୪୭ତମ ଉର୍ସ ପାଳିତ:ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ

ଧାମନଗର (ଓ୍ବାଇଏନଏସ): ଧାମନଗର ଖାନକା ସରିଫ ପରିସରରେ ଭାରତ ପ୍ରସିଦ୍ଧ ପୀରବାବା ଅଲହାଜ ସାହା ମହମ୍ମଦ ହବିବୁର ରହେମାନ ତଥା ହଜରତ୍ ମୁଜାହିଦ-ଏ-ମିଲ୍ଲତଙ୍କ ୪୭ତମ ବାର୍ଷିକ ଉର୍ସ ଉତ୍ସବ ଦୁଇ ଦିନ ଧରି ମହା ସମାରୋହରେ ପାଳିତ ଲକ୍ଷ ଲକ୍ଷ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା। ଉର୍ସର ଦ୍ୱିତୀୟ ଦିନ ରବିବାର ଭୋର ୪ଟା ସମୟରେ ଧାମନଗର ଖାନକା ଉର୍ସ କମିଟି ସଭାପତି ତଥା ମତୱଲି ଓ ସଜ୍ଜାଦାନସିନ୍ ସୟଦ ହବିବ ରାଜା ହବିବି ଯୋଗ ଦେଇ ପୀରବାବାଙ୍କୁ ଗୋସଲ ସରିଫ୍ (ସ୍ନାନ) କରାଇଥିଲେ। ପରେ ସକାଳ ୬ଟାରୁ ସର୍ଵ ସାଧାରଣରେ ଦର୍ଶନ ଓ ଚାଦର ଶୋଭାଯାତ୍ରା ଆରମ୍ଭ ହୋଇଥିଲା। ଠିକ ୪ଟାରୁ ୫ଟା୧୫ ମିନିଟ ପର୍ଯ୍ୟନ୍ତ ସମୁହ ନମାଜ ପାଠ,କୁଲସରିଫ ଓ ଫାତେହା ପାଇଁ ମଜାର ସରିଫର ସମସ୍ତ ଫାଟକ ସହ ଚାଦର ଚଢ଼ା ବନ୍ଧ ରହିଥିବା ବେଳେ କୁଲ ସରିଫ ଓ ସମୁହ ନମାଜ ପାଠ ମତୱଲି ପଢାଇବା ପରେ ପୁଣି ବାବାଙ୍କ ଦର୍ଶନ ଓ ଚାଦର ଚଢ଼ା କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ରାତି ୯ଟାରୁ ବିଭିନ୍ନ ରାଜ୍ୟରୁ ଆସିଥିବା ବିଶିଷ୍ଠ ମୋଲବି ଓ ମୌଲାନା ମାନଙ୍କ ଦ୍ୱାରା ଧାର୍ମିକ ଭାଷଣ ପ୍ରଦାନ କରିଥିଲେ। ଭରତ ବର୍ଷର କୋଣ ଅନୁକୋଣରୁ ଭକ୍ତ ଓ ଶ୍ରଦ୍ଧାଳୁ ଆସି ଦାନଧର୍ମ ଓ ମାଗଣା ପ୍ରସାଦ ବଣ୍ଟନ କରିବା ସହ ସ୍ୱେଚ୍ଛାସେବୀ ଭାବେ କାର୍ଯ୍ୟ ତୁଲାଇଥିଲେ। ଭକ୍ତମାନଙ୍କ ପ୍ରବଳ ଭିଡ଼କୁ ଲକ୍ଷକରି ଭଦ୍ରକ ଜିଲ୍ଲାପାଳ ସୋମେଶ ଉପାଧ୍ୟାୟଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଆରକ୍ଷୀ ଅଧିକ୍ଷକ ମନୋଜ କୁମାର ରାଉତ ଥାନାରେ ଉପସ୍ଥିତ ରହି ସ୍ଥିତି ଅନୁଧ୍ୟାନ କରିଛନ୍ତି। ସ୍ଥାନୀୟ ମାଜିଷ୍ଟ୍ରେଟ ତଥା ତହସିଲଦାର ଜ୍ଞାନରଞ୍ଜନ ସାହୁ,ବିଡ଼ିଓ ବଳବିହାରୀ ଦିନ୍ଦା,ଏନ ଏ ସି ନିର୍ବାହୀ ଅଧିକାରୀ ଦେବବ୍ରତ ମହାପାତ୍ର,ସ୍ୱାସ୍ଥ୍ୟ ଅଧିକାରୀ,ବିଦ୍ୟୁତ ବିଭାଗ ଅଧିକାରୀ, ଅଗ୍ନିଶମ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ନିଜ ନିଜର ଦାୟିତ୍ୱ ନିର୍ବାହ କରିଥିଲେ।ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ୩ଜଣ ଅତିରିକ୍ତ ଏସପି,୮ଜଣ ଡିଏସପି,୧୮ଜଣ ଇନ୍ସପେକ୍ଟର, ୧୦୯ଜଣ ସବଇନ୍ସପେକ୍ଟର, ୨୧ପ୍ଲାଟୁନ ଫୋର୍ସ,ସିଆରପିଏଫ୍ ୧ ପ୍ଲାଟୁନ,୩୦ଜଣ ହାବିଲଦାର,୮ଜଣ ଟ୍ରାଫିକ କନେଷ୍ଟବଳ,୪୦ଜଣ ହୋମଗାର୍ଡ ଙ୍କୁ ଉତ୍ସବରେ ଶାନ୍ତି ଶୃଙ୍ଖଳା ରକ୍ଷା ନିମନ୍ତେ ଧାମନଗର ଛକ ଠାରୁ ଦୋବଲ ସେଣ୍ଢପୁର ପର୍ଯ୍ୟନ୍ତ ପୋଲିସ ନିୟୋଜିତ କରାଯାଇଥିଲା। ଖାନକା ପରିସର ଏବଂ ବିଭିନ୍ନ ଛକବଜାରେ ସିସି କ୍ୟାମେରା ଲଗାଯାଇଥିବା ବେଳେ ସାଧ ପୋଷାକଧାରୀ ପୋଲିସ ମୁତୟନ ସହିତ ସହରାଞ୍ଚଳରେ ଫ୍ଲାଗମାର୍ଚ କରାଯାଇଛି। ଧାମନଗର ଏସଡିପିଓ ବିଷ୍ଣୁ ଚରଣ ବାରିକ,ଥାନା ଅଧିକାରୀ ଶୁଭ୍ରଜିତ ଦାଶ ପେଟ୍ରୋଲିଙ୍ଗକୁ କଡାକଡି କରିଥିଲେ। ଏସଆଇ ନାରାୟଣ ନାୟକଙ୍କ ସମେତ ଥାନାର ସମସ୍ତ ଅଧିକାରୀ ଓ କର୍ମଚାରୀ ପରିଚାଳନାରେ କରିଥିଲେ। ଏହି ଉର୍ସ ଉତ୍ସବରେ ବିଭିନ୍ନ ରାଜନୈତିକ ଦଳର ନେତା ମାନେ ଖାନକା ସରିଫରେ ପହଞ୍ଚି ପୀରବାବାଙ୍କୁ ଦର୍ଶନ କରିଛନ୍ତି। ଶାନ୍ତି ଶୃଙ୍ଖଳାରେ ଉର୍ସ ସମାପନ ହୋଇଥିବାରୁ ଧାମନଗର ଖାନକା ଉର୍ସ କମିଟି ସଭାପତି ତଥା ମତୱଲି ସଜ୍ଜାଦାନସିନ୍ ସୟଦ ହବିବ ରାଜା ହବିବି ଏବଂ ଖାନକା ହବିବିୟା ଟ୍ରଷ୍ଟର ସଭାପତି ସୟଦ ଗୋଲାମ ଅହେମ୍ମଦ ହବିବି ଉଭୟଙ୍କ ତରଫରୁ ସମସ୍ତଙ୍କୁ ଧନ୍ୟବାଦ ଜଣାଇଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ