ନିଖୋଜ ବୃଦ୍ଧାଙ୍କ ମୃତଦେହ ଉଦ୍ଧାର

ଦିଗପହଣ୍ଡି, (ଅଳକ ନାଥ ମିଶ୍ର) : ଗଞ୍ଜାମ ଜିଲ୍ଲା ସାନଖେମୁଣ୍ଡି ବ୍ଲକ ଖଲିଙ୍ଗି ଗ୍ରାମର କୋରି ରାଉତ(୬୨)  ନାମ୍ନୀ ଜଣେ ବୃଦ୍ଧା ଶନିବାର ଭୋର ପ୍ରାୟ ୬ ଟା ରେ ଗାଁ ନିକଟ ଘୋଡ଼ାହାଡ଼ ନଦୀ କୁ ଗାଧୋଇବା ପାଇଁ  ଯାଇଥିବା ବେଳେ ଆକସ୍ମିକ ଭାବେ ନିଖୋଜ ହୋଇଯାଇଥିଲେ। ପରିବାର ଲୋକେ ବହୁ ଖୋଜା ଖୋଜି କରିବା ପରେ ମଧ୍ୟ ତାଙ୍କ ସନ୍ଧାନ ମିଳିନଥିଲା। ପୂର୍ବାହ୍ନ ପ୍ରାୟ ୯ ଟାରେ  ତାଙ୍କ ମୃତଦେହ ନଦୀ ରେ ଭାସୁଥିବା ଦେଖି କିଛି ବ୍ୟକ୍ତି ତାଙ୍କ ପରିବାର ଲୋକଙ୍କୁ  ଜଣାଇଥିଲେ।ବହୁ ସଂଖ୍ୟକ ଗ୍ରାମବାସୀ ଘଟଣାସ୍ଥଳରେ ପହଞ୍ଚି ନଦୀ ର ଗଭୀର ଗଣ୍ଡ ପାଣି ରୁ ବୃଦ୍ଧା ଙ୍କୁ ଅଚେତ ଅବସ୍ଥାରେ ଉଦ୍ଧାର କରି ଆଡ଼ପଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ରେ ଭର୍ତ୍ତି କରିଥିଲେ।ସେଠାରେ ଉପସ୍ଥିତ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।ଏନେଇ  ପାଟପୁର ଥାନାରେ ଏତଲା ହେବାପରେ ଆଇଆଇସି ଦୀପ୍ତି ରଞ୍ଜନ ବେହେରା  ଅପମୃତ୍ୟୁ ମାମଲା ନଂ.୨୪/୨୬ ଅନୁଯାୟୀ ମକଦ୍ଦମା ରୁଜୁ କରିଥିଲେ। ଅନୁସନ୍ଧାନକାରୀ ପୋଲିସ ଅଧିକାରୀ ଏଏସଆଇ କୃଷ୍ଣଚନ୍ଦ୍ର ଦାସ  ସ୍ୱାସ୍ଥ୍ୟକେନ୍ଦ୍ର ରୁ ମୃତଦେହ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ ଡାକ୍ତରଖାନା କୁ ପଠାଇଥିଲେ। ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ମୃତଦେହ ହସ୍ତାନ୍ତର କରାଯାଇଥିଲା।  ମ ଧ୍ୟାହ୍ନ ରେ ଶୋକାକୁଳ ପରିବେଶ ମଧ୍ୟରେ ଗାଁ ଶ୍ମଶାନରେ ତାଙ୍କ ଅନ୍ତିମ ସଂସ୍କାର କରାଯାଇଛି।ବୃଦ୍ଧା ଜଣକ ପୋଖରୀ କୁ ଗାଧୋଇବା ପାଇଁ ଯାଇଥିଲେ। ଗାଧୋଇବା ବେଳେ ଅସାବଧାନତା କାରଣରୁ ବୃଦ୍ଧା ଜଣକ ନଦୀ ଗଣ୍ଡ ର ଗଭୀର ପାଣି ଭିତରକୁ ଯାଇ ବୁଡି ଯାଇଥିବା ପୋଲିସର  ପ୍ରାଥମିକ ଅନୁସନ୍ଧାନ ରୁ ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ