଭାବେ ଉଦଘାଟନ କରିଥିଲେ।ସ୍କୁଲ ପରିଚାଳନା କମିଟି ସଭାପତି ତଥା ବରିଷ୍ଠ ଆଇନଜୀବୀ ରସାନନ୍ଦ ରାଉତ , ସମ୍ପାଦକ ଦୁର୍ଗାପ୍ରସାଦ ପାଢୀ ଏବଂ କୋଷାଧ୍ୟକ୍ଷ ସୁବ୍ରତ କୁମାର ପାଟ୍ଟଯୋଶୀ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ।ସ୍କୁଲର ପ୍ରତିଭାବାନ୍ ଛାତ୍ରୀଛାତ୍ର ବୃନ୍ଦ ବିଜ୍ଞାନ, ଗଣିତ, ହିନ୍ଦୀ, ଓଡ଼ିଆ, ଇଂରାଜୀ, କମ୍ପ୍ୟୁଟର ବିଷୟ ଭିତ୍ତିକ ୧୨୦ଟି ପ୍ରକଳ୍ପ ପ୍ରଦର୍ଶନ କରିଥିଲେ। ଶିକ୍ଷକ କ୍ଷେତ୍ରବାସୀ ମହାରଣା, ରାଧାକୃଷ୍ଣ ରଥ, ସତ୍ୟ ନାରାୟଣ ନାୟକ, ସୋମନାଥ ସାହୁ, ଜ୍ୟୋତିରଞ୍ଜନ ସାହୁ, ଶିବରାମ ସାବତ, ନାରାୟଣ ଦୋରା, ନିଳାଞ୍ଚଳ ସେଠୀ, ପ୍ରମୋଦ ବାଡ଼ତ୍ୟା, ଶଙ୍କର ବେହେରା, ସିଲୁ ସେଠୀ ପ୍ରମୁଖ ମୂଲ୍ୟାଙ୍କନ କରିଥିଲେ। କୃତି ଛାତ୍ରୀ ଛାତ୍ର ମାନଙ୍କୁ ମାନପତ୍ର ପ୍ରଦାନ ପୂର୍ବକ ପୁରସ୍କୃତ କରାଯାଇଥିଲା। ସ୍କୁଲ ଅଧ୍ୟକ୍ଷ ରୁଦ୍ର ନାରାୟଣ ସାହୁ, ଶିକ୍ଷକ ପ୍ରଶାନ୍ତ କୁମାର ସାହୁ, ବିଷ୍ଣୁ ପ୍ରସାଦ ପାତ୍ର, ଶିକ୍ଷୟତ୍ରୀ ଅଶାନ୍ତି ଜେନା, ଲିପାଞ୍ଜଳୀ ପାଢ଼ୀ ଙ୍କ ସମେତ ଅନ୍ୟାନ୍ୟ ଶିକ୍ଷୟତ୍ରୀ ଶିକ୍ଷକ ବୃନ୍ଦ ସମସ୍ତ କାର୍ଯ୍ୟକ୍ରମ ପରିଚାଳନା ସହଯୋଗ କରିଥିଲେ।


